Below header

ପୁଣି ଭୁଲ୍ କଲେ, ପୁଣି କ୍ଷମା ମାଗିଲେ : ରାନୁ ମଣ୍ଡଳଙ୍କ ମିମିକ୍ରି ଘଟଣାରେ ହାତ ଯୋଡିଲେ ପପୁ

କେନ୍ୟୁଜ୍: ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ ଥମିନଥିବା ବେଳେ ପୁଣି ବିବାଦରେ ପପୁ ପମ୍‌ପମ୍‌ । ରାନୁ ମଣ୍ଡଳଙ୍କୁ ତାତ୍ସଲ୍ୟ କରି ଭିଡିଓ ପୋଷ୍ଟ ଅଭିଯୋଗରେ କଟକ ନିଶ୍ଚିନ୍ତକୋଇଲି ଥାନାରେ ମାମଲା ରୁଜୁ ହୋଇଛି । ନାଗରିକ ମଞ୍ଚ ପକ୍ଷରୁ ଏତଲା ଦିଆଯାଇଛି । ସେପଟେ ବିିଭିନ୍ନ ମହଲରୁ ସମାଲୋଚନା ପରେ ପପୁ କ୍ଷମା ମାଗିଛନ୍ତି । କହିଛନ୍ତି ‘ରାନୁଙ୍କ ସମ୍ମାନ ଉଦ୍ଦେଶ୍ୟରେ ଭିଡିଓ କରିଥିଲୁ, ସମାଲୋଚନା କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା’ । ରାନୁଙ୍କୁ ଅଧିକ ଲୋକପ୍ରିୟ କରିବା ପାଇଁ ଭିଡିଓ କରିଥିଲେ ବୋଲି ସଫେଇ ଦେଇଛନ୍ତି । ହିମେଶ ରେସମିଆଁଙ୍କ ସହ ରାନୁ ମଣ୍ଡଳ ଗାଉଥିବା ଗୀତକୁ କମେଡି କରି ଟ୍ରୋଲ ହୋଇଥିଲେ ପପୁ। ବର୍ତ୍ତମାନ ସୋସିଆଲ ମିଡିଆରେ ସେନ୍‌ସେସନ୍‌ ପାଲଟିଛନ୍ତି ରାନୁ ମଣ୍ଡଳ । ହିମେଶ ରେସିମିଆଁଙ୍କ ସହ ରାନୁ ମଣ୍ଡଳ ଯେଉଁ ଗୀତ ଗାଇଛନ୍ତି । ସେହି ଗୀତକୁ କମେଡି କରିଥିଲେ ପପୁ ପମ୍‌ପମ୍‌ । ରାନୁ ଗୀତ ଗାଉଥିବା ବେଳେ ତାଙ୍କ ପାଖରେ ହିମେଶ ରେସିମିଆଁ ଛିଡ଼ା ହୋଇ ଉତ୍ସାହିତ କରୁଥିଲେ । ଠିକ୍‌ ସେହିପରି ପପୁଙ୍କ ପାଖରେ ଜଣେ ବ୍ୟକ୍ତି ଛିଡ଼ା ହୋଇଛନ୍ତି । ସବୁଠୁ ବଡ଼ କଥା ହେଉଛି ପପୁ ନିଜେ ଶାଢୀ ପିନ୍ଧିବା ସହ ମହିଳାଙ୍କ ପରି ମୁଣ୍ଡରେ କେଶ ଲଗାଇଛନ୍ତି । ପପୁଙ୍କ ଏପରି କମେଡିକୁ ସୋସିଆଲ ମିଡିଆରେ ଲୋକେ ନାପସନ୍ଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.