ପ୍ରଥମ ଥର ଅଷ୍ଟ୍ରେଲିଆ ଜିତିଲା ଟି୨୦ ବିଶ୍ୱକପ୍‌, ନ୍ୟୁଜିଲାଣ୍ଡ ୮ ଓ୍ଵିକେଟ୍‌ରେ ପରାସ୍ତ

ଦୁବାଇ : ନ୍ୟୁଜିଲାଣ୍ଡକୁ ଅତି ସହଜରେ ହରାଇ ଟି୨୦ ବିଶ୍ୱକପ୍ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ । କଙ୍ଗାରୁ ଦଳ ପ୍ରଥମ ଥର ଏହି ଟାଇଟଲ ଜିତିଛି । ୧୭୩ ରନର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଅଷ୍ଟ୍ରେଲିଆ ୮ ଓ୍ଵିକେଟ୍‌ରେ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଛି । ଶେଷ ଦୁଇ ଓଭରରେ ମାତ୍ର ୧୧ ରନ ଦରକାର ଥିଲା । ତେବେ ୧୮.୫ ଓଭରରେ ଖେଳ ଶେଷ ହୋଇ ଯାଇଥିଲା ।
ଦଳ ପକ୍ଷରୁ ଡେଭିଡ ୱାର୍ନର ୫୩, ମିଚେଲ ମାର୍ଶ ୭୭ ଓ ଗ୍ଲେନ ମାକ୍ସୱେଲ ୨୮ ରନ କରିଥିଲେ । ମାତ୍ର ୧୫ ରନରେ ପ୍ରଥମ ଓ୍ଵିକେଟ୍ ପଡିବ ପରେ ଆଉ ଅଷ୍ଟ୍ରେଲିଆକୁ ରୋକି ପାରିନଥିଲା ନ୍ୟୁଜିଲାଣ୍ଡ । ପୂର୍ବରୁ ନ୍ୟୁଜିଲାଣ୍ଡ ୨୦ ଓଭର୍‌ରେ ୪ ଓ୍ଵିକେଟ୍‌ ହରାଇ କରିଥିଲା ୧୭୨ ରନ୍‌ ।

 

score

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.