p.c : patrika.com
ସନାତନ ଧର୍ମରେ ଏକାଦଶୀକୁ ଭଗବାନ ବିଷ୍ଣୁଙ୍କ ପ୍ରିୟ ଦିନ ବୋଲି କୁହାଯାଏ । ବର୍ଷର ୧୨ ମାସରେ ୨୪ ଏକାଦଶୀ ପଡ଼ିଥାଏ । ଏହି ସବୁ ଏକାଦଶୀ ନିଜ ନିଜର ନାମ ରହିଛି । ସେହିପରି ଭିନ୍ନ ଭିନ୍ନ ଏକାଦଶୀ ଭିନ୍ନ ଭନ୍ନ ଫଳ ଦେଇଥାଏ । ଆସନ୍ତାକାଲି ପଡ଼ୁଛି ଏକାଦଶୀ । ଏହି ଏକାଦଶୀର ନାମ ଦେବୋଥ୍ଥାନ ଏକାଦଶୀ । ଏକାଦଶୀ ନିୟମ ଅନୁସାରେ ଏହି ଦିନ କ’ଣ କରିବା ଉଚିତ ଓ ଅନୁଚିତ୍ ତାହା ଆଜି ଜାଣିବା ।
– ବ୍ରାହ୍ମ ମୁହୂର୍ତ୍ତ ରୁ ଉଠି କରି ସ୍ନାନ ଆଦି ନିତ୍ୟ କାମ ସାରି ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ ।
– ସ୍ନାନ କରି ମନ୍ଦିର ଯାଇ ଗୀତା ପାଠ କରନ୍ତୁ କିମ୍ବା ପୁରୋହିତଙ୍କ ଠାରୁ ଗୀତା ପାଠ ଶ୍ରବଣ କରନ୍ତୁ ।
– ଏକାଦଶୀ ଦିନ ‘ ଓଁ ନମଃ ଭଗବତେ ବାସୁଦେବାୟ’ ମନ୍ତ୍ର ଜପ କରନ୍ତୁ । ରାମ,କୃଷ୍ଣ,ନାରାୟଣ ଆଦି ବିଷ୍ଣୁଙ୍କ ସହସ୍ର ନାମ ଜପ କରନ୍ତୁ ।
– ଏହି ଦିନ ଯଦି ଭୂଲବଶତଃ କିଛି ନିନ୍ଦୁକଙ୍କ ସହ କଥା ହେଉଛନ୍ତି, ତେବେ ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ଦର୍ଶନ କରି ଧୂପ-ଦୀପରେ ଶ୍ରୀହରିଙ୍କୁ ପୂଜା କରି କ୍ଷମା ମାଗନ୍ତୁ ।
– ଏହି ଦିନ ଯଥା ଶକ୍ତି ଦାନ କରନ୍ତୁ ।
– କଦଳୀ,ଆମ୍ବ, ଅଂଗୁର, ବାଦାମ, ପିସ୍ତା ଆଦି ଅମୃତ ଫଳ ସେବନ କରନ୍ତୁ ।
– ପ୍ରତ୍ୟେକ ବସ୍ତୁ ପ୍ରଭୁଙ୍କୁ ଭୋଗ ଲଗାଇ ତଥା ତୁଳସୀ ଚଢ଼ାଇ ଗ୍ରହଣ କରନ୍ତୁ ।
– ଦ୍ୱାଦଶୀ ଦିନ ବ୍ରାହ୍ମଣଙ୍କୁ ମିଠା, ଦକ୍ଷିଣା ଦେବା ଜରୁରୀ ।
– ସଂଧ୍ୟାକାଳେ ତୁଳସୀ ଗଛ ଆଗରେ ଦୀପ ଜଳାନ୍ତୁ ।
– ଏହି ପୁରା ଦିନ ମଧୂର ବଚନ କହିବା ଉଚିତ୍ ।
୧. ଏକାଦଶୀ ଦିନ କ୍ରୋଧ କରନ୍ତୁ ନାହିଁ ।
୨. ରାତିରେ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ ଓ ଭୋଗ ବିଳାସ ଠାରୁ ଦୂରରେ ରୁହନ୍ତୁ ।
୩. ଏହି ଦିନ କାହାର ଖାଦ୍ୟ ଗ୍ରହଣ କରନ୍ତୁ ନାର୍ହି ।
୪. ଏକାଦଶୀ ଦିନ ପ୍ରାତ ଦାନ୍ତ କାଠି ଘସନ୍ତୁ ନାହିଁ । ଲେମ୍ବୁ, ଜାମୁ ଓ ଆମ୍ବ ପତ୍ର ଚୋବାଇ ଦାନ୍ତ ସଫା କରନ୍ତୁ ଓ ଅଙ୍ଗୁଳିରେ କଣ୍ଠ ସଫା କରନ୍ତୁ । ଗଛରୁ ଏହି ଦିନ ପତ୍ର ତୋଳନ୍ତୁ ନାହିଁ । ତେଣୁଗଛରୁ ପଡ଼ିଥିବା ପତ୍ର ଆଣି ସେବନ କରନ୍ତୁ । ଯଦି ସମ୍ଭବ ନହୁଏ ପାଣିରେ ବାରମ୍ବାର କୁଳା କରନ୍ତୁ ।
୫. ଏକାଦଶୀ ଦିନ ଘରେ ଝାଡ଼ୁ ଲଗାନ୍ତୁ ନାହିଁ । କାରଣ ପିମ୍ପୁଡ଼ି ଆଦି ଜୀବଙ୍କର ମୃତ୍ୟୁ ହେବାର ଭୟ ଥାଏ ।
୬. ଏହି ଦିନ ବାଳ କାଟନ୍ତୁ ନାହିଁ । କିମ୍ବା ଅଧିକ କଥା କୁହନ୍ତୁ ନାହିଁ କାରଣ ବେଳେ ବେଳେ ମୁହଁରୁ ନକହିବା କଥା ବାହାରି ଯାଇଥାଏ ।
୭. ଏକାଦଶୀ ଦିନ ବ୍ରତଧାରୀ ଗାଜର, ବିଟ, କୋବି, ପାଳଙ୍ଗ ଆଦି ଖାଇବା ଉଚିତ ନୁହେଁ । ଏକାଦଶୀ ଦିନ ରସୁଣ, ପିଆଜ, ମାଂସ, ମାଛ, ଅଣ୍ଡା ଆଦି ଖାଇବା ଉଚିତ ନୁହେଁ ।
୮. ଏହି ଦିନ ଗଛରୁ ପତ୍ର ତୋଳନ୍ତୁ ନାହିଁ । ଗଛରେ ଜଳ ଦିଅନ୍ତୁ ।
୯. ବ୍ରତ ଦିନ ସବୁ ସଦସ୍ୟ ମିଛ କୁହନ୍ତୁ ନାହିଁ । କାମ ଲାଳସା, ମଦ ଆଦି ରେ ଲିପ୍ତ ରୁହନ୍ତୁ ନାହିଁ ।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…