ସ୍ପେଶାଲ

ଭୂତକୁ ସବୁବେଳେ ଧଳା ପୋଷାକରେ ହିଁ କାହିଁକି ଦେଖାଯାଏ, ଏହା ପଛର କାରଣ କ’ଣ?

ଆପଣ ବିଭିନ୍ନ ଫିଲ୍ମରେ ଭୂତ ଦେଖିଥିବେ କିମ୍ବା ନିଜ ଘରେ କାହାଠାରୁ ଭୂତର କାହାଣୀ ତ ନିଶ୍ଚୟ ଶୁଣିଥିବେ । କେହି ଏହାକୁ ମନର ଭ୍ରମ କହି ଏଡାଇ ଦେଉଥିବାବେଳେ ଆଉ କେହି ଏହା ସତ ବୋଲି ଦାବି କରନ୍ତି । ତେବେ ସେ ଫିଲ୍ମ ହେଉ ଅବା କୌଣସି ଟିଭି ଶୋ’ ସବୁଆଡେ ଭୂତମାନଙ୍କୁ କେବଳ ଧଳା ପୋଷାକରେ ଦେଖିବାକୁ ମିଳିଥାଏ, କିନ୍ତୁ ଏହା ପଛର କାରଣ କ’ଣ ହୁଏତ ଆପଣମାନେ ଜାଣିନଥିବେ ।  ତେବେ ଆସନ୍ତୁ ଆଜି ଏହା ପଛର ରହସ୍ୟ ବିଷୟରେ ଜାଣିବା । ପାରାନର୍ମାଲ ଇନଭେସ୍ଟିଗେଟରଙ୍କ ମତ ଅନୁଯାୟୀ ପ୍ରାୟ ୧୮୦୦ ମସିହାରୁ ଭୂତ ଧଳା କପଡ଼ାରେ ନଜର ଆସୁଥିବାର ଦାବି କରାଯାଏ ।

ଦୁନିଆରେ ଏଭଳି ଅନେକ ସ୍ଥାନ ଅଛି ଯେଉଁଠାରେ ଭୂତ ରହିଛି ବୋଲି ଲୋକମାନେ ବିଶ୍ୱାସ କରନ୍ତି । କାରଣ ଏଠାରେ କିଛି ରହସ୍ୟମୟୀ ଘଟଣା ଘଟିଥାଏ । ଲୋକମାନେ ଏଭଳି ସ୍ଥାନକୁ ଯିବାକୁ ମଧ୍ୟ ଭୟ କରନ୍ତି । ଏହି ସ୍ଥାନର କାହାଣୀ ଏପରି ଥାଏ, ଯାହା ବିଷୟରେ ଶୁଣିଲେ ଲୋକଙ୍କ ଲୋମ ଟାଙ୍କୁରି ଉଠେ । କିନ୍ତୁ ଅନେକ ଥର କିଛି କାହାଣୀ ଆମକୁ କେବଳ ଥଟ୍ଟା ପରି ମନେହୁଏ, କିନ୍ତୁ ଯେଉଁମାନେ ତାହା ଅନୁଭବ କରିଛନ୍ତି ସେମାନେ ବିଶ୍ୱାସ କରନ୍ତି ଯେ ପ୍ରତ୍ୟେକ କାହାଣୀରେ କିଛି ସତ୍ୟତା ରହିଛି । କିନ୍ତୁ ଏହା କେତେ ଦୂର ସତ ଆଜି ପର୍ଯ୍ୟନ୍ତ ଏଭଳି କୌଣସି ବି ପ୍ରମାଣ ମିଳିପାରିନାହିଁ ।

ସିରିଏଲ ଠାରୁ ଆରମ୍ଭ କରି ଫିଲ୍ମ କିମ୍ବା ୱେବ ସିରିଜ ପର୍ଯ୍ୟନ୍ତ ସବୁ ସ୍ଥାନରେ ଭୂତ ଧଳା ପୋଷାକରେ ହିଁ ନଜର ଆସନ୍ତି । ତେବେ କେବଳ ଏହି ଟିଭି ଶୋ’ ମାନଙ୍କରେ ନୁହେଁ ବରଂ ଯେଉଁ ଲୋକମାନେ ଭୂତ ଦେଖିଛନ୍ତି ବୋଲି ଦାବି କରନ୍ତି ସେମାନେ ମଧ୍ୟ ଭୂତକୁ ଧଳା ପୋଷାକରେ ହିଁ ଦେଖିଥିବାର କୁହନ୍ତି । ହେଲେ କ’ଣ ଆପଣ କେବେ ଚିନ୍ତା କରିଛନ୍ତି ଭୂତକୁ ସବୁବେଳେ ଧଳା ରଙ୍ଗର କପଡାରେ ହିଁ କାହିଁକି ଦେଖିବାକୁ ମିଳିଥାଏ? ଅନ୍ୟ କୌଣସି ରଙ୍ଗରେ କାହିଁକି ନୁହେଁ । ତେବେ ଏହା କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ଭୂତଙ୍କୁ ଧଳା ରଙ୍ଗର କପଡାରେ ହିଁ ଦେଖାଯାଏ । ତେବେ ଏହା ପଛର କାରଣ କ’ଣ?

ଆପଣମାନେ ନିଶ୍ଚୟ ଜାଣିଥିବେ ମୃତଦେହକୁ ସର୍ବଦା ଧଳା କପଡାରେ ଘୋଡାଇ ରଖାଯାଏ ତେଣୁ ଏହି ମୃତଲୋକମାନଙ୍କୁ ଶେଷ ଥର ପାଇଁ ଧଳା ପୋଷାକରେ ହିଁ ଦେଖିବାକୁ ମିଳିଥାଏ । ତେବେ ଏହା ହେଉଛି ଏକ ବଡ କାରଣ ଯେଉଁଥିପାଇଁ ଭୂତମାନେ ସବୁବେଳେ ଧଳା ପୋଷାକରେ ହିଁ ନଜର ଆସନ୍ତି । କିନ୍ତୁ କିଛି ସ୍ଥାନଗୁଡିକୁ ଯିବା ପରେ ଅନେକ ଲୋକ ଦାବି କରନ୍ତି ଯେ ସେମାନଙ୍କ ଆଖ ପାଖରେ ଭୂତ ଭଳି କିଛି ଥିବାର ଅନୁଭବ ହୋଇଥାଏ । କିଛି ଲୋକ ବିଶ୍ୱାସ କରନ୍ତି ଭୂତ ରହିଛି ତ ଅନ୍ୟ କିଛି ଲୋକ ଏହି ସବୁ କଥାରେ ବିଶ୍ୱାସ କରନ୍ତି ନାହିଁ । ଭୂତ ପ୍ରକୃତରେ ଅଛି କି ନାହିଁ ତାହା ବ୍ୟକ୍ତିଗତ ବିଶ୍ୱାସ ଉପରେ ନିର୍ଭର କରେ ।

Srujanika Panda

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

54 mins ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

1 hour ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago