Below header

ପ୍ରମୋଦ ଭଗତଙ୍କୁ ୩୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ

ନୂଆଦିଲ୍ଲୀ(କେନ୍ୟୁଜ୍): ବିଶ୍ୱ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଚାମ୍ପିଅନ ପ୍ରମୋଦ ଭଗତଙ୍କୁ ୩୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ । ସ୍ୱିଜରଲ୍ୟାଣ୍ଡର ବସେଲରେ ଅନୁଷ୍ଠିତ ବିଶ୍ୱ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ପ୍ରମୋଦ ହାତେଇଛନ୍ତି ଦୁଇଟି ସ୍ୱର୍ଣ୍ଣ। ଏଥିପାଇଁ ତାଙ୍କୁ ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ପୁରସ୍କୃତ କରିଛନ୍ତି । ପ୍ରମୋଦ ଭଗତଙ୍କ ଘର ବରଗଡ଼ ଜିଲ୍ଲା ଅତାବିରାରେ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ଓ ଦେଶ ପାଇଁ ସେ ଅନେକ ପଦକ ଆଣିଛନ୍ତି। ଆସନ୍ତାକାଲି ତାଙ୍କୁ ଅର୍ଜୁନ ପୁରସ୍କାର ଓ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରାଯିବ । ବିଶ୍ୱ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଜିତିବାରେ ଓଡ଼ିଶାବାସୀଙ୍କ ପ୍ରେରଣା ରହିଛି । ଜୀବନରେ କିଛି ବି ଅସମ୍ଭବ ନୁହେଁ, ନିଷ୍ଠା ଓ ଉଦ୍ୟମ ବଳରେ ସବୁକିଛି ହାସଲ କରିହେବ । ଏଥିସହ ବିଶ୍ୱ ଦରବାରରେ ଓଡ଼ିଶାକୁ ସ୍ପୋର୍ଟ୍ସ ହବ୍‌ ଭାବେ ପରିଚିତ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଆଗକୁ କିଭଳି ପାରା ଖେଳାଳିକୁ ପ୍ରୋତ୍ସାହନ ମିଳିପାରିବ ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି ପ୍ରମୋଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.