ଟି୨୦ ବିଶ୍ୱକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ନ୍ୟୁଜିଲାଣ୍ଡର ଚ୍ୟାଲେଞ୍ଜ, ୧୭୩ ରନ୍‌ କଲେ ଟ୍ରଫି ତୁମର

ଦୁବାଇ : କିଏ ଜିତିବ ଆଇସିସି ଟି୨୦ ବିଶ୍ୱ କପ୍‌ ଟ୍ରଫି, ଅଷ୍ଟ୍ରେଲିଆ ନା ନ୍ୟୁଜିଲାଣ୍ଡ ? ଚାଲିଛି ଟ୍ରାନ୍ସ-ଟାସମାନିଆ ଲଢ଼େଇ । ପ୍ରଥମ ଭାଗ ଖେଳ ସରି ଯାଇଛି ଏବଂ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୧୭୩ ରନ୍‌ର ଚ୍ୟାଲେଞ୍ଜ ଦେଇଛି ।

ଆଜି ଅଷ୍ଟ୍ରେଲିଆ ଦଳ ଟସ୍‌ ଜିତି ପୂର୍ବାନୁମାନ ଅନୁସାରେ ପ୍ରଥମେ ବୋଲିଂ ନେଇଥିଲା । ନ୍ୟୁଜିଲାଣ୍ଡର ଦୁଇ ଓପ୍ନର ମାର୍ଟିନ୍‌ ଗପଟିଲ ଓ ଡାରୀଲ ମିଚେଲ ପ୍ରଥମ ଓ୍ଵିକେଟ୍‌ରେ ୨୮ ରନ୍‌ ଯୋଡ଼ିବା ପରେ ମିଚେଲ ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ । ପରେ ଗପଟିଲ ୨୮ ରନ୍‌ରେ ପାଭିଲିଅନ୍‌ ଫେରିଥିଲେ । ଏ ଦୁହିଙ୍କ ପରେ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଆଗେଇ ନେଇଥିଲେ । କ୍ୟାପଟେନ୍‌ ଇନିଂସ୍‌ ଖେଳି ପୂରା ଜମେଇ ଦେଲେ ଓ୍ଵିଲିୟମସନ୍‌ । ୧୦ଟି ଚୌକା ଓ ୩ଟି ଛକା ମାରି ୪୮ ବଲ୍‌ରେ ୮୫ ରନ୍‌ ସ୍କୋର କରିଛନ୍ତି । ତେବେ ଶେଷରେ ଅଷ୍ଟ୍ରେଲିଆର ସଫଳ ବୋଲର ହାଜେଲଉଡ୍‌ଙ୍କ ଶିକାର ହେଲେ ଓ୍ଵିଲିୟମସନ୍‌ । ତାଙ୍କ ଓ୍ଵିକେଟ୍‌ ପଡ଼ିଯିବା ସତ୍ତ୍ୱେ ନ୍ୟୁଜିଲାଣ୍ଡ ୨୦ ଓଭର୍‌ରେ ୪ ଓ୍ଵିକେଟ୍‌ ହରାଇ କରିଛି ୧୭୨ ରନ୍‌ ।

SCORE

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.