ସ୍ପେଶାଲ

ଆପାର୍ଟମେଣ୍ଟ ଭିତର ଦେଇ ଯାଉଛି ଟ୍ରେନ୍, ହେଲେ କାନରେ ବାଜୁନି ଇଂଜିନ ଓ ହର୍ଣ୍ଣର ଶବ୍ଦ ! ଆଶ୍ଚର୍ଯ୍ୟ ନହୋଇ ଜାଣନ୍ତୁ କେଉଁଠି

ଘର ଭିତରେ ଚାଲୁଛି ଟ୍ରେନ୍ । ଘର ପାଖରୁ ଚଢ଼ିବେ ଘର ପାଖରେ ଓହ୍ଲାଇବେ । ହଁ ଆଜ୍ଞା ଟ୍ରେନ୍, ପୁଣି ଆପଣଙ୍କୁ ଘର ପାଖରେ ଛାଡିବ ଏ କଥା ଆପଣ ଚିନ୍ତା କରିପାରୁଛନ୍ତି । ଆପଣ ଯାହା ଶୁଣୁଛନ୍ତି ଏକଦମ୍ ସତ । ଚୀନରେ ଏହା ସମ୍ଭବ ହୋଇଛି । ଚୀନ୍ ଏପରି ଟ୍ରେନ୍ ନିର୍ମାଣ କରିଛି ଯାହା ଲୋକଙ୍କ ବିଲ୍ଡିଂ ଦେଇ ଯାତାୟତ କରୁଛି । ଏହିସବୁ ବିଲ୍ଡିଂରେ ଲୋକ ବି ରହୁଛନ୍ତି । ଏବେ ଆପଣ ଭାବିବେ ଟ୍ରେନ୍ ଲାଇନ୍ ପାଖରେ ରହିବା ଯେତେବେଳେ ଅସମ୍ଭବ ମନେ ହୁଏ ସେତେବେଳେ ବିଲ୍ଡିଂ ଦେଇ ଟ୍ରେନ୍ ଯାତାୟତ କରୁଥିବ ଆଉ ସେହି ବିଲ୍ଡିଂରେ ଲୋକମାନେ ରହୁଥିବେ ଏହା କଣ କେବେ ସମ୍ଭବ । କିନ୍ତୁ ଚୀନ୍ ଏହା ସମ୍ଭବ କରି ଦେଖାଇଛି ।

ଅତୀତରେ ଚୀନ୍ ଏପରି ବହୁ ପ୍ରଡକ୍ଟ ଓ ଟେକ୍ନୋଲଜି ଆଣିଛି ଯାହା ଦୁନିଆକୁ ଚମକାଇ ଦେଇଛି । ଚୀନ୍ ର ରେଳ ଟେକନିକ୍ ବି ସାରା ବିଶ୍ୱକୁ ଚମକାଇ ଦେଇଛି । ନୂତନ ଓ ଅତ୍ୟାଧୁନିକ ରେଳ ଟେକନିକ୍ ସାହାଯ୍ୟରେ ଚୀନ୍ ଏପରି କିଛି ନିର୍ମାଣ କରିଛି ଯାହା ସମସ୍ତଙ୍କୁ ଚକିତ କରି ଦେଇଛି । ଚୀନ୍ ୧୯ ମହଲା ବିଶିଷ୍ଟ ଆବାସିକ କୋଠା ମଧ୍ୟ ଦେଇ ଟ୍ରେନ୍ ଟ୍ରାକ୍ ନିର୍ମାଣ କରିଛି । ଏହି ବିଲ୍ଡିଂରେ ଲୋକ ରହୁଛନ୍ତି ଓ ଏବେ ଏହି ବିଲ୍ଡିଂ ଦେଇ ରେଳ ଷ୍ଟେସନ ବି ନିର୍ମାଣ ହୋଇ ସାରିଛି । ଏବେ ଏହି ବିଲ୍ଡିଂ ଦେଇ ଦୈନିକ ଟ୍ରେନ୍ ଯାତାୟତ କରୁଛି । ବିଶ୍ୱ ଲାଗି ଏହା ନୂଆ ହେଲେ ବି ଚୀନ୍ କିଛି ବର୍ଷ ତଳୁ ଏହି ସୁବିଧା ଆରମ୍ଭ କରି ସାରିଛି ।

ଚୀନ୍ ର ମାଉଣ୍ଟେନ୍ ସିଟି ଚକୁଇଙ୍ଗରେ ରହିଛି ବଡ ବଡ ବିଲ୍ଡିଂ । କିନ୍ତୁ ଏଠାରେ ସ୍ଥାନର ଅଭାବ ରହିଛି । ତେଣୁ ବିକାଶ ଲାଗି ଏହି ଅଞ୍ଚଳରେ ରେଳ ଟ୍ରାକ୍ ତ ନିର୍ମାଣ ହେବାର ଥିଲା । କିନ୍ତୁ ଏହି ରେଳ ଟ୍ରାକ୍ ନିର୍ମାଣ ହେବା ସମୟରେ ରାସ୍ତାରେ ପଡିଗଲା ଏକ ୧୯ ମହଲା ବିଶିଷ୍ଟ ବିଲିଡିଂ । ଚୀନ୍ ର ରେଲୱେ ଅଧିକାରୀମାନେ ଏହାରି ମଧ୍ୟରେ ରାସ୍ତା ବାହାର କରିନେଲେ ଯାହା ପୁରା ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରିଦେଲା । କୌଣସି ବିଲ୍ଡିଂ ମଝି ଦେଇ ଟ୍ରେନ୍ ଯାତାୟତ କରିବା ଅସମ୍ଭବ ମନେ ହେଉଥିଲେ ବି ଚୀନ୍ ର ଇଂଜିନିୟର ମାନେ ଏହା କରି ଦେଖାଇଥିଲେ ।

ତେବେ ଏହି ଟ୍ରାକ୍ ଏପରି ଭାବରେ ନିର୍ମାଣ କରାଯାଇଛି ଯାହାକୁ ନେଇ ଲୋକଙ୍କର ବି କୌଣସି ଅସୁବିଧା ହେଉନି ବରଂ ଲୋକମାନେ ଘରୁ ବାହାରି ସିଧା ଟ୍ରେନରେ ବସିଯାଉଛନ୍ତି । ତେବେ ଟ୍ରେନରୁ ଶବ୍ଦ ନ ହେବା ଲାଗି ଚୀନ୍ ଟ୍ରେନ୍ ରେ ସାଇଲେନ୍ସିଂ ଟେକନିକ୍ ବ୍ୟବହାର କରିଛି ।

Pritiparna

Recent Posts

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

6 mins ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

13 hours ago