ପାକିସ୍ତାନ୍ରେ ହିନ୍ଦୁଙ୍କ ଉପରେ ଆକ୍ରମଣ, ଭୟରେ ଘରୁ ବାହାରୁନାହାନ୍ତି ଲୋକେ
ଇସଲାମାବାଦ: ପାକିସ୍ତାନର ସିନ୍ଧ ପ୍ରାନ୍ତର ଘୋଟକି ଠାରେ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ମୁସ୍ଲିମ୍ଙ୍କ ଦ୍ୱାରା କରାଯାଇଥିବା ହିଂସା ଘଟଣା ପଦାକୁ ଆସିଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଆଉ ଏକ ମୁସଲିମ୍ ସମ୍ପ୍ରଦାୟ ହିନ୍ଦୁଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି। ସେମାନେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ଶାନ୍ତିର ର୍ୟାଲି କରିଛନ୍ତି। ଏଥିସହ ଆକ୍ରମଣର ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି।
ରିପୋର୍ଟ ମୁତାବକ, ପାକିସ୍ତାନର ସତରାମ ଦାସ ମନ୍ଦିରରେ କିଛି ମୁସଲମାନ ଦଙ୍ଗା କରିବାକୁ ଯୋଜନା କରିଥିଲେ। ସେଠାରେ ଉପସ୍ଥିତ ହିନ୍ଦୁଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି ଅନ୍ୟ ଏକ ମୁସଲିମ୍ ସମ୍ପ୍ରଦାୟର ସଦସ୍ୟ ବହୁ ସଂଖ୍ୟାରେ ମନ୍ଦିରରେ ପହଞ୍ଚ ସେମାନଙ୍କୁ ସୁରକ୍ଷା ଯୋଗାଇଥିଲେ।
ସୂଚନାଯୋଗ୍ୟ ଯେ, ପାକିସ୍ତାନର ସିନ୍ଧ ପ୍ରାନ୍ତର ଘୋଟକାରେ ଦଙ୍ଗାର ଶିକାର ହୋଇଥିବା ହିନ୍ଦୁ ଏବେ ବି ଭୟଭୀତ ଅଛନ୍ତି। ଦଙ୍ଗାକାରୀଙ୍କ ଭୟରେ ଲୋକମାନେ ଛୁଆଙ୍କୁ କାନ୍ଦିବାକୁ ମଧ୍ୟ ଦେଇନଥିବା ଜାଣିବାକୁ ମିଳିଛି। ରବିବାର ଏହି ହିଂସା ହୋଇଥିବା ଜଣାଯାଇଛି।
ଏହାସହ ପଢ଼ନ୍ତୁ: UPPSCରେ ଆସିଲା ଏମିତି ପ୍ରଶ୍ନ, ସାଂସଦ ଆଜମ୍ ଖାନ୍ଙ୍କ ଉପରେ ଲାଗିଛି କେତେ ଛେଳି ଚୋରିର ଅଭିଯୋଗ
ସିନ୍ଧ ପବ୍ଲିକ ସ୍କୁଲର ମାଲିକ ନୋତନ ଲାଲ୍ ମହମ୍ମଦ ସାହେବଙ୍କ ବିରୋଧରେ ବିବାଦୀୟ ବୟାନ୍ ଦେଇଥିବା ନେଇ ଜଣେ ଛାତ୍ର ଅଭିଯୋଗ କରିଥିଲା। ଏହା ଜାଣିବା ପରେ ଦଙ୍ଗାର ସୂତ୍ରପାତ ହୋଇଥିଲା। ଦଙ୍ଗାକାରୀମାନେ ସିନ୍ଧ ପବ୍ଲିକ ସ୍କୁଲରେ ନିଆଁ ଲଗାଇବା ସହ ୫ଟି ହିନ୍ଦୁ ଦୋକାନକୁ ମଧ୍ୟ ଭାଙ୍ଗି ଦେଇଥିଲେ।