ସ୍ପେଶାଲ

ରାଜସ୍ଥାନରେ ନିଆରା ଟ୍ରାନ୍ସଫର, ପୋଲିସ ଅଧିକାରୀଙ୍କ ସହ କୁକୁରର ମଧ୍ୟ ହେଲା ସ୍ଥାନାନ୍ତର

ରାଜସ୍ଥାନରେ ସରକାର ପରିବର୍ତ୍ତନ ପରେ କ୍ରମାଗତ ସ୍ଥାନାନ୍ତର ଚାଲିଛି । ଆଇପିଏସ୍ ଏବଂ ଆଇଏଏସ୍ ସ୍ଥାନାନ୍ତର ପରେ ବର୍ତ୍ତମାନ ଜିଲ୍ଲା ସ୍ତରରେ ପୋଲିସ ଅଧିକାରୀମାନଙ୍କ ଟ୍ରାନ୍ସଫର ଚାଲିଛି । ଏଠାରେ ଉଦୟପୁରରେ ଏକ ନିଆରା ଟ୍ରାନ୍ସଫର ଦେଖିବାକୁ ମିଳିଛି । ମେରୀ ନାମକ କୁକୁରର ସ୍ଥାନାନ୍ତର ହୋଇଛି । ଏଥିପାଇଁ ଏକ ଟ୍ରାନ୍ସଫର ଆଦେଶ ମଧ୍ୟ ଜାରି କରାଯାଇଥିଲା । ଏବେ ଟ୍ରେନ୍ ମାଧ୍ୟମରେ ମେରୀ ଅନ୍ୟ ଜିଲ୍ଲାକୁ ଯିବ ।

ଏହି ସ୍ନିପର ମେରୀ କୁକୁର ଉଦୟପୁର ଜିଲ୍ଲାରେ CID ଡଗ୍‌ ସ୍କ୍ଵାଡର ଏକ ଅଂଶ ଏବଂ ଏହା ଏକ ସିନିୟର ଡଗ୍‌ । କୌଣସି ବି ଅପରାଧ ସ୍ଥଳୀରେ ଅନୁସନ୍ଧାନ ପାଇଁ ମେରୀକୁ ନିଆଯାଇଥାଏ । ଡଗ୍‌ ସ୍କ୍ଵାଡ୍‌ ଟିମ୍‌ର ପ୍ରଭାରୀ ଭଗବତୀ ଲାଲା କହିଛନ୍ତି, ମେରୀକୁ ଭରତପୁର ଜିଲ୍ଲାକୁ ଟ୍ରାନ୍ସଫର କରାଯାଇଛି । ବର୍ତ୍ତମାନ ମେରୀ ଭରତପୁର CIDରେ ମୁତୟନ ରହିବ । ଉଦୟପୁରରେ ଆଠ ବର୍ଷ ଧରି ସେ ବିଭାଗରେ କାର୍ଯ୍ୟ କରିଥିଲା ।

ସେପଟେ ମେରୀର ଟ୍ରାନ୍ସଫର ପରେ ତାକୁ ଅନ୍ୟ ପୋଲିସ ଅଧିକାରୀଙ୍କ ଭଳି ବିଦାୟ ଦିଆଯାଇଥିଲା । ତାକୁ ଫୁଲମାଳା ପିନ୍ଧାଯାଇଥିଲା । ମେରୀର ଟ୍ରାନ୍ସଫରରେ ଡଗ୍‌ ସ୍କ୍ଵାଡ୍‌ ଟିମ୍‌ ଏକ ବାର୍ତ୍ତା ଜାରି କରିଛି । ଏଥିରେ କୁହାଯାଇଛି, ୨୦୧୬ ଜାନୁୟାରୀ ୧ରେ ମେରୀ ଜନ୍ମ ହୋଇଥିଲା । ସେ ‘ଦି କେନେଲ କ୍ଲବ ଅଫ୍‌ ଇଣ୍ଡିଆନ’ ଦ୍ୱାରା ପଞ୍ଜିକୃତ ଡଗ୍‌ । ମେରୀ ବହୁତ ପ୍ରଭାବଶାଳୀ । ସେ ହରିୟାଣା ପଞ୍ଚକୁଲାସ୍ଥିତ ପ୍ରଶିକ୍ଷଣ କେନ୍ଦ୍ର ଆଇଟିବିପିରୁ ପ୍ରଶିକ୍ଷଣ ପ୍ରାପ୍ତ କରି ୨୦୧୬ ବ୍ୟାଚ୍‌ରେ ଏକ୍ସପ୍ଲୋସିଭ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛି ।

Roshni

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

29 seconds ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

4 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

37 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

39 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago