Categories: ସ୍ପେଶାଲ

୨୦୦ ବର୍ଷର ଏହି କିଲ୍ଲା ଉପରେ କାହିଁକି ହୋଇଥାଏ ‘ବଜ୍ରପାତ’? ଆଜି ପର୍ଯ୍ୟନ୍ତ କେହି ଭେଦ କରିପାରି ନାହାନ୍ତି ରହସ୍ୟ

ଭାରତରେ ଏମିତି ଅନେକ ରହସ୍ୟମୟ ସ୍ଥାନ ରହିଛି, ଯେଉଁଠି ଅଜବଗଜବ ଘଟଣା ସବୁ ଘଟିଥାଏ। ଏହିଭଳି ଝାଡ଼ଖଣ୍ଡର ରାଞ୍ଚି ସହରରେ ରହିଛି ୨୦୦ ବର୍ଷର ଏକ ଅଟ୍ଟାଳିକା। କୁହାଯାଏ କି, ଏହି ଅଟ୍ଟାଳିକା ଉପରେ ପ୍ରତିବର୍ଷ ହୋଇଥାଏ ‘ବଜ୍ରପାତ’। କିନ୍ତୁ ଆଜି ପର୍ଯ୍ୟନ୍ତ କେହି ବି ଏହି ରହସ୍ୟକୁ ଭେଦ କରିପାରି ନାହାନ୍ତି। ଆସନ୍ତୁ ଜାଣିବା, କାହିଁକି ଏପରି ହୋଇଥାଏ।

ଏହି ଅଟ୍ଟାଳିକା ରାଜା ଜଗତପାଳ ସିଂଙ୍କ କିଲ୍ଲା ନାଁରେ ଜଣାଶୁଣା। ରାଞ୍ଚିଠାରୁ ମାତ୍ର ୧୮ କିମି ଦୂରରେ ଥିବା ପୈଠୋରିଆ ଗାଁରେ ରହିଛି ଏହି କିଲ୍ଲା। ପୂର୍ବରୁ ଏଠାରେ ୧୦୦ଟି ବଖରା ରହିଥିଲା, କିନ୍ତୁ ବଜ୍ରପାତ କାରଣରୁ ସେଗୁଡ଼ିକ ଏବେ ଭାଙ୍ଗିରୁଜି ଗଲାଣି। ଗ୍ରାମବାସୀଙ୍କ କହିବାନୁଯାୟୀ, ଜଣେ ସଂଗ୍ରାମୀ ରାଜାଙ୍କୁ ଦେଇଥିବା ଅଭିଶାପ କାରଣରୁ ଏହି କିଲ୍ଲା ଉପରେ ପ୍ରତିବର୍ଷ ବଜ୍ରପାତ ହୋଇଥାଏ। ତେବେ ଏହା ଏକ ପ୍ରାକୃତିକ ଘଟଣା ହେଲେ ବି ଗୋଟିଏ ଜାଗା ଉପରେ ବର୍ଷ ବର୍ଷ ଧରି ବଜ୍ରପାତ ହେବା, ଲୋକଙ୍କୁ ନିଶ୍ଚିତ ଭାବେ ଭାବିବାକୁ ବାଧ୍ୟ କରିଥାଏ।

ଏହାସହ ପଢନ୍ତୁ: ମିଛ ନୁହେଁ ପ୍ରେତାତ୍ମା କାହାଣୀ…

ଏମିତିରେ କିଲ୍ଲାର ରାଜା ନିଜ ପ୍ରଜାଙ୍କ ନିକଟରେ ବହୁତ ଲୋକପ୍ରିୟ ଥିଲେ ଏବଂ ସେ ଜଣେ ଉତ୍ତମ ରାଜା ଭାବେ ମାନ୍ୟତା ପାଇଥିଲେ। ହେଲେ ତାଙ୍କ ଦ୍ୱାରା ହୋଇଥିବା କେତେକ ଭୁଲ୍‌ ଯୋଗୁ ତାଙ୍କ ନାମ ଇତିହାସରେ ଗଦ୍ଦାର ରୂପରେ ଲିପିବଦ୍ଧ ରହିିଛି। କୁହାଯାଏ, ୧୮୫୭ ସ୍ୱାଧୀନତା ସଂଗ୍ରାମରେ ରାଜା ଜଗତପାଳ ସିଂ ବ୍ରିଟିଶମାନଙ୍କୁ ସାହାଯ୍ୟ କରୁଥିଲେ। ସେ ସଂଗ୍ରାମୀମାନଙ୍କ ସହ ଜଡ଼ିତ ସମସ୍ତ ତଥ୍ୟ ବ୍ରିଟିଶମାନଙ୍କ ପାଖରେ ପହଞ୍ଚାଉଥିଲେ, ଯେଉଁଥିପାଇଁ ଜଣେ ସଂଗ୍ରାମୀ ବିଶ୍ୱନାଥ ସହଦେବ ରାଗିଯାଇଥିଲେ ଏବଂ ତାଙ୍କ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହା ଜାଣିବା ପରେ ରାଜା ତାଙ୍କୁ ଗଛରେ ଫାଶୀ ଲଗାଇ ଝୁଲାଇ ଦେଇଥିଲେ।

ଲୋକଙ୍କ ବିଶ୍ୱାସ ରହିଛି ଯେ ରାଜା ବ୍ରିଟିଶମାନଙ୍କ ହାତ ଧରିବା ଏବଂ ଦେଶ ସହ ଗଦ୍ଦାର କରିବା କାରଣରୁୁ ସଂଗ୍ରାମୀ ବିଶ୍ୱନାଥ ତାଙ୍କୁ ଅଭିଶାପ ଦେଇଥିଲେ। ଆଗାମୀ ଦିନରେ ରାଜାଙ୍କ କୌଣସି ଅସ୍ତିତ୍ୱ ରହିବ ନାହିଁ ଏବଂ ତାଙ୍କ କିଲ୍ଲା ଉପରେ ପ୍ରତିବର୍ଷ ବଜ୍ରପାତ ହେବ ବୋଲି ବିଶ୍ୱନାଥ କହିଥିଲେ। ଏପଟେ ବୈଜ୍ଞାନିକଙ୍କ କହିବା ହେଲା, ଏହି କିଲ୍ଲା ଉପରେ ବଜ୍ରପାତ ଏଥିପାଇଁ ହୋଇଥାଏ, କାହିଁକି ନା ଏଠାରେ ଥିବା ଉଚ୍ଚ ଗଛ ଏବଂ ପାହାଡ଼ରେ ଅନେକ ମାତ୍ରାରେ ଲୌହ ଓ ଖଣିଜପଥର ମହଜୁଦ୍‌ ରହିଛି। ଏହା ଆକାଶରୁ ବିଜୁଳିକୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। କିନ୍ତୁ ଲୋକେ ଏହି କଥାକୁ ଆଦୌ ବିଶ୍ୱାସ କରନ୍ତି ନାହିଁ। ସେମାନେ କୁହନ୍ତି, ୧୮୫୭ ମସିହାର ଅନେକ ବର୍ଷ ପୂର୍ବରୁ ମଧ୍ୟ ଏଠାରେ ଲୌହ ଓ ଖଣିଜପଥର ମହଜୁଦ୍‌ ଥିଲା ଏବଂ ବର୍ତ୍ତମାନଠାରୁ ଅଧିକ ପରିମାଣରେ ଥିଲା। ହେଲେ ସେ ସମୟରେ କାହିଁକି ବଜ୍ରପାତ ହେଉ ନ ଥିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

Roshni

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

11 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

27 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

40 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

49 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

52 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago