ଦୀର୍ଘ ୩୪ବର୍ଷ ହେବ ରାଈବେରୁଆଁ ଗ୍ରାମର ଅଷ୍ଟପ୍ରହରୀରେ ଯୋଗ ଦେଉଛନ୍ତି ବିଦେଶୀ ଭକ୍ତ

ଅସ୍ତରଙ୍ଗ ନିକଟ ରାଈବେରୁଆଁ ଗ୍ରାମରେ ଦୀର୍ଘ ୩୪ ବର୍ଷ ହେବ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅଷ୍ଟପ୍ରହର ନାମଯଜ୍ଞ ଏଠାରେ ଅନୁଷ୍ଠିତ ହୋଇ ଆସୁଛି । ହେଲେ ଏହି ଅଷ୍ଟପ୍ରହର ନାମଯଜ୍ଞର ସ୍ଵତନ୍ତ୍ରତା ହେଉଛି କି, ଦୀର୍ଘ ୩୪ ବର୍ଷ ହେବ ଏହି ଗ୍ରାମର ଅଷ୍ଟପ୍ରହରୀ ନାମଯଜ୍ଞକୁ ବିଦେଶୀ ନାଗରିକ ମାନେ ଆସୁଛନ୍ତି ।

କାକଟପୁର(କେନ୍ୟୁଜ): ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ ଅଷ୍ଟପ୍ରହର ନାମଯଜ୍ଞ ସବୁଠି ଅନୁଷ୍ଠିତ ହୋଇଥାଏ । ଅଷ୍ଟପ୍ରହର ନାମଯଜ୍ଞରେ ରାମ ,କୃଷ୍ଣ ,ଏବଂ ଜଗନ୍ନାଥଙ୍କୁ ସ୍ଥାପନ କରାଯାଇ କଳିଯୁଗର ମହାମନ୍ତ୍ରକୁ କୀର୍ତନ କରାଯାଇଥାଏ । ଏହି କୀର୍ତନରେ ୨୪ ଘଣ୍ଟା ଅର୍ଥାତ ଆଠ ପ୍ରହର ଲଗାତର ଭାବେ ହରିନାମକୁ ଉଚ୍ଚାରଣ କରାଯାଇଥାଏ । ଏହାଦ୍ୱାରା ସେହି ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ଏହି ଅଷ୍ଟପ୍ରହରକୁ ବିଭିନ୍ନ ଗ୍ରାମରେ ଏକ ସାମୁହିକ ପର୍ବ ଭାବରେ ଲୋକମାନେ ପାଳନ କରିଥାନ୍ତି ।

ଏହି ପରିପେକ୍ଷୀରେ ଅସ୍ତରଙ୍ଗ ନିକଟ ରାଈବେରୁଆଁ ଗ୍ରାମରେ ଦୀର୍ଘ ୩୪ ବର୍ଷ ହେବ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅଷ୍ଟପ୍ରହର ନାମଯଜ୍ଞ ଏଠାରେ ଅନୁଷ୍ଠିତ ହୋଇ ଆସୁଛି । ହେଲେ ଏହି ଅଷ୍ଟପ୍ରହର ନାମଯଜ୍ଞର ସ୍ଵତନ୍ତ୍ରତା ହେଉଛି କି, ଦୀର୍ଘ ୩୪ ବର୍ଷ ହେବ ଏହି ଗ୍ରାମର ଅଷ୍ଟପ୍ରହରୀ ନାମଯଜ୍ଞକୁ ବିଦେଶୀ ନାଗରିକ ମାନେ ଆସୁଛନ୍ତି । ବିଦେଶୀ ନାଗରିକ ମାନେ ଭାରତୀୟ ପରମ୍ପରା ଏବଂ ହିନ୍ଦୁ ଧର୍ମର ମହନୀୟତାରେ ଉଦବୃଦ୍ଧ ହୋଇ ଏହି ଗ୍ରାମକୁ ସୁଦୂର ଫ୍ରାନ୍ସ ,ରସିଆ ଦେଶରୁ ଛୁଟି ଆସିଥାନ୍ତି ।

ଏଠାରେ ସେମାନଙ୍କୁ ହରିନାମ ସଂକୀର୍ତନ କରିବା ସହିତ ଈଶ୍ଵର ପ୍ରେମରେ ଆତ୍ମବିଭୋର ହୋଇ ନୃତ୍ୟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଦେଶୀ ହୋଇ ମଧ୍ୟ ଜାତି , ଧର୍ମର ଊର୍ଦ୍ଧରେ ହେଉଛି ହରିନାମ ସଂକୀର୍ତନ । ହରିନାମ ସଂକୀର୍ତନ ହେଉଛି ମୁକ୍ତିର ମାର୍ଗ ,ମାନବ ଜୀବନ ହେଉଛି ଈଶ୍ଵରଙ୍କ ଅବଦାନ । ଜଗନ୍ନାଥ ହେଉଛନ୍ତି କେଉଁ ନିର୍ଦ୍ଧିଷ୍ଟ ଧର୍ମର କି ନିର୍ଦ୍ଧିଷ୍ଟ ଜାତିର ଠାକୁର ନୁହଁନ୍ତି। ଜଗନ୍ନାଥ ହେଉଛନ୍ତି ସାରା ବିଶ୍ବର ଠାକୁର ବୋଲି ଏହି ବିଦେଶୀ ଭକ୍ତ ମାନେ କହିଥିଲେ।

ସବୁ ବର୍ଷ ରାଈବେରୁଆଁ ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ଏହି ବିଦେଶୀ ଅତିଥି ମାନଙ୍କୁ ଅତିଥ୍ୟ ପ୍ରଦାନ କରିଥାନ୍ତି । ଫ୍ରାନ୍ସ ଏବଂ ରଷିଆ ଦେଶରୁ ଆସିଥିବା ଏହି ଅତିଥି ମାନେ ଆମ ଧର୍ମ ପରମ୍ପରା ସମ୍ପର୍କରେ ଅନେକ ଜ୍ଞାନ ଆହୋରଣ କରି ହିନ୍ଦୁ ଧର୍ମ ଏବଂ ଜଗନ୍ନାଥ ସଂସ୍କୃତି ହେଉଛି ମାନବ ଜାତିର ମୂଳ ସଂସ୍କୃତି ଓ ଶ୍ରେଷ୍ଟ ମାନବ ଧର୍ମ ବୋଲି ଏହି ବିଦେଶୀ ଅତିଥି ମାନେ ସେମାନଙ୍କ ଅନୁଭୂତିରେ କହିଥିଲେ ।

ଦୀର୍ଘ ୩୪ବର୍ଷ ହେବ ଏହି ରାଈବେରୁଆଁ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଏହା ସମସ୍ତ ଗ୍ରାମବାସୀ ମାନଙ୍କ ମଧ୍ୟରେ ଏକ ଭାଇଚାରା ଅତୁଟ ରଖିବା ସହିତ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଛି । ଏହି ଅଷ୍ଟପ୍ରହରୀ ନାମଯଜ୍ଞରେ ସୁନ୍ଦର ସାଜସଜା ସାଙ୍ଗକୁ ଗ୍ରାମବାସୀ ମାନଙ୍କ ସାମୁହିକ ଉପସ୍ଥିତି ଏହି ଅଷ୍ଟପ୍ରହରୀକୁ ଅଧିକ ସରଶ ସୁନ୍ଦର କରିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.