Below header

ଓଡିଶା ଇତିହାସରେ ପ୍ରଥମ ଘଟଣା, ହାଇକୋର୍ଟ ପରିସର ବୁଲି ଦେଖିଲେ ଛାତ୍ରଛାତ୍ରୀ

କଟକ(କେ ନ୍ୟୁଜ): ଶିଶୁ ଦିବସ ଅବସରରେ ଓଡିଶା ହାଇକୋର୍ଟ ବୁଲିଲେ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲର ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ୨୫ ଜଣ ଛାତ୍ର ଛାତ୍ରୀ। ପଣ୍ଡିତ ଜବାହରଲାଲ ନେହେରୁଙ୍କ ଭାଷାରେ ଆଜିର ଶିଶୁ ଆସନ୍ତା କାଲିର ଭାରତ ନିର୍ମାଣ କରିବେ। ଏଥିପାଇଁ ଓଡିଶା ହାଇକୋର୍ଟ ଆଜି ଛାତ୍ର ଛାତ୍ରୀଙ୍କ ପାଇଁ ଖୋଲା ଥିଲା। ଓଡିଶା ହାଇକୋର୍ଟ ଇତିହାସରେ ଏଭଳି ଘଟଣା ପ୍ରଥମ ପାଇଁ ଆୟୋଜିତ ହୋଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କୋର୍ଟ ହଲ ସମେତ ଅନ୍ୟ କୋର୍ଟ ହଲ ବୁଲି ଦେଖିଥିଲେ। ହାଇକୋର୍ଟରେ ମାମଲା ପରିଚାଳନା ସମ୍ପର୍କରେ ବିଭିନ୍ନ ପ୍ରକାର ପ୍ରଶ୍ନ ମୁଖ୍ୟ ବିଚାରପତିଙ୍କୁ ଅନେକ ପ୍ରଶ୍ନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ ମୁରଲୀଧର ଉଦବୋଧନ ଦେଇ କହିଛନ୍ତି, ଅନ୍ୟାୟ ଓ ଅସମାନତା ବିରୋଧରେ ଆଇନଜୀବୀ ଓ ବିଚାରପତି ଲଢ଼େଇ କରିଥାନ୍ତି। ସମାଜରେ ଯେଉଁଠି ଅନ୍ୟାୟ, ଅନୀତି ହୁଏ କିମ୍ବା କୌଣସି ବ୍ୟକ୍ତି ନ୍ୟାୟ ପାଇବାରୁ ବଞ୍ଚିତ ହୁଏ ସେଠାରେ ଆଇନଜୀବୀ ମାନେ ଆଇନର ଉପଯୋଗ କରି ନ୍ୟାୟ ପ୍ରଦାନ ବା ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇଥାନ୍ତି।

ଆଇନର ବ୍ୟବହାର ଏବଂ ଜ୍ଞାନର ଉପଯୋଗ କରି ସମସ୍ୟାର ଚିହ୍ନଟ କରିବା ପରେ ହିଁ ସମାଧାନର ସୂତ୍ର ବାହାରି ପାରିବ। ସମାଜରେ ଅନ୍ୟାୟ ଓ ଅସମାନତା ଦୂର କରିବା ପାଇଁ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ। ଜଣେ ବିଚାରପତି ଭାବେ ଅନ୍ୟାୟ, ଅନୀତି ଓ ଅସମାନତା ବିରୋଧରେ ଲଢ଼ି ସମାଜର ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରହିବା ଉଚିତ। ଏହା ନିଶ୍ଚିତ ରୂପେ ଏକ ଚାଲେଞ୍ଜ ବୋଲି କହିଥିଲେ ମୁଖ୍ୟ ବିଚାରପତି। ଏହାସହ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ଲିଗାଲ ପ୍ରଫେସନକୁ ଆଦରିବାକୁ ସେ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନେ ହାଇକୋର୍ଟର ବିଭିନ୍ନ ହଲ, ହାଇକୋର୍ଟ ବାର ଆସୋସିଏସନ, ଆଇନସେବା ଭବନ ଓ ଜୁଡିସିଆଲ ଏକାଡେମୀ ବୁଲି ଦେଖିଲେ। ଗରିବ ଲୋକମାନଙ୍କ ପାଇଁ ଥିବା ଏଡିଆର ବା ମାମଲାର ବିକଳ୍ପ ସମାଧାନ ସମ୍ପର୍କରେ ଛାତ୍ରଛାତ୍ରୀ ମାନେ ବୁଝିଥିଲେ। ଜୁଡିସିଆଲ ଏକାଡେମୀରେ ଜୁଡିସିଆଲ ଅଫିସରମାନଙ୍କ ସହ ଛାତ୍ରଛାତ୍ରୀ ମାନେ ଆଲୋଚନା କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.