Below header

ଚାଣକ୍ୟ ନୀତି ଅନୁସାରେ ଏମିତି ଲୋକଙ୍କୁ ଅର୍ଥର ଅଭାବ କେବେ ବି ହୋଇନଥାଏ

ପ୍ରସିଦ୍ଧ ନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ବହୁତ ପ୍ରସିଦ୍ଦ । ଚାଣକ୍ୟଜୀ ଏକ ନୀତିଶାସ୍ତ୍ର ରଚନା କରିଛନ୍ତି ଯେଉଁଥିରେ ସମାଜର ପ୍ରତ୍ୟେକ ବିଷୟରେ ଗଭୀର ଭାବେ ବିଶ୍ଲେଷର କରିଛନ୍ତି । କୁହାଯାଏ ଯିଏ ଚାଣକ୍ୟଙ୍କ ନୀତି କୁ ଜୀବନରେ ଲଗାଇଥାଏ ତାଙ୍କର କୌଣସି ଅସୁବିଧା ହୁଏନାହିଁ । ସେ ସର୍ବଦା ଜୀବନରେ ସଫଳ ହୋଇଥାଏ ।

ଯଦି ଆପଣ ଚାଣକ୍ୟଙ୍କ ନୀତିକୁ ନିଜ ଜୀବନରେ ଲଗାନ୍ତି ତେବେ ଯେତେ ବଡ଼ ଅସୁବିଧା ହେଲେ ବି ତାହା ଚୁଟକୀରେ ସମାଧାନ ହୋଇଯିବ । ଚାଣକ୍ୟଙ୍କ ଏହି ନୀତିକୁ ଯଦି ଆପଣ ପାଳନ କରିବେ ତେବେ ଜୀବନରେ କେବେ ବି ଅର୍ଥର ଅସୁବିଧା ହେବ ନାହିଁ ।

୧. ଚାଣକ୍ୟଙ୍କ ନୀତି କୁହେ ଧନ ସଂଚୟ ସହିତ ଏହାକୁ ଠିକ୍‌ ଯାଗାରେ ନିବେଶ କରିବା ଉଚିତ୍‌ । ଅର୍ଥକୁ ସର୍ବଦା ସମ୍ମାନ କରିବା ଉଚିତ୍‌ । କାରଣ ଅର୍ଥ ସର୍ବଦା ସମ୍ମାନ ଦେଇଥାଏ । ବିପରୀତ ପରିସ୍ଥିତିରେ ଲଢ଼ିବାକୁ ସହାୟତା କରିଥାଏ । କୌଣସି ବ୍ୟକ୍ତିକୁ ଏମିତି ସ୍ଥାନରେ ରହିବା ଉଚିତ ନୁହେଁ ଯେଉଁଠି ରୋଜଗାର, କଲ୍ୟାଣ, ଗାରିମା ଓ ଶିକ୍ଷା ଉପଲବ୍ଧ ନଥିବ ।

୨. ଚାଣକ୍ୟ ନୀତି ଅନୁଯାୟୀ, ଧନର ଉପଯୋଗ ଜନ କଲ୍ୟାଣ ପାଇଁ ବି କରିବା ଉଚିତ୍‌ । ଏମିତି ଲୋକଙ୍କୁ ସବୁ ଜାଗାରେ ସମ୍ମାନ ମିଳିଥାଏ । ଧନକୁ ସର୍ବଦା ସୁରକ୍ଷିତ ରଖିବା ଦରକାର । ଦେଖାଇ ହେବା ପାଇଁ ଧନ ଖର୍ଚ୍ଚ କରିବାରୁ କ୍ଷାନ୍ତ ହୁଅନ୍ତୁ । ଯେଉଁମାନେ ଲୋକଙ୍କୁ ଦେଖାଇବା ପାଇଁ ଧନ ଖର୍ଚ୍ଚ କରନ୍ତି ସେମାନଙ୍କର ଅର୍ଥ ଶୀଘ୍ର ସମାପ୍ତ ହୋଇଥାଏ ।

୩. ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଧନ ମାମଲାରେ କେବେ ବି ଅଭିମାନ କରିବା ଉଚିତ ନୁହେଁ । କାରଣ ଅହଂକାର ମନୁଷ୍ୟର ବୁଦ୍ଧି ନଷ୍ଟ କରିଦେଇଥାଏ । ଯେଉଁ ବ୍ୟକ୍ତି ନିଜର ଲକ୍ଷ୍ୟ ନିର୍ଦ୍ଧାରିତ କରିପାରେ ନାହିଁ । ସେ ଲୋକ କେବେ ବି ସଫଳତା ପାଏନାହିଁ ।

୪. ଯଦି ଆପଣ କିଛି କାମ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ନିଜକୁ ଏହି ୩ ପ୍ରଶ୍ନ ଜରୁର ପଚାରନ୍ତୁ । ଏହି କାମ କାହିଁକି କରୁଛି । ଏହି କାମର ପରିଣାମ କ’ଣ ହେବ । ମୁଁ ଏହା କରିପାରିବି କି ? ଯଦି ଆପଣଙ୍କ ପାଖରେ ଏହି ୩ଟି ପ୍ରଶ୍ନର ଉତ୍ତର ରହିଛି ତେବେ କାମ ଆରମ୍ଭ କରି ଦିଅନ୍ତୁ । ଏହାଦ୍ୱାରା ସଫଳତାର ସମ୍ଭାବନା ବଢ଼ିଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.