ପଞ୍ଜାବ ବିଧାନସଭା ନିର୍ବାଚନ : ଅଭିନେତା ସୋନୁ ସୁଦଙ୍କ ଭଉଣୀ ଲଢ଼ିବେ ନିର୍ବାଚନ

ନୂଆଦିଲ୍ଲୀ : ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବେ ଅଭିନେତା ସୋନୁ ସୁଦ୍ଙ୍କ ଭଉଣୀ । ଆଜି ପଞ୍ଜାବରେ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି ସୋନୁ ସୁଦ୍ । କିନ୍ତୁ କେଉଁ ଦଳର ଟିକେଟ୍ରେ ଲଢ଼ିବେ ସେ ନେଇ ସେ ନିରବ ଅଛନ୍ତି । କିଛି ଦିନ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଭେଟିଥିଲେ ସୋନୁ ସୁଦ୍ । ଏହା ପୂର୍ବରୁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଭେଟିଥିଲେ ।

ସ୍କୁଲ ପିଲାଙ୍କ ପାଇଁ ସୋନୁ ସୁଦ୍ଙ୍କୁ ‘ଦେଶ୍ କି ମେଣ୍ଟର’ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡର କରିଛନ୍ତି କେଜ୍ରିଓ୍ଵାଲ । କେଜ୍ରିଓ୍ଵାଲଙ୍କୁ ସୋନୁ ସୁଦ୍ ଭେଟିବା ବେଳେ ରାଜନୀତିରେ ତାଙ୍କର ଡେବ୍ୟୁ ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହାକୁ ଖଣ୍ଡନ କରିଥିଲେ ସୋନୁ । କିଛି ଦିନ ତଳେ ଚନ୍ନିଙ୍କୁ ଭେଟିଥିଲେ । ତେଣୁ ତାଙ୍କ ଭଉଣୀ ମାଳବିକା ସୁଦ୍ କାହା ଟିକେଟ୍ରେ ନିର୍ବାଚନ ଲଢିବେ ତାକୁ ନେଇ ସସ୍ପେନ୍ସ ରହିଛି ।

ତେବେ ସେ ନିଜ ଘରୋଇ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ବୋଲି ସୋନୁ ସୁଦ କହିଛନ୍ତି । ସୋନୁ କହିଥିଲେ ଯେ ତାଙ୍କ ଭଉଣୀ ତାଙ୍କ ଚାରେଟି ଟ୍ରଷ୍ଟରେ ଅଞ୍ଚଳରେ କାମ କରୁଛନ୍ତି । ସମାଜରେ ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ସେ ସାମାଜିକ କାମ ଜାରି ରଖିଛନ୍ତି । ସେ ରାଜନୀତି କରିବେ ବୋଲି ଇଚ୍ଛା କରିଛନ୍ତି । ଯାହଦ୍ୱାରା ସେ ଆହୁରି ଲୋକଙ୍କ ସେବା କରିପାରିବେ ବୋଲି ସୋନୁ ସୁଦ କହିଛନ୍ତି । କୋଭିଡ୍ ସଂକ୍ରମଣରେ ଦେଶର ଲକଡାଉନ୍ ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ପାଲଟିଥିଲେ ସୋନୁ ସୁଦ୍ । ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରେ ପହଞ୍ଚାଇବାକୁ ବ୍ୟବସ୍ଥା କରି ପ୍ରଶଂସା ସାଉଁଟିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.