କେନ୍ୟୁଜ୍: ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ ଥମିନଥିବା ବେଳେ ପୁଣି ବିବାଦରେ ପପୁ ପମ୍ପମ୍ । ରାନୁ ମଣ୍ଡଳଙ୍କୁ ତାତ୍ସଲ୍ୟ କରି ଭିଡିଓ ପୋଷ୍ଟ ଅଭିଯୋଗରେ କଟକ ନିଶ୍ଚିନ୍ତକୋଇଲି ଥାନାରେ ମାମଲା ରୁଜୁ ହୋଇଛି । ନାଗରିକ ମଞ୍ଚ ପକ୍ଷରୁ ଏତଲା ଦିଆଯାଇଛି । ସେପଟେ ବିିଭିନ୍ନ ମହଲରୁ ସମାଲୋଚନା ପରେ ପପୁ କ୍ଷମା ମାଗିଛନ୍ତି । କହିଛନ୍ତି ‘ରାନୁଙ୍କ ସମ୍ମାନ ଉଦ୍ଦେଶ୍ୟରେ ଭିଡିଓ କରିଥିଲୁ, ସମାଲୋଚନା କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା’ । ରାନୁଙ୍କୁ ଅଧିକ ଲୋକପ୍ରିୟ କରିବା ପାଇଁ ଭିଡିଓ କରିଥିଲେ ବୋଲି ସଫେଇ ଦେଇଛନ୍ତି । ହିମେଶ ରେସମିଆଁଙ୍କ ସହ ରାନୁ ମଣ୍ଡଳ ଗାଉଥିବା ଗୀତକୁ କମେଡି କରି ଟ୍ରୋଲ ହୋଇଥିଲେ ପପୁ। ବର୍ତ୍ତମାନ ସୋସିଆଲ ମିଡିଆରେ ସେନ୍ସେସନ୍ ପାଲଟିଛନ୍ତି ରାନୁ ମଣ୍ଡଳ । ହିମେଶ ରେସିମିଆଁଙ୍କ ସହ ରାନୁ ମଣ୍ଡଳ ଯେଉଁ ଗୀତ ଗାଇଛନ୍ତି । ସେହି ଗୀତକୁ କମେଡି କରିଥିଲେ ପପୁ ପମ୍ପମ୍ । ରାନୁ ଗୀତ ଗାଉଥିବା ବେଳେ ତାଙ୍କ ପାଖରେ ହିମେଶ ରେସିମିଆଁ ଛିଡ଼ା ହୋଇ ଉତ୍ସାହିତ କରୁଥିଲେ । ଠିକ୍ ସେହିପରି ପପୁଙ୍କ ପାଖରେ ଜଣେ ବ୍ୟକ୍ତି ଛିଡ଼ା ହୋଇଛନ୍ତି । ସବୁଠୁ ବଡ଼ କଥା ହେଉଛି ପପୁ ନିଜେ ଶାଢୀ ପିନ୍ଧିବା ସହ ମହିଳାଙ୍କ ପରି ମୁଣ୍ଡରେ କେଶ ଲଗାଇଛନ୍ତି । ପପୁଙ୍କ ଏପରି କମେଡିକୁ ସୋସିଆଲ ମିଡିଆରେ ଲୋକେ ନାପସନ୍ଦ କରିଛନ୍ତି ।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…