ତ୍ରେତୟା ଯୁଗରେ ରାଣୀ କୈକେୟୀ ଜିଦରେ ରାଜା ଦଶରଥ ନିଜ ଜ୍ୟୋଷ୍ଠ ପୁତ୍ର ରାମଚନ୍ଦ୍ରଙ୍କୁ ବନବାସକୁ ପଠାଇଥିଲେ। ତାଙ୍କର ଏହି ବନବାସର ଅବଧି ଥିଲା ୧୪ ବର୍ଷ । କିନ୍ତୁ ଆପଣଙ୍କ ମନରେ ବେଳେ ବେଳେ ପ୍ରଶ୍ନ ଉଠୁଥିବ କାହିଁକି କୈକେୟୀ ରାମଙ୍କ ପାଇଁ ୧୪ ବର୍ଷର ହିଁ ବନବାସ ମାଗିଥିଲେ । କାହିଁକି ୧୩ ବର୍ଷ ପାଇଁ ନୁହେଁ କି ୧୫ ବର୍ଷ ପାଇଁ ନୁହେଁ | କିନ୍ତୁ ପ୍ରକୃତରେ ଏହା ପଛରେ ଏକ ରୋଚକ କର କାହାଣୀ ମଧ୍ୟ ଅଛି | ଆସନ୍ତୁ ସେ କାହାଣୀ ବିଷୟରେ ଆଜି ଜାଣିବେ ।
ଏକଦା ଦେବତା ଓ ଦାନବ ମାନଙ୍କ ଭିତରେ ଏକ ଘୋର ଯୁଦ୍ଧ ଲାଗିଥିଲା । ଏହି ସମୟରେ ରାଜା ଦଶରଥ ଦେବତା ମାନଙ୍କ ସପକ୍ଷରେ ଯୁଦ୍ଧ କରିଥିଲେ । ଏହି ସମୟରେ ଦଶରଥଙ୍କ ୨ୟ ରାଣୀ କୈକେୟୀ ସ୍ୱାମୀଙ୍କ ସହିତ ସେଠାରେ ଉପସ୍ଥିତ ଥିଲେ । ଯୁଦ୍ଧ ସମୟରେ ହିଁ ଦଶରଥଙ୍କ ରଥର ଘୁରାଟି ଛିଡି ଯାଇଥିଲା । ଏହି ସମୟରେ କୈକେୟୀ ଘୁରାରେ ନିଜ ହାତ ଦେଇ ରଥ ଟିକୁ ଭାଙ୍ଗି ଯିବାରୁ ବଞ୍ଚାଇଥିଲେ । ଯୁଦ୍ଧ ସମାପ୍ତ ହେବା ପରେ ଦଶରଥ ଏ ସମ୍ପର୍କରେ ଜାଣିଲେ ଖୁସି ହୋଇ କୈକେୟୀଙ୍କୁ ଯେ କୌଣସି ୨ଟି ବାର ମାଗିବାକୁ କହିଥିଲେ । କିନ୍ତୁ ଏହି ସମୟରେ ରାଣୀ କିଛି ବି ମାଗି ନଥିଲେ ।
ପରେ ରାମଚନ୍ଦ୍ରଙ୍କ ରାଜ୍ୟ ଅଭିଷେକର ଠିକ ଗୋଟିଏ ଦିନ ପୂର୍ବରୁ ହିଁ ଦାସୀ ମଂଥରାର ପ୍ରରୋଚନାରେ ପଡି କୈକେୟୀ, ଦଶରଥଙ୍କୁ ପୂର୍ବରୁ ଥିବା ସେହି ୨ଟି ବର ମାଗିଥିଲେ । ପ୍ରଥମଟି ଥିଲା ରାମଚନ୍ଦ୍ରଙ୍କର ୧୪ ବର୍ଷର ବନଵାସ ଓ ୨ୟ ଟି ଥିଲା ଭରତଙ୍କୁ ଅଯୋଧ୍ୟାର ରାଜ ସିଂହାସନରେ ବସାଇବା । କିନ୍ତୁ କାହିଁକି କୈକେୟୀ ରାମଙ୍କ ପାଇଁ ୧୪ ବର୍ଷର ହିଁ ବନବାସ ମାଗିଥିଲେ ସେ ସମ୍ପର୍କରେ ବାଲ୍ମୀକିଙ୍କ ରଚିତ ରାମାୟଣର ଅଯୋଧ୍ୟା ଖଣ୍ଡରେ ଉଲ୍ଲେଖ କରାଯାଇଛି । ଏହା ଅନୁସାରେ ସେତେବେଳର ନିୟମ ଅନୁଯାୟୀ ଯଦି ଜଣେ ରାଜା ୧୪ ବର୍ଷ ପାଇଁ ନିଜ ସିଂହାସନକୁ ତ୍ୟାଗ କରନ୍ତି ତେବେ ସେ ରାଜା ହେବାର ସମସ୍ତ ଅଧିକାର ହରାଇ ବସନ୍ତି ।
ଏହା ସହ ପଢନ୍ତୁ:
ପ୍ରତିବର୍ଷ ବଢୁଛି ଭୂତେଶ୍ୱରନାଥ ଶିବଲିଙ୍ଗ, ଏପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି ଏହାର ରହସ୍ୟ
ଏହି ଦିଗ ପ୍ରତି ଦୃଷ୍ଟି ରଖି ହିଁ କୈକେୟୀ ରାମଚନ୍ଦ୍ରଙ୍କ ପାଇଁ ୧୪ ବର୍ଷର ହିଁ ବନବାସ ମାଗିଥିଲେ । ସେ ଜାଣିଥିଲେ ଏହା ପରେ ରାମ ଅଯୋଧ୍ୟାର ରାଜା ହେବାର ସମସ୍ତ ଅଧିକାର ହରାଇ ବସିବେ । ଅନ୍ୟ କୌଣସି ବିକଳ୍ପ ନ ଥାଇ ଭାରତ ହିଁ ଅଯୋଧ୍ୟାର ରାଜା ହେବେ । କିନ୍ତୁ ପରେ କୈକେୟୀଙ୍କ ନିଜ ପୁତ୍ର ତଥା ଭାତୃଭକ୍ତ ଭରତ ମାଙ୍କ ଏହି ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ଓ ସିଂହାସନକୁ ତ୍ୟାଗ କରିଥିଲେ । ବନବାସ ଶେଷ ହେବା ପରେ ଶେଷରେ ରାମଚନ୍ଦ୍ର ହିଁ ଅଯୋଧ୍ୟାର ସିଂହାସନରେ ବସିଥିଲେ।