ଆଧ୍ୟାତ୍ମିକ

ଦୀର୍ଘ ୩୪ବର୍ଷ ହେବ ରାଈବେରୁଆଁ ଗ୍ରାମର ଅଷ୍ଟପ୍ରହରୀରେ ଯୋଗ ଦେଉଛନ୍ତି ବିଦେଶୀ ଭକ୍ତ

କାକଟପୁର(କେନ୍ୟୁଜ): ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ ଅଷ୍ଟପ୍ରହର ନାମଯଜ୍ଞ ସବୁଠି ଅନୁଷ୍ଠିତ ହୋଇଥାଏ । ଅଷ୍ଟପ୍ରହର ନାମଯଜ୍ଞରେ ରାମ ,କୃଷ୍ଣ ,ଏବଂ ଜଗନ୍ନାଥଙ୍କୁ ସ୍ଥାପନ କରାଯାଇ କଳିଯୁଗର ମହାମନ୍ତ୍ରକୁ କୀର୍ତନ କରାଯାଇଥାଏ । ଏହି କୀର୍ତନରେ ୨୪ ଘଣ୍ଟା ଅର୍ଥାତ ଆଠ ପ୍ରହର ଲଗାତର ଭାବେ ହରିନାମକୁ ଉଚ୍ଚାରଣ କରାଯାଇଥାଏ । ଏହାଦ୍ୱାରା ସେହି ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ଏହି ଅଷ୍ଟପ୍ରହରକୁ ବିଭିନ୍ନ ଗ୍ରାମରେ ଏକ ସାମୁହିକ ପର୍ବ ଭାବରେ ଲୋକମାନେ ପାଳନ କରିଥାନ୍ତି ।

ଏହି ପରିପେକ୍ଷୀରେ ଅସ୍ତରଙ୍ଗ ନିକଟ ରାଈବେରୁଆଁ ଗ୍ରାମରେ ଦୀର୍ଘ ୩୪ ବର୍ଷ ହେବ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅଷ୍ଟପ୍ରହର ନାମଯଜ୍ଞ ଏଠାରେ ଅନୁଷ୍ଠିତ ହୋଇ ଆସୁଛି । ହେଲେ ଏହି ଅଷ୍ଟପ୍ରହର ନାମଯଜ୍ଞର ସ୍ଵତନ୍ତ୍ରତା ହେଉଛି କି, ଦୀର୍ଘ ୩୪ ବର୍ଷ ହେବ ଏହି ଗ୍ରାମର ଅଷ୍ଟପ୍ରହରୀ ନାମଯଜ୍ଞକୁ ବିଦେଶୀ ନାଗରିକ ମାନେ ଆସୁଛନ୍ତି । ବିଦେଶୀ ନାଗରିକ ମାନେ ଭାରତୀୟ ପରମ୍ପରା ଏବଂ ହିନ୍ଦୁ ଧର୍ମର ମହନୀୟତାରେ ଉଦବୃଦ୍ଧ ହୋଇ ଏହି ଗ୍ରାମକୁ ସୁଦୂର ଫ୍ରାନ୍ସ ,ରସିଆ ଦେଶରୁ ଛୁଟି ଆସିଥାନ୍ତି ।

ଏଠାରେ ସେମାନଙ୍କୁ ହରିନାମ ସଂକୀର୍ତନ କରିବା ସହିତ ଈଶ୍ଵର ପ୍ରେମରେ ଆତ୍ମବିଭୋର ହୋଇ ନୃତ୍ୟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଦେଶୀ ହୋଇ ମଧ୍ୟ ଜାତି , ଧର୍ମର ଊର୍ଦ୍ଧରେ ହେଉଛି ହରିନାମ ସଂକୀର୍ତନ । ହରିନାମ ସଂକୀର୍ତନ ହେଉଛି ମୁକ୍ତିର ମାର୍ଗ ,ମାନବ ଜୀବନ ହେଉଛି ଈଶ୍ଵରଙ୍କ ଅବଦାନ । ଜଗନ୍ନାଥ ହେଉଛନ୍ତି କେଉଁ ନିର୍ଦ୍ଧିଷ୍ଟ ଧର୍ମର କି ନିର୍ଦ୍ଧିଷ୍ଟ ଜାତିର ଠାକୁର ନୁହଁନ୍ତି। ଜଗନ୍ନାଥ ହେଉଛନ୍ତି ସାରା ବିଶ୍ବର ଠାକୁର ବୋଲି ଏହି ବିଦେଶୀ ଭକ୍ତ ମାନେ କହିଥିଲେ।

