ସ୍ପେଶାଲ

ଭାରତ ତୁଳନାରେ କୋଉ ଦେଶରେ କେତେ ଇଣ୍ଟରନେଟ ଚାର୍ଜ

ବର୍ତ୍ତମାନର ଯୁଗ ହେଉଛି ସ୍ମାର୍ଟ । ଆଉ ଏହି ସ୍ମାର୍ଟ ଯୁଗରେ ସ୍ମାର୍ଟଫୋନ । ଯଦି ଆପଣ ସ୍ମାର୍ଟଫୋନ ଧରିଛନ୍ତି ତେବେ ଇଣ୍ଟରନେଟ ନଥିଲେ ଲାଭ କଣ । ଇଣ୍ଟରନେଟ ଯୁଗରେ ଖାଲି ଯେ କଥାବାର୍ତ୍ତା ଆଉ ମନୋରଞ୍ଜନର ମାଧ୍ୟମ କହିଲେ ହେବନି ଶିକ୍ଷା ଠାରୁ ଆରମ୍ଭ କରି ଚାକିରି ମିଟିଂ ସପିଂ ବ୍ୟବସାୟ ଇତ୍ୟାଦି ଯାଏଁ ସବୁକିଛି ଏବେ ହାତ ପାହାନ୍ତାରେ । ଇଣ୍ଟରନେଟ ବିନା ଦୁନିଆକୁ କଳ୍ପନା କରିବା ମଧ୍ୟ କଷ୍ଟକର । ସମସ୍ତେ ଏହା ମାଧ୍ୟରେ ସଂଯୋଗରେ ।

ରିପୋର୍ଟ ଅନୁଯାୟୀ ଭାରତରେ ୬୨କୋଟିରୁ ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଅଛନ୍ତି । ୨୦୨୫ ସୁଦ୍ଧା ଏହି ସଂଖ୍ୟା ୯୦କୋଟି ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି । ତେଣୁ ଏତେ ସଂଖ୍ୟାରେ ନେଟ ପହଞ୍ଚାଇବା ଏବେ ଇଣ୍ଟରନେଟ ପ୍ରଦାନକାରୀ କମ୍ପାନୀ ଗୁଡିକର ଦାୟିତ୍ୱ । ବିଶ୍ୱର ଇଣ୍ଟରନେଟ ପ୍ରଦାନକାରୀ କମ୍ପାନୀ ଗୁଡିକ ଏଥିପାଇଁ ଭିନ୍ନ ଭାବରେ ଅଲଗା ଅଲଗା ଚାର୍ଜ କରିଥାନ୍ତି । ଅନ୍ୟ ଦେଶ ତୁଳନାରେ ଭାରତରେ ଇଣ୍ଟରନେଟ ବହୁତ ଶସ୍ତା ଅଟେ । ଏହା ସହ ଅନେକ ଦେଶରେ ଇଣ୍ଟରନେଟ ଅନେକାଂଶରେ ମହଙ୍ଗା ରହିଛି । ବର୍ତ୍ତମାନ ପ୍ରତି ସେକେଣ୍ଡରେ ୧୦୦ମେଗାବାଇଟ ଇଣ୍ଟରନେଟ ସ୍ପିଡ ପାଇଁ ବାରତରେ ମାସକୁ ପ୍ରାୟ ୮୦୦ ଦେବାକୁ ପଡୁଛି । କିନ୍ତୁ ୩ମାସ, ୬ମାସ କିମ୍ବା ବର୍ଷେ ଏଭଳି ଭାବରେ ଶସ୍ତା ହୋଇଯାଏ ମୂଲ୍ୟ । କିନ୍ତୁ ଅନ୍ୟଦେଶ ଗୁଡିକରେ କଣ ରହିଛି ।

ଏକ ରିପୋର୍ଟ ଅନୁଯାୟୀ ଋଷିଆରେ ଇଣ୍ଟରନେଟ ସବୁଠୁ ଶସ୍ତା ଅଟେ । ଉପରୋକ୍ତ ସ୍ପିଡ ପାଇଁ ଏଠାରେ ଏକ ମାସର ଚାର୍ଜ ପ୍ରାୟ ୩୪୭ ଟଙ୍କା ଅଟେ । ତୁର୍କିୀରେ ୧୦୦ ଏମବିପିଏସ ପାଇଁ ଆପଣଙ୍କୁ ମାସକୁ ୭୦୦ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେହିପରି ଚାଇନାରେ ଏଚତିପାଇଁ ୧୧୦୦ ଟଙ୍କା ଦେବାକୁ ହେବ । ଶ୍ରୀଲଙ୍କାରେ ଏଥିପାଇଁ ଆପଣଙ୍କୁ ଚାର୍ଜ ଲାଗିବ ୧୨୦୦ଟଙ୍କା । ପାକିସ୍ତାନରେ ୧୫୫୦ଟଙ୍କା । ସେହି କ୍ରମରେ ବାଂଲାଦେଶରେ ୨୬୦୦ଟଙ୍କା ଦେବାକୁ ହେବ ଗ୍ରାହକଙ୍କୁ ।

ଫ୍ରାନ୍ସରେ ୨୪୦୦ଟଙ୍କାରେ ମିଳେ ୧୦୦ଏମବିପିଏସ । ବ୍ରିଟେନରେ ୩୧୦୦ଟଙ୍କା । ଜାପାନରେ ଏହା ୩୨୦୦ଟଙ୍କା ରହିଛି । ସ୍ୱିଜରଲ୍ୟାଣ୍ଡରେ ଏହାର ମୂଲ୍ୟ ରହିଛି ୪୭୦୦ । କାନାଡାରେ ୪୮୦୦। ଆମେରୀକାରେ ଏତିପାଇଁ ଚାର୍ଜ କରାଯାଏ ୫୦୦୦ଟଙ୍କା ପର୍ଯ୍ୟନ୍ତ । ଦକ୍ଷିଣ ଆଫ୍ରିକା ରେ ଏହି ଖର୍ଚ୍ଚ ଆପଣଙ୍କୁ ପଡିଯିବ ୪୨୦୦। ଅଷ୍ଟ୍ରେଲିଆରେ ୪୩୦୦ଟହ୍କା ଆଫଣଙ୍କ ପକେଟ କାଟିବ । ସେହିଭଳି ଭାବରେ ଆରବ ଦେଶଗୁଡିକ ବିଷୟରେ କହିବାକୁ ଗଲେ ସାଉଦିରେ ୫୪୦୦ପାଖାପାଖି । ଓମାନରେ ୫୯୦୦, କତାରରେ ୭୦୦୦ୟୁଏଇରେ ୭୫୦୦ ଟଙ୍କା ଯାଏଁ ରହିବ ଏହି ଚାର୍ଜ । ଆଉ ଏସବୁ ମଧ୍ୟରେ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଛି ଇଥିଓପିଆରେ । ସେଠାରେ ଆପଣଙ୍କୁ ପ୍ରତି ମାସରେ ୨୮୦୦୦ ଟହ୍କା ଖର୍ଚ୍ଚ କାଟିବାକୁ ହେବ ।ଏସବୁ ଆକଳନ ଭାରତୀୟ ମୁଦ୍ରାରେ ଆକଳନ କରାଯାଇଛି । କିନ୍ତୁ ସେଠାକାର କମ୍ପାନୀ ଏହିଭଳି ଭାବରେ ମୂଲ୍ୟ ନିର୍ଧାରିତ କରିଛନ୍ତି ।

KNews Bureau

Recent Posts

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

1 hour ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

2 hours ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

2 hours ago

କଳିଙ୍ଗ ଟିଭିକୁ ଧନ୍ୟବାଦ ଜଣାଇଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ମୋହନ ଚରଣ  ମାଝୀ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ତାଙ୍କ ନେତୃତ୍ୱରେ ବିଜେପି ସରକାର…

3 hours ago

ନାଗପୁର ହିଟ ଆଣ୍ଡ ରନ ମାମଲା ; ୩ଶହ କୋଟିର ସଂପତ୍ତି ପାଇଁ ବୋହୂ ଦେଇଥିଲା ସୁପାରୀ

କି ଯୁଗ ହେଲା । ସମ୍ପତି ଲୋଭ ମଣିଷକୁ ଅନ୍ଧ କଲା । ଭୁଲିଗଲା ସବୁ ସମ୍ପର୍କ । ଶଶୁର…

3 hours ago

ରାଜ୍ୟରୁ ହଟିଲା 5T ଓ ମୋ ସରକାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରୁ ହଟିଲା 5T ଓ ମୋ ସରକାର । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ…

4 hours ago