ସ୍ପେଶାଲ

ଏବେ ଆଉ ଲଗାଇବାକୁ ପଡିବନି ଚଷମା, ଏହି ଆଇ ଡ୍ରପର ମାତ୍ର ଗୋଟେ ବୁନ୍ଦାରେ ପରିଷ୍କାର ଦେଖିବେ ଆପଣ

ଦୃଷ୍ଟି ଶକ୍ତିରେ ସମସ୍ୟା ଥିବା ଲୋକଙ୍କୁ ଏବେ ଆଉ ଲଗାଇବାକୁ ପଡିବନି ଚଷମା। ଏବେ ଆସିଯାଇଛି ଏକ ବଢ଼ିଆ ଆଇ ଡ୍ରପ୍‌। ଏକ ଏମିତି ଆଇ ଡ୍ରପ ଯାହାକୁ ବ୍ୟବହାର କଲେ ଆପଣଙ୍କୁ ଆଉ ଦରକାର ପଡବନି ଚଷମା ପିନ୍ଧିବା। ଆମେରିକାରେ ଏକ ଏମିତି ଆଇ ଡ୍ରପ୍‌ ଲଞ୍ଚ୍‌ ହୋଇଛି, ଯାହାର ବ୍ୟବହାର ସେହି ଲୋକମାନେ କରିପାରିବେ ଯେଉଁମାନଙ୍କୁ ଧୂଆଁଳିଆ ଦେଖାଯାଉଛି ଏବଂ ବିନା ଚଷମାରେ ଯେଉଁମାନେ କିଛି ବି ପଢ଼ିପାରୁନାହାଁନ୍ତି। ଏହି ଆଇ ଡ୍ରପର ନାମ ଭୁଇଟି ‘Vuity’ ରଖାଯାଇଛି।

ଏହି ଔଷଧର ଟ୍ରାଏଲ ୭୫୦ ରୋଗୀଙ୍କୁ ନେଇ ଉପରେ କରାଯାଇଥିଲା। ଆଉ ଟ୍ରାଏଲର ରେଜଲ୍ଟ ବି ବହୁତ ପ୍ରଭାବଶାଳୀ ଆସିଛି। ସାଧାରଣ ଲୋକଙ୍କୁ ଏହି ଡ୍ରପର ବ୍ୟବହାର କରିବା ପାଇଁ ଆମେରିକା ଡ୍ରଗ ରେଗୁଲେଟର ଏଫଡିଏ ମଞ୍ଜୁରୀ ଦେଇଛି। ଏହି ଆଇ ଡ୍ରପକୁ ଆୟରଲାଣ୍ଡର ଫାର୍ମା କମ୍ପାନୀ ଏଲରଜନ୍‌ ପ୍ରସ୍ତୁତ କରିଛି। ଏହି ଟ୍ରାଏଲରେ ନେତୃତ୍ୱ ନେଇଥିବା ଚକ୍ଷୁ ରୋଗ ବିଶେଷଜ୍ଞ କହିଛନ୍ତି, ବଢ଼ୁଥିବା ବୟସ ସହିତ ଲୋକମାନେ ପ୍ରେସବାୟୋପିଆ ସହ ପୀଡିତ ହେଉଛନ୍ତି। ସେମାନଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ହେବାକୁ ଲାଗୁଛି। ଏମିତି ହେବା ଦ୍ୱାରା ସେମାନଙ୍କୁ ସବୁ ଜିନିଷକୁ ବହୁତ ପାଖରୁ ଦେଖିବାକୁ ପଡିଥାଏ। ତେଣୁ ଏମିତି ସ୍ଥିତିରେ ପୀଡିତଙ୍କୁ ଆଇ ଡ୍ରପ୍‌ ଏବଂ ଚଷମା ଲଗାଇବାକୁ ପରାମର୍ଶ ଦିଆଯାଏ। ଏହି ସମସ୍ୟା ଥିବା ୪୫ ରୁ ୬୦ ବର୍ଷ ବୟସର ଲୋକଙ୍କ ପାଇଁ ଏହି ବଢ଼ିଆ ନୂଆ ଆଇ ଡ୍ରପ ବହୁତ ଇଫେକଟିଭ୍‌ ପ୍ରମାଣିତ ହେବ।

ଏବେ ଆସନ୍ତୁ ଜାଣିବା କେମିତି କାମ କରେ ଆଇ ଡ୍ରପ୍‌

ନୂଆ ଆଇଡ୍ରପ୍‌ ୧୫ ମିନିଟରେ ନିଜର ପ୍ରଭାବ ଦେଖାଇଥାଏ। ଆଉ ଏହାର ପ୍ରଭାବ କିଛି ସମୟ ପର୍ଯ୍ୟନ୍ତ ରହିଥାଏ। ଯେମିତିକି ଆଖିରେ ଭୁଇଟୀ ଆଇ ଡ୍ରପର ଗୋଟିଏ ବୁନ୍ଦା ପକାଇଲେ ଏହାର ପ୍ରଭାବରେ ୬ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କ ଦୃଷ୍ଟିଶକ୍ତି ଏକଦମ୍‌ ବଢ଼ିଆ ରହିଥାଏ।

ଏହି ଆଇ ଡ୍ରପ୍‌ ଆଖି ପିତୁଳାର ଆକାରକୁ ଛୋଟ କରିଥାଏ। ଯାହା ଫଳରେ ରୋଗୀଙ୍କୁ ପାଖ ଜିନିଷ ପରିଷ୍କାର ଦେଖାଯାଏ। ଏହାଦ୍ୱାରା ଜିନିଷକୁ ଦେଖିବାର ଫୋକସ୍‌ ବି ବଢ଼ିଥାଏ। କମ୍ପାନୀ ଅନୁଯାୟୀ ଗୋଟେ ମାସ ପାଇଁ ଏହି ଔଷଧର ଡୋଜ୍‌ ଖର୍ଚ୍ଚ ପ୍ରାୟ ୬ ହଜାର ଟଙ୍କା ଆସିବ।

ବିଶେଷଜ୍ଞ ଡାକ୍ତରଙ୍କ କହିବାନୁଯାୟୀ ଯେଉଁ ବ୍ୟକ୍ତି ପଢ଼ିବା ସମୟୟରେ ଚଷମାର ବୋଝକୁ ସହିବାକୁ ଚାହାଁନ୍ତିନାହିଁ, ସେହି ଲୋକମାନଙ୍କ ପାଇଁ ଭୁଇଟୀ ଆଇ ଡ୍ରପ୍‌ ଏକ ବହୁତ ଭଲ ଅପ୍ସନ ରହିବ।

ଏହି ଆଇ ଡ୍ରପ୍‌ ଆମେରିକାରେ ଥିବା ୧୨.୮ କୋଟି ଲୋକଙ୍କୁ କିଛି ସମୟ ପାଇଁ ଚଷମା ପିନ୍ଧିବା ସମସ୍ୟା ଠାରୁ ମୁକ୍ତି ଦେବ। ଏହାଦ୍ୱାରା ଲୋକଙ୍କୁ ମଧ୍ୟ ବହୁତ ଆସ୍ୱସ୍ତି ଅନୁଭବ ହେବ।

ଗେମଚେଞ୍ଜର ହେବ ଏହି ଆଇ ଡ୍ରପ୍‌

ପରୀକ୍ଷଣରେ ଜଣାଇଯାଇଛି ଯେ ଦୃଷ୍ଟି ଶକ୍ତି ସମସ୍ୟା ଥିବା ଲୋକଙ୍କ ପାଇଁ ଏହି ନୂଆ ଆଇ ଡ୍ରପ୍‌ ଗେମଚେଞ୍ଜର ପ୍ରମାଣିତ ହୋଇପାରେ ଏବଂ ବଡ ପରିବର୍ତ୍ତନ ହୋଇପାରେ। ଏହି ଆଇ ଡ୍ରପରେ ପେଲୋକର୍ପିନ ନାମକ ଔଷଧର ବ୍ୟବହାର କରାଯାଇଛି। ଏହା ପୂର୍ବରୁ ମଧ୍ୟ ଏହି ଔଷଧର ବ୍ୟବହାର ଚକ୍ଷୁ ରୋଗ ଚିକିତ୍ସା କରିବାରେ ବ୍ୟବହାର କରାଯାଇଆସିଛି। ଯେମିତିକି ଗତ ଅନେକ ଦଶକରୁ ଏହି ଔଷଧ ସାହାଯ୍ୟରେ ଗ୍ଲୁକୋମାର ଚିକିତ୍ସା କରାଯାଉଛି।

ଭୁଇଟୀ ଆଇ ଡ୍ରପକୁ ପୂର୍ବରୁ ପ୍ରେସବାୟୋପିଆର ଚିକିତ୍ସା କରିବାରେ ବ୍ୟବହାର କରାଯାଇଆସୁଛି। ବୈଜ୍ଞାନିକଙ୍କ କହିବା କଥା ଯେ ସାଧାରଣତଃ ରିଡିଙ୍ଗ୍‌ ଗ୍ଲାସେସ ଲଗାଉଥିବା ଲୋକ ଯେତେବେଳେ ପଢ଼ିବା ବନ୍ଦ କରିଦିଅନ୍ତି, ସେତେବେଳେ ସେମାନଙ୍କୁ ଦୂରରେ ଥିବା ଜିନିଷ ଦେଖିବା ପାଇଁ ଚଷମାକୁ ହଟାଇବାକୁ ପଡିଥାଏ। କିନ୍ତୁ ଭୁଇଟି ଆଇ ଡ୍ରପରେ ଏପରି ହୁଏନି। ଏହା ସାମାନ୍ୟ ଆଲୋକରେ ବି ଦୂରର ନଜରକୁ ପ୍ରଭାବିତ କରିନଥାଏ।

 

Pritiparna

Recent Posts

ନିଖୋଜ ଥିଲେ ଏବେ ଜଙ୍ଗଲରୁ ମୃତ ଦେହ ଉଦ୍ଧାର, ହତ୍ୟା କରାଯାଇଥିବା ସନ୍ଦେହ

ଆଠଗଡ(କେନ୍ୟୁଜ୍‌) : ଆଠଗଡ଼ ଥାନା ଅନ୍ତର୍ଗତ ଗୋପୀବଲ୍ଲଭ ପୁର ସିଜୁ ମୁଣ୍ଡିଆ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର…

32 seconds ago

ମୁମ୍ବାଇ: ଛକ୍କା ମାରି ହଠାତ୍‌ ତଳେ ପଡ଼ିଗଲେ ଯୁବକ, ହୃଦ୍‌ଘାତରେ ହେଲା ମୃତ୍ୟୁ

କ୍ରିକେଟ୍‌ ଖେଳିବା ସମୟରେ ହଠାତ୍‌ ଆସିଲା ହୃଦ୍‌ଘାତ । ଫଳରେ ସେଇଠି ହିଁ ଟଳିପଡ଼ିଲେ ଯୁବକ । ଘଟଣା ଘଟିଛି…

20 mins ago

କେବେ ଆରମ୍ଭ ହୋଇଥିଲା World Bicycle Day? ଜାଣନ୍ତୁ କ’ଣ ଥିଲା ଏହାର ଉଦ୍ଦେଶ୍ୟ

ସାଇକେଲ ଚଳାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ସେଥିପାଇଁ ପ୍ରତିବର୍ଷ ବିଶ୍ୱ ସାଇକେଲ ଦିବସ ଆଜି ଅର୍ଥାତ୍…

20 mins ago

ଟି୨୦ ବିଶ୍ୱକପ : ଅଧିନାୟକ ରୋହିତ ଶର୍ମାଙ୍କ ଫଟୋକୁ ନେଇ କରାଯାଇଛି କଦର୍ଥ, ଫ୍ୟାନ୍‌ ଦେଲେ ମୁହଁତୋଡ ଜବାବ

ଆଇସିସି ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ ହୋଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ରୋହିତ ଶର୍ମା ଭାରତୀୟ ଟିମର…

43 mins ago

ହସପିଟାଲ ବେଡରୁ ଦୁବାଇ ପାର୍ଟିରେ ପହଞ୍ଚିଲେ ରାକ୍ଷୀ ! ଫ୍ୟାନ୍ସ କଲେ ଟ୍ରୋଲ

ରାକ୍ଷୀ ସାୱନ୍ତ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି…

58 mins ago

ଗୋଟିଏ ମିନିଟରେ ହେବ ସ୍ମାର୍ଟଫୋନ ଚାର୍ଜ, ଆସିଲା ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି

ସ୍ମାର୍ଟଫୋନ୍ ଓ ଇଲେକ୍ଟ୍ରିକ୍‌ ଗାଡ଼ି ର ଆବଶ୍ୟକତା ଆମ ଜୀବନରେ ବଢ଼ିବାରେ ଲାଗିଛି । ଏହି ସ୍ମାର୍ଟଫୋନ ଓ ଇଲେକ୍ଟ୍ରିକ୍‌…

1 hour ago