ଯଦି ଆପଣ ଲମ୍ବା ବୟସ ଚାହୁଁଛନ୍ତି, ତା’ହେଲେ ‘ଆଣ୍ଟି ଏଜିଙ୍ଗ୍‌ ଫୁଡ୍‌ସ’ ଖାଇବା ଆରମ୍ଭ କରିଦିଅନ୍ତୁ

ସମସ୍ତେ ଲମ୍ବା ବୟସ ବଞ୍ଚିବାକୁ ଚାହାଁନ୍ତି। କିନ୍ତୁ ବୟସ ବଢ଼ିବା ସାଙ୍ଗକୁ ଶରୀରରେ ଦେଖାଦେଉଥିବା ବିଭିନ୍ନ ପ୍ରକାର ରୋଗ ଆମ ଆୟୂଷକୁ କମ୍‌ କରିଦେଇଥାଏ। ବୟସ ବଢ଼ିଲେ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି? ପ୍ରକୃତି ଦ୍ୱାରା ପ୍ରଦତ୍ତ କିଛି ଆହାର ବୟସ ବୃଦ୍ଧିର ଲକ୍ଷଣ ଅର୍ଥାତ୍‌ ଆଣ୍ଟି ଏଜିଙ୍ଗ୍‌ ପ୍ରକ୍ରିୟାକୁ ଧିମା କରିଦେଇପାରେ। ