ରାଜସ୍ଥାନରେ ନିଆରା ଟ୍ରାନ୍ସଫର, ପୋଲିସ ଅଧିକାରୀଙ୍କ ସହ କୁକୁରର ମଧ୍ୟ ହେଲା ସ୍ଥାନାନ୍ତର
ଏଠାରେ ଉଦୟପୁରରେ ଏକ ନିଆରା ଟ୍ରାନ୍ସଫର ଦେଖିବାକୁ ମିଳିଛି । ମେରୀ ନାମକ କୁକୁରର ସ୍ଥାନାନ୍ତର ହୋଇଛି । ମେରୀର ଟ୍ରାନ୍ସଫର ପରେ ତାକୁ ଅନ୍ୟ ପୋଲିସ ଅଧିକାରୀଙ୍କ ଭଳି ବିଦାୟ ଦିଆଯାଇଥିଲା ।

ରାଜସ୍ଥାନରେ ସରକାର ପରିବର୍ତ୍ତନ ପରେ କ୍ରମାଗତ ସ୍ଥାନାନ୍ତର ଚାଲିଛି । ଆଇପିଏସ୍ ଏବଂ ଆଇଏଏସ୍ ସ୍ଥାନାନ୍ତର ପରେ ବର୍ତ୍ତମାନ ଜିଲ୍ଲା ସ୍ତରରେ ପୋଲିସ ଅଧିକାରୀମାନଙ୍କ ଟ୍ରାନ୍ସଫର ଚାଲିଛି । ଏଠାରେ ଉଦୟପୁରରେ ଏକ ନିଆରା ଟ୍ରାନ୍ସଫର ଦେଖିବାକୁ ମିଳିଛି । ମେରୀ ନାମକ କୁକୁରର ସ୍ଥାନାନ୍ତର ହୋଇଛି । ଏଥିପାଇଁ ଏକ ଟ୍ରାନ୍ସଫର ଆଦେଶ ମଧ୍ୟ ଜାରି କରାଯାଇଥିଲା । ଏବେ ଟ୍ରେନ୍ ମାଧ୍ୟମରେ ମେରୀ ଅନ୍ୟ ଜିଲ୍ଲାକୁ ଯିବ ।
ଏହି ସ୍ନିପର ମେରୀ କୁକୁର ଉଦୟପୁର ଜିଲ୍ଲାରେ CID ଡଗ୍ ସ୍କ୍ଵାଡର ଏକ ଅଂଶ ଏବଂ ଏହା ଏକ ସିନିୟର ଡଗ୍ । କୌଣସି ବି ଅପରାଧ ସ୍ଥଳୀରେ ଅନୁସନ୍ଧାନ ପାଇଁ ମେରୀକୁ ନିଆଯାଇଥାଏ । ଡଗ୍ ସ୍କ୍ଵାଡ୍ ଟିମ୍ର ପ୍ରଭାରୀ ଭଗବତୀ ଲାଲା କହିଛନ୍ତି, ମେରୀକୁ ଭରତପୁର ଜିଲ୍ଲାକୁ ଟ୍ରାନ୍ସଫର କରାଯାଇଛି । ବର୍ତ୍ତମାନ ମେରୀ ଭରତପୁର CIDରେ ମୁତୟନ ରହିବ । ଉଦୟପୁରରେ ଆଠ ବର୍ଷ ଧରି ସେ ବିଭାଗରେ କାର୍ଯ୍ୟ କରିଥିଲା ।
ସେପଟେ ମେରୀର ଟ୍ରାନ୍ସଫର ପରେ ତାକୁ ଅନ୍ୟ ପୋଲିସ ଅଧିକାରୀଙ୍କ ଭଳି ବିଦାୟ ଦିଆଯାଇଥିଲା । ତାକୁ ଫୁଲମାଳା ପିନ୍ଧାଯାଇଥିଲା । ମେରୀର ଟ୍ରାନ୍ସଫରରେ ଡଗ୍ ସ୍କ୍ଵାଡ୍ ଟିମ୍ ଏକ ବାର୍ତ୍ତା ଜାରି କରିଛି । ଏଥିରେ କୁହାଯାଇଛି, ୨୦୧୬ ଜାନୁୟାରୀ ୧ରେ ମେରୀ ଜନ୍ମ ହୋଇଥିଲା । ସେ ‘ଦି କେନେଲ କ୍ଲବ ଅଫ୍ ଇଣ୍ଡିଆନ’ ଦ୍ୱାରା ପଞ୍ଜିକୃତ ଡଗ୍ । ମେରୀ ବହୁତ ପ୍ରଭାବଶାଳୀ । ସେ ହରିୟାଣା ପଞ୍ଚକୁଲାସ୍ଥିତ ପ୍ରଶିକ୍ଷଣ କେନ୍ଦ୍ର ଆଇଟିବିପିରୁ ପ୍ରଶିକ୍ଷଣ ପ୍ରାପ୍ତ କରି ୨୦୧୬ ବ୍ୟାଚ୍ରେ ଏକ୍ସପ୍ଲୋସିଭ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛି ।