ବରମୁଣ୍ଡା ଆମ୍ବେଦକର ବସ୍ ଟର୍ମିନାଲରେ ହେବ ପୋଲିସ୍ ଆଉଟପୋଷ୍ଟ, ନିଯୁକ୍ତି ପାଇବେ ୮୯ ପୋଲିସ୍ କର୍ମଚାରୀ
ବରମୁଣ୍ଡା ଆମ୍ବେଦକର ବସ୍ ଟର୍ମିନାଲରେ ହେବ ପୋଲିସ୍ ଆଉଟପୋଷ୍ଟ । ନିଯୁକ୍ତି ପାଇବେ ୮୯ ପୋଲିସ୍ କର୍ମଚାରୀ । ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର(କେନ୍ୟୁଜ୍): ବରମୁଣ୍ଡା ଆମ୍ବେଦକର ବସ୍ ଟର୍ମିନାଲରେ ହେବ ପୋଲିସ୍ ଆଉଟପୋଷ୍ଟ । ନିଯୁକ୍ତି ପାଇବେ ୮୯ ପୋଲିସ୍ କର୍ମଚାରୀ । ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୈନିକ ୩୫ ରୁ ୪୫ ହଜାର ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଦେଖି ମୁଖ୍ୟମନ୍ତ୍ରୀ ବଡ଼ ନିଷ୍ପତ୍ତି ନେଇଛନ୍ତି । ୮୯ ପୋଲିସ କର୍ମଚାରୀଙ୍କ ଭିତରେ ୨ଜଣ ସବ୍ ଇନସ୍ପେକ୍ଟର, ୯ଜଣ ଆସିଷ୍ଟାଣ୍ଟ ସବ୍ -ଇନ୍ ସ୍ପେକ୍ଟର, ୪ଜଣ ହାବିଲଦାର, ୭୨ଜଣ କନଷ୍ଟେବଳ ଓ ୨ଜଣ ଡ୍ରାଇଭର ରହିବେ। 5T ଅଧ୍ୟକ କାର୍ତ୍ତିକ ପାଣ୍ଡିଆନଙ୍କ କ୍ଷେତ୍ର ସମୀକ୍ଷା ବେଳେ ଏସମ୍ପର୍କରେ ଆଲୋଚନା ହୋଇଥିଲା। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ସେ ନିଷ୍ପତ୍ତି ନେଇଛନ୍ତି ।
5T ଉପକ୍ରମରେ ବରମୁଣ୍ଡା ଆମ୍ବେଦକର ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବଶୀଘ୍ର ଏହା ଲୋକାର୍ପିତ ହେବ। ଏଠାକୁ ଦୈନିକ ୭୦୦ ରୁ ୮୦୦ ବସ୍ ଯାତାୟତ କରିବ। ଭବିଷ୍ୟତରେ ବସ୍ ସଂଖ୍ୟା ୧୭୦୦ ରୁ ୧୮୦୦କୁ ବୃଦ୍ଧି ପାଇପାରେ। ତା ସହିତ ଦୈନିକ ୩୫ ରୁ ୪୫ ହଜାର ଯାତ୍ରୀ ମଧ୍ୟ ଯିବା ଆସିବା କରିବେ ବୋଲି ଆକଳନ କରାଯାଇଛି । ଏହି ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ରେଷ୍ଟୁରାଣ୍ଟ, ବହୁତଳ କାର ପାର୍କିଂ, ଆହାର କେନ୍ଦ୍ର, ଯାତ୍ରୀଙ୍କ ପାଇଁ ପିକ ଅଫ ଓ ଡ୍ରପ୍ ଅଫ୍ ସୁବିଧା, ୧୪୪ଟି ବସ୍ ବେ, ସିଟି ବସ୍ ପାଇଁ ବସ୍ ବେ ଓ ଦୋକାନ ବଜାର ଅନେକ ସୁବିଧା ରହିବ। ଏଥିପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଯଥେଷ୍ଟ ଅଧିକ ରହୁଛି ।