Categories: ସ୍ପେଶାଲ

ରାମଚନ୍ଦ୍ରଙ୍କ ପାଇଁ କୈକେୟୀ କାହିଁକି ମାଗିଥିଲେ ୧୪ ବର୍ଷର ବନବାସ, କଣ ଅଛି ଏହା ପଛର ରହସ୍ୟ

ତ୍ରେତୟା ଯୁଗରେ ରାଣୀ କୈକେୟୀ ଜିଦରେ ରାଜା ଦଶରଥ ନିଜ ଜ୍ୟୋଷ୍ଠ ପୁତ୍ର ରାମଚନ୍ଦ୍ରଙ୍କୁ ବନବାସକୁ ପଠାଇଥିଲେ। ତାଙ୍କର ଏହି ବନବାସର ଅବଧି ଥିଲା ୧୪ ବର୍ଷ । କିନ୍ତୁ ଆପଣଙ୍କ ମନରେ ବେଳେ ବେଳେ ପ୍ରଶ୍ନ ଉଠୁଥିବ କାହିଁକି କୈକେୟୀ ରାମଙ୍କ ପାଇଁ ୧୪ ବର୍ଷର ହିଁ ବନବାସ ମାଗିଥିଲେ । କାହିଁକି ୧୩ ବର୍ଷ ପାଇଁ ନୁହେଁ କି ୧୫ ବର୍ଷ ପାଇଁ ନୁହେଁ | କିନ୍ତୁ ପ୍ରକୃତରେ ଏହା ପଛରେ ଏକ ରୋଚକ କର କାହାଣୀ ମଧ୍ୟ ଅଛି | ଆସନ୍ତୁ ସେ କାହାଣୀ ବିଷୟରେ ଆଜି ଜାଣିବେ ।

ଏକଦା ଦେବତା ଓ ଦାନବ ମାନଙ୍କ ଭିତରେ ଏକ ଘୋର ଯୁଦ୍ଧ ଲାଗିଥିଲା । ଏହି ସମୟରେ ରାଜା ଦଶରଥ ଦେବତା ମାନଙ୍କ ସପକ୍ଷରେ ଯୁଦ୍ଧ କରିଥିଲେ । ଏହି ସମୟରେ ଦଶରଥଙ୍କ ୨ୟ ରାଣୀ କୈକେୟୀ ସ୍ୱାମୀଙ୍କ ସହିତ ସେଠାରେ ଉପସ୍ଥିତ ଥିଲେ । ଯୁଦ୍ଧ ସମୟରେ ହିଁ ଦଶରଥଙ୍କ ରଥର ଘୁରାଟି ଛିଡି ଯାଇଥିଲା । ଏହି ସମୟରେ କୈକେୟୀ ଘୁରାରେ ନିଜ ହାତ ଦେଇ ରଥ ଟିକୁ ଭାଙ୍ଗି ଯିବାରୁ ବଞ୍ଚାଇଥିଲେ । ଯୁଦ୍ଧ ସମାପ୍ତ ହେବା ପରେ ଦଶରଥ ଏ ସମ୍ପର୍କରେ ଜାଣିଲେ ଖୁସି ହୋଇ କୈକେୟୀଙ୍କୁ ଯେ କୌଣସି ୨ଟି ବାର ମାଗିବାକୁ କହିଥିଲେ । କିନ୍ତୁ ଏହି ସମୟରେ ରାଣୀ କିଛି ବି ମାଗି ନଥିଲେ ।

ପରେ ରାମଚନ୍ଦ୍ରଙ୍କ ରାଜ୍ୟ ଅଭିଷେକର ଠିକ ଗୋଟିଏ ଦିନ ପୂର୍ବରୁ ହିଁ ଦାସୀ ମଂଥରାର ପ୍ରରୋଚନାରେ ପଡି କୈକେୟୀ, ଦଶରଥଙ୍କୁ ପୂର୍ବରୁ ଥିବା ସେହି ୨ଟି ବର ମାଗିଥିଲେ । ପ୍ରଥମଟି ଥିଲା ରାମଚନ୍ଦ୍ରଙ୍କର ୧୪ ବର୍ଷର ବନଵାସ ଓ ୨ୟ ଟି ଥିଲା ଭରତଙ୍କୁ ଅଯୋଧ୍ୟାର ରାଜ ସିଂହାସନରେ ବସାଇବା । କିନ୍ତୁ କାହିଁକି କୈକେୟୀ ରାମଙ୍କ ପାଇଁ ୧୪ ବର୍ଷର ହିଁ ବନବାସ ମାଗିଥିଲେ ସେ ସମ୍ପର୍କରେ ବାଲ୍ମୀକିଙ୍କ ରଚିତ ରାମାୟଣର ଅଯୋଧ୍ୟା ଖଣ୍ଡରେ ଉଲ୍ଲେଖ କରାଯାଇଛି । ଏହା ଅନୁସାରେ ସେତେବେଳର ନିୟମ ଅନୁଯାୟୀ ଯଦି ଜଣେ ରାଜା ୧୪ ବର୍ଷ ପାଇଁ ନିଜ ସିଂହାସନକୁ ତ୍ୟାଗ କରନ୍ତି ତେବେ ସେ ରାଜା ହେବାର ସମସ୍ତ ଅଧିକାର ହରାଇ ବସନ୍ତି ।

ଏହା ସହ ପଢନ୍ତୁ:

ପ୍ରତିବର୍ଷ ବଢୁଛି ଭୂତେଶ୍ୱରନାଥ ଶିବଲିଙ୍ଗ, ଏପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି ଏହାର ରହସ୍ୟ

ଏହି ଦିଗ ପ୍ରତି ଦୃଷ୍ଟି ରଖି ହିଁ କୈକେୟୀ ରାମଚନ୍ଦ୍ରଙ୍କ ପାଇଁ ୧୪ ବର୍ଷର ହିଁ ବନବାସ ମାଗିଥିଲେ । ସେ ଜାଣିଥିଲେ ଏହା ପରେ ରାମ ଅଯୋଧ୍ୟାର ରାଜା ହେବାର ସମସ୍ତ ଅଧିକାର ହରାଇ ବସିବେ । ଅନ୍ୟ କୌଣସି ବିକଳ୍ପ ନ ଥାଇ ଭାରତ ହିଁ ଅଯୋଧ୍ୟାର ରାଜା ହେବେ । କିନ୍ତୁ ପରେ କୈକେୟୀଙ୍କ ନିଜ ପୁତ୍ର ତଥା ଭାତୃଭକ୍ତ ଭରତ ମାଙ୍କ ଏହି ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ଓ ସିଂହାସନକୁ ତ୍ୟାଗ କରିଥିଲେ । ବନବାସ ଶେଷ ହେବା ପରେ ଶେଷରେ ରାମଚନ୍ଦ୍ର ହିଁ ଅଯୋଧ୍ୟାର ସିଂହାସନରେ ବସିଥିଲେ।

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

8 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

25 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

37 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

47 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

50 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago