ସ୍ପେଶାଲ

ଧର୍ମ ପ୍ରକୃତରେ କଣ ଏହା କେତେ ପ୍ରକାର? ଆମେ ମନୁଷ୍ୟ ହିସାବରେ କେଉଁ ଧର୍ମ ଗ୍ରହଣ କରିବା ଉଚିତ ଜାଣନ୍ତୁ

ଯୁଗ ଯୁଗ ଧରି ଏ ଜଗତରେ ଧର୍ମକୁ ନେଇ ରହିଛି ଅନେକ ସଂଶୟ । ଆଉ କଳି ଯୁଗରେ ତ ଧର୍ମକୁ ନେଇ ଚାଲିଛି ବାଦ ବିବାଦ, ଲଢ଼େଇ ରକ୍ତପାତ । ହେଲେ ଆମ ପ୍ରାଚୀନ ଧର୍ମଗ୍ରନ୍ଥ ଅନୁସାରେ ଆମେ କେବେବି ଧର୍ମକୁ ଭଲ ଭାବେ ବିଶ୍ଳେଷଣ କରି ନାହୁଁ । ତେଣୁ ଏହାକୁ ନେଇ ସୃଷ୍ଟି ହୋଇଛି ଅନେକ ସମସ୍ୟା । ଆଜି ସେହି ଧର୍ମ ବିଷୟରେ କିଛି ଆଲୋଚନା କରିବା ।

ଧର୍ମ ପ୍ରକୃତରେ କଣ, ଏହା କେତେ ପ୍ରକାର, ଆମେ ମନୁଷ୍ୟ ହିସାବରେ କେଉଁ ଧର୍ମ ଗ୍ରହଣ କରିବା ଉଚିତ । ଏସବୁ କଥା ଅନେକଙ୍କ ମନରେ ଆସେ । ହେଲେ ଏହାକୁ ନେଇ ସ୍ପଷ୍ଟ ଭାବେ ଆମକୁ ଯେତିକି ସୂଚନା ମିଳେ ତା ଭିତରେ ବିଭ୍ରାନ୍ତି ଅଧିକ ଥାଏ । କାରଣ ଏହାକୁ ନେଇ ଆମର ଜ୍ଞାନ ସୀମିତ । ଯେମିତିକି ମହାଭାରତରେ ଧର୍ମକୁ ନେଇ ବିଭିନ୍ନ ପ୍ରକାର କଥା କୁହାଯାଇଛି । ନିଜସ୍ୱ କର୍ମ ହେଉଛି ଧର୍ମ, ସତ୍ୟ ହିଁ ଧର୍ମ, ଉଦାରତା ହେଉଛି ଧର୍ମ, ସମସ୍ତ ପ୍ରାଣୀଙ୍କ ପ୍ରତି ଉଦାରତା ଦେଖାଇବା ହେଉଛି ଧର୍ମ । ଏମିତିକି ଅନେକ ଗ୍ରନ୍ଥରେ ଦାନ, ପୁଣ୍ୟକୁ ମଧ୍ୟ ଧର୍ମ କୁହାଯାଇଛି ।

ତେବେ ଧର୍ମର ଆକ୍ଷରିକ ଅର୍ଥ ହେଉଛି ‘ଧାରୟତି ଇତି ଧର୍ମ’ । ଅର୍ଥାତ ଯାହାକୁ ଧାରଣ କରାଯାଏ, ଯାହା ଧାରଣ କରିବାର ଯୋଗ୍ୟ, ତାହା ହେଉଛି ଧର୍ମ । ସତ୍ୟ, କ୍ଷମା, ବିଦ୍ୟା, ଦୟା, ଦାନ ହେଉଛି ଧର୍ମ । ତେବେ ଲଗାତର ଭାବେ ନିଜ କର୍ମ କରିଯିବାକୁ ହିଁ ମୁଖ୍ୟ ଧର୍ମ ବୋଲି କୁହାଯାଏ । ହିନ୍ଦୁ, ମୁସଲମାନ, ଶିଖ, ଖ୍ରିଷ୍ଟିଆନ୍‌କୁ ଆମେ ଧର୍ମ ବୋଲି ମାନୁ । ହେଲେ ଏସବୁ ଧର୍ମ ଅପେକ୍ଷା ଗୋଟିଏ ସମ୍ପ୍ରଦାୟର ପରମ୍ପରା ବୋଲି କୁହାଯାଏ ।

ଉପନିଷଦରେ କୁହାଯାଇଛି ମନ ହିଁ ସବୁ ମନୁଷ୍ୟର ମୋକ୍ଷର କାରଣ । ତେଣୁ ମନ ଦ୍ୱାରା ହିଁ କର୍ମ କରାଯିବା ଉଚିତ । ଉଭୟ ଶରୀର ଓ ଆତ୍ମା ପାଇଁ ମନ ହିଁ କର୍ମ କରିବ । ହେଲେ ମନକୁ ସମ୍ଭାଳିବା ସହଜ କଥା ନୁହେଁ । ପୁଣି ମନ ଓ ବିବେକକୁ ନେଇ ଜ୍ଞାନୀ ବ୍ୟକ୍ତିମାନେ ଅନେକ କଥା କହି ଯାଇଛନ୍ତି । ଆଉ ଶେଷରେ ସମସ୍ତେ ସେହି ବିବେକର କଥାକୁ ମାନିବାକୁ ପରାମର୍ଶ ଦେଇଛନ୍ତି । ଯାହା କୌଣସି ଧର୍ମ ଠାରୁ କମ୍‌ ନୁହେଁ ।

ଆତ୍ମା ଓ ଶରୀର ଗୋଟିଏ ଜାଗାରେ ରହିଲେ ମଧ୍ୟ ଦୁଇଟି ଅଲଗା କଥା । ଆତ୍ମାର କର୍ମ କେବଳ ପରମାତ୍ମାରେ ମିଳନ ଯାଏ । ଶରୀର କିନ୍ତୁ ବସ୍ତୁବାଦୀ ହୋଇଥିବାରୁ ଏ ପୃଥିବୀରେ ଆମେ ତା ପାଇଁ କିଛି କର୍ମ କରିବା ଦରକାର । ଯାହା ମାୟାର ବନ୍ଧନରେ ବାନ୍ଧି ହୋଇଥାଏ । ପଞ୍ଚତତ୍ତ୍ୱରେ ତିଆରି ଆମ ଶରୀର । ଆକାଶ, ପୃଥିବୀ, ଜଳ, ଅଗ୍ନି ଓ ବାୟୁ । ଆମ ଶରୀରରେ ଏସବୁର ଯଦି ଭାରସାମ୍ୟ ନରହେ ତେବେ ଶରୀର ଅସୁସ୍ଥ ହୁଏ । ତେଣୁ ଏହାର ଭାରସାମ୍ୟ ରକ୍ଷା କରିବା ମଧ୍ୟ ଏକ ଧର୍ମ । ଶରୀର ସୁସ୍ଥ ରହିଲେ ଆତ୍ମା ତାର କର୍ମ କରି ପାରିବ । ତେଣୁ ନିରନ୍ତର ପ୍ରଭୁଙ୍କ ନାମ ଜପ କରିବ ଏବଂ ତା ସହିତ ନିଜ ଶରୀରର ଉଚିତ ଯତ୍ନ ନେବା ହିଁ ପ୍ରକୃତ ଧର୍ମ । ନିଜକୁ ଉଚିତ ମାର୍ଗରେ ନେଲେ ଆପେ ଆପେ ନିଜ ଭିତରକୁ ମାନବିକତା ଆସିବ ଏବଂ ତୁମେ ଅନ୍ୟ ପ୍ରତି ଥିବା କର୍ତ୍ତବ୍ୟ କରି ପାରିବ । ଯାହା ପ୍ରକୃତ ଧର୍ମରେ ପରିଣତ ହେବ ।

Pritiparna

Recent Posts

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

26 mins ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

36 mins ago

କଳିଙ୍ଗ ଟିଭିକୁ ଧନ୍ୟବାଦ ଜଣାଇଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ମୋହନ ଚରଣ  ମାଝୀ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ତାଙ୍କ ନେତୃତ୍ୱରେ ବିଜେପି ସରକାର…

1 hour ago

ନାଗପୁର ହିଟ ଆଣ୍ଡ ରନ ମାମଲା ; ୩ଶହ କୋଟିର ସଂପତ୍ତି ପାଇଁ ବୋହୂ ଦେଇଥିଲା ସୁପାରୀ

କି ଯୁଗ ହେଲା । ସମ୍ପତି ଲୋଭ ମଣିଷକୁ ଅନ୍ଧ କଲା । ଭୁଲିଗଲା ସବୁ ସମ୍ପର୍କ । ଶଶୁର…

1 hour ago

ରାଜ୍ୟରୁ ହଟିଲା 5T ଓ ମୋ ସରକାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରୁ ହଟିଲା 5T ଓ ମୋ ସରକାର । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ…

2 hours ago

ପୋକ୍ସୋ ମାମଲା: ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଛି । ବେଙ୍ଗାଲୁରୁର ଏକ…

2 hours ago