ସବୁ ବର୍ଷ ରାଈବେରୁଆଁ ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ଏହି ବିଦେଶୀ ଅତିଥି ମାନଙ୍କୁ ଅତିଥ୍ୟ ପ୍ରଦାନ କରିଥାନ୍ତି । ଫ୍ରାନ୍ସ ଏବଂ ରଷିଆ ଦେଶରୁ ଆସିଥିବା ଏହି ଅତିଥି ମାନେ ଆମ ଧର୍ମ ପରମ୍ପରା ସମ୍ପର୍କରେ ଅନେକ ଜ୍ଞାନ ଆହୋରଣ କରି ହିନ୍ଦୁ ଧର୍ମ ଏବଂ ଜଗନ୍ନାଥ ସଂସ୍କୃତି ହେଉଛି ମାନବ ଜାତିର ମୂଳ ସଂସ୍କୃତି ଓ ଶ୍ରେଷ୍ଟ ମାନବ ଧର୍ମ ବୋଲି ଏହି ବିଦେଶୀ ଅତିଥି ମାନେ ସେମାନଙ୍କ ଅନୁଭୂତିରେ କହିଥିଲେ ।

ଦୀର୍ଘ ୩୪ବର୍ଷ ହେବ ଏହି ରାଈବେରୁଆଁ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଏହା ସମସ୍ତ ଗ୍ରାମବାସୀ ମାନଙ୍କ ମଧ୍ୟରେ ଏକ ଭାଇଚାରା ଅତୁଟ ରଖିବା ସହିତ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଛି । ଏହି ଅଷ୍ଟପ୍ରହରୀ ନାମଯଜ୍ଞରେ ସୁନ୍ଦର ସାଜସଜା ସାଙ୍ଗକୁ ଗ୍ରାମବାସୀ ମାନଙ୍କ ସାମୁହିକ ଉପସ୍ଥିତି ଏହି ଅଷ୍ଟପ୍ରହରୀକୁ ଅଧିକ ସରଶ ସୁନ୍ଦର କରିଥାଏ ।

 

Sonalisa

Recent Posts

ବିହାର: ଇଞ୍ଜିନିୟରିଂ କଲେଜ କ୍ୟାଣ୍ଟିନ୍‌ ଖାଦ୍ୟରୁ ବାହାରିଲା ମଲା ସାପ ! ଅନେକ ଛାତ୍ରଛାତ୍ରୀ ଅସୁସ୍ଥ

ଖାଦ୍ୟରୁ ବାହାରିଲା ମଲା ସାପ । ଏମିତି ଅଭିଯୋଗ ଆଣିଛନ୍ତି ବିହାରର ଏକ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀ । ବିହାରର…

29 mins ago

ଏହି ସବୁ ପ୍ରମାଣ ପତ୍ର ଥିଲେ ମିଳିବ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା

ରାଜ୍ୟର ପ୍ରତି ମହିଳାଙ୍କୁ ମିଳିବ ୫୦ହଜାର ଟଙ୍କା । ମଧ୍ୟପ୍ରଦେଶ ଓ ଛତିଶଗଡରେ ସଫଳ ହୋଇଥିବା ଯୋଜନା ଏବେ ଓଡିଶାରେ…

31 mins ago

Air India ବିମାନରେ ପରସାଗଲା ଅଧାରନ୍ଧା ଖାଦ୍ୟ ! ଯାତ୍ରୀ କହିଲେ, ‘୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମସ୍ୟା ଭୋଗିଲି’

ଏୟାର ଇଣ୍ଡିଆର ଏକ ବିମାନରେ ପରସା ଯାଇଛି ଅଧାରନ୍ଧା ଖାଦ୍ୟ । ଏଭଳି ଅଭିଯୋଗ ଆଣିଛନ୍ତି ବିମାନରେ ଯାତ୍ରା କରୁଥିବା…

47 mins ago

ଟି୨୦ ବିଶ୍ୱକପ ୨୦୨୪ : ସୁପର-୮ରେ ଭାରତ ସହିତ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ ଆଫଗାନିସ୍ତାନ

ଟି୨୦ ବିଶ୍ୱକପ ୨୦୨୪ରେ ସୁପର-୮ ଟିମ୍‌ ଘୋଷଣା ହୋଇସାରିଛି । ଭାରତ ବିପକ୍ଷରେ ସୁପର ୮ରେ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ…

57 mins ago

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ଆଜି ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…

2 hours ago

ପଶ୍ଚିମବଙ୍ଗ ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ସହାୟତା ଘୋଷଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

2 hours ago