ସାରା ଦୁନିଆକୁ ଧନ୍ୟବାଦ ଜଣାଇଲା ଇସ୍ରୋ, ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ କରିବାର ସବୁ ଆଶା ଶେଷ

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ISRO) ଦେଶବାସୀଙ୍କ ତରଫରୁ ଚନ୍ଦ୍ରଜାନ-2କୁ ମିଳିଥିବା ଅପାର ସମର୍ଥ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛି । ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରରେ ପାଦ ଦେବାର ମାତ୍ର କିଛି ମିନିଟ ପୂର୍ବରୁ ISROର ଲ୍ୟାଣ୍ଡର ବିକ୍ରମ ସହ ସମସ୍ତ ସମ୍ପର୍କ କଟିଯାଇଥିଲା । ଯେଉଁ କାରଣରୁ ଏହି ଅଭିଯାନକୁ ଆଂଶିକ ଅସଫଳତାର ସାମ୍ନା କରିବାକୁ ପଡିଥିଲା । ଆଂଶିକ ଅସଫଳତା ଏଥିପାଇଁ କାରଣ ଅର୍ବିଟର ଲଗାତାର ଚନ୍ଦ୍ରମା ଚାରିପଟେ ଚକ୍କର କାଟୁଅଛି ଏବଂ ତାହାର ଫଟୋ ପଠାଉଛି ।

ସମ୍ପର୍କ କଟିବା ପରେ ମଧ୍ୟ ଦେଶବାସୀ ଏବଂ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋକୁ ପ୍ରଶଂସା କରିଥିଲେ । ଯେଉଁଥିପାଇଁ ଖୁସି ହୋଇ ଇସ୍ରୋ ମଙ୍ଗଳବାର ସନ୍ଧ୍ୟାରେ ଟ୍ୱିଟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛି । ଇସ୍ରୋ ଟ୍ୱିଟରେ କହିଛି ‘ ଆମ ସାଥିରେ ସବୁ ସମୟରେ ରହିଥିବାରୁ ଅନେକ ଅନେକ ଧନ୍ୟବାଦ । ଆମେ ସାରା ଦୁନିଆରେ ସମସ୍ତ ଭାରତୀୟଙ୍କ ଆଶା ଓ ସ୍ୱପ୍ନ ପୁରଣ କରିବା ପାଇଁ ସଦାସର୍ବଦା ଚେଷ୍ଟା କରିବୁ । ଆମକୁ ପ୍ରେରଣା ଦେଇଥିବାରୁ ଧନ୍ୟବାଦ ।’

Image result for lander vikram found

ଅନ୍ତରୀକ୍ଷ କ୍ଷେତ୍ରରେ ଭାରତକୁ ଗୌରବାନ୍ୱିତ କରୁଥିବା ଏହି ସଂଗଠନ ସାରା ଦୁନିଆରେ ରହୁଥିବା ଭାରତୀୟମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଭରସା ଦେଇଛି । ନିଜର ୪୭ ଦିନର ଯାତ୍ରା ସମୟରେ ଚନ୍ଦ୍ରଯାନ-2 ଅନେକ ବାଧାବିଘ୍ନର ଶିକାର ହୋଇଥିଲା । ଶେଷରେ ସେ ଲ୍ୟାଣ୍ଡର ବିକ୍ରମ ଜରିଆରେ ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠରେ ଅବତରଣ କରିଥାନ୍ତା । ଏହି ପ୍ରକ୍ରିୟାରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବାର ଥିଲା କିନ୍ତୁ ଗତିର ଅନିୟମିତତା ଯୋଗୁଁ ଏହା ହାର୍ଡ ଲ୍ୟାଣ୍ଡିଂ କଲା ଏବଂ ବୈଜ୍ଞାନିକ ମାନଙ୍କର ଏହାସହ ସମ୍ପର୍କ କଟିଯାଇଥିଲା ।

Image result for isro

ପରେ ଚନ୍ଦ୍ରଯାନ-2ର ଅର୍ବିଟର ଚନ୍ଦ୍ରପୃଷ୍ଠରେ ତେରେଛା ପଡିଥିବା ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଥିଲା । ଯାହାପରେ ତାସହିତ ପୁଣିଥରେ ସମ୍ପର୍କ ସ୍ଥାପନ ହୋଇପାରିବ ବୋଲି ଆଶା କରାଯାଇଥିଲା । ଇସ୍ରୋ ମଧ୍ୟ ତା ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ଅନେକ ଚେଷ୍ଟା କରିଥିଲା କିନ୍ତୁ ତାକୁ ସଫଳତା ମିଳିପାରିଲା ନାହିଁ । ଏହାଦ୍ୱାରା ରୋଭର ପ୍ରଜ୍ଞାନ ଦ୍ୱାରା ଚନ୍ଦ୍ରର ସୂଚନା ଏକାଠି କରିବା ପାଇଁ ଅନେକ ବାଧା ଆସିଥିଲା ସତ କିନ୍ତୁ ସାରାଦୁନିଆ ଇସ୍ରୋକୁ ଲୁହା ମାନିବା ସହିତ ତାର ପ୍ରଶଂସା ମଧ୍ୟ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.