Below header

ଏକାଦଶୀରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଭଗବାନ ହୋଇଯିବେ ରୁଷ୍ଟ

ସନାତନ ଧର୍ମରେ ଏକାଦଶୀକୁ ଭଗବାନ ବିଷ୍ଣୁଙ୍କ ପ୍ରିୟ ଦିନ ବୋଲି କୁହାଯାଏ । ବର୍ଷର ୧୨ ମାସରେ ୨୪ ଏକାଦଶୀ ପଡ଼ିଥାଏ । ଏହି ସବୁ ଏକାଦଶୀ ନିଜ ନିଜର ନାମ ରହିଛି । ସେହିପରି ଭିନ୍ନ ଭିନ୍ନ ଏକାଦଶୀ ଭିନ୍ନ ଭନ୍ନ ଫଳ ଦେଇଥାଏ । ଆସନ୍ତାକାଲି ପଡ଼ୁଛି ଏକାଦଶୀ । ଏହି ଏକାଦଶୀର ନାମ ଦେବୋଥ୍ଥାନ ଏକାଦଶୀ । ଏକାଦଶୀ ନିୟମ ଅନୁସାରେ ଏହି ଦିନ କ’ଣ କରିବା ଉଚିତ ଓ ଅନୁଚିତ୍‌ ତାହା ଆଜି ଜାଣିବା ।

ଏକାଦଶୀ ଦିନ କ’ଣ କରିବ :

– ବ୍ରାହ୍ମ ମୁହୂର୍ତ୍ତ ରୁ ଉଠି କରି ସ୍ନାନ ଆଦି ନିତ୍ୟ କାମ ସାରି ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ ।

– ସ୍ନାନ କରି ମନ୍ଦିର ଯାଇ ଗୀତା ପାଠ କରନ୍ତୁ କିମ୍ବା ପୁରୋହିତଙ୍କ ଠାରୁ ଗୀତା ପାଠ ଶ୍ରବଣ କରନ୍ତୁ ।

– ଏକାଦଶୀ ଦିନ ‘ ଓଁ ନମଃ ଭଗବତେ ବାସୁଦେବାୟ’ ମନ୍ତ୍ର ଜପ କରନ୍ତୁ । ରାମ,କୃଷ୍ଣ,ନାରାୟଣ ଆଦି ବିଷ୍ଣୁଙ୍କ ସହସ୍ର ନାମ ଜପ କରନ୍ତୁ ।

– ଏହି ଦିନ ଯଦି ଭୂଲବଶତଃ କିଛି ନିନ୍ଦୁକଙ୍କ ସହ କଥା ହେଉଛନ୍ତି, ତେବେ ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ଦର୍ଶନ କରି ଧୂପ-ଦୀପରେ ଶ୍ରୀହରିଙ୍କୁ ପୂଜା କରି କ୍ଷମା ମାଗନ୍ତୁ ।

– ଏହି ଦିନ ଯଥା ଶକ୍ତି ଦାନ କରନ୍ତୁ ।

– କଦଳୀ,ଆମ୍ବ, ଅଂଗୁର, ବାଦାମ, ପିସ୍ତା ଆଦି ଅମୃତ ଫଳ ସେବନ କରନ୍ତୁ ।

– ପ୍ରତ୍ୟେକ ବସ୍ତୁ ପ୍ରଭୁଙ୍କୁ ଭୋଗ ଲଗାଇ ତଥା ତୁଳସୀ ଚଢ଼ାଇ ଗ୍ରହଣ କରନ୍ତୁ ।

– ଦ୍ୱାଦଶୀ ଦିନ ବ୍ରାହ୍ମଣଙ୍କୁ ମିଠା, ଦକ୍ଷିଣା ଦେବା ଜରୁରୀ ।

– ସଂଧ୍ୟାକାଳେ ତୁଳସୀ ଗଛ ଆଗରେ ଦୀପ ଜଳାନ୍ତୁ ।

– ଏହି ପୁରା ଦିନ ମଧୂର ବଚନ କହିବା ଉଚିତ୍‌ ।

 

ଏକାଦଶୀ ଦିନ କ’ଣ ନ କରିବା ଉଚିତ୍‌ :

 

୧. ଏକାଦଶୀ ଦିନ କ୍ରୋଧ କରନ୍ତୁ ନାହିଁ ।

୨. ରାତିରେ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ ଓ ଭୋଗ ବିଳାସ ଠାରୁ ଦୂରରେ ରୁହନ୍ତୁ ।

୩. ଏହି ଦିନ କାହାର ଖାଦ୍ୟ ଗ୍ରହଣ କରନ୍ତୁ ନାର୍ହି ।

୪. ଏକାଦଶୀ ଦିନ ପ୍ରାତ ଦାନ୍ତ କାଠି ଘସନ୍ତୁ ନାହିଁ । ଲେମ୍ବୁ, ଜାମୁ ଓ ଆମ୍ବ ପତ୍ର ଚୋବାଇ ଦାନ୍ତ ସଫା କରନ୍ତୁ ଓ ଅଙ୍ଗୁଳିରେ କଣ୍ଠ ସଫା କରନ୍ତୁ । ଗଛରୁ ଏହି ଦିନ ପତ୍ର ତୋଳନ୍ତୁ ନାହିଁ । ତେଣୁଗଛରୁ ପଡ଼ିଥିବା ପତ୍ର ଆଣି ସେବନ କରନ୍ତୁ । ଯଦି ସମ୍ଭବ ନହୁଏ ପାଣିରେ ବାରମ୍ବାର କୁଳା କରନ୍ତୁ ।

୫. ଏକାଦଶୀ ଦିନ ଘରେ ଝାଡ଼ୁ ଲଗାନ୍ତୁ ନାହିଁ । କାରଣ ପିମ୍ପୁଡ଼ି ଆଦି ଜୀବଙ୍କର ମୃତ୍ୟୁ ହେବାର ଭୟ ଥାଏ ।

୬. ଏହି ଦିନ ବାଳ କାଟନ୍ତୁ ନାହିଁ । କିମ୍ବା ଅଧିକ କଥା କୁହନ୍ତୁ ନାହିଁ କାରଣ ବେଳେ ବେଳେ ମୁହଁରୁ ନକହିବା କଥା ବାହାରି ଯାଇଥାଏ ।

୭. ଏକାଦଶୀ ଦିନ ବ୍ରତଧାରୀ ଗାଜର, ବିଟ, କୋବି, ପାଳଙ୍ଗ ଆଦି ଖାଇବା ଉଚିତ ନୁହେଁ । ଏକାଦଶୀ ଦିନ ରସୁଣ, ପିଆଜ, ମାଂସ, ମାଛ, ଅଣ୍ଡା ଆଦି ଖାଇବା ଉଚିତ ନୁହେଁ ।

୮. ଏହି ଦିନ ଗଛରୁ ପତ୍ର ତୋଳନ୍ତୁ ନାହିଁ । ଗଛରେ ଜଳ ଦିଅନ୍ତୁ ।

୯. ବ୍ରତ ଦିନ ସବୁ ସଦସ୍ୟ ମିଛ କୁହନ୍ତୁ ନାହିଁ । କାମ ଲାଳସା, ମଦ ଆଦି ରେ ଲିପ୍ତ ରୁହନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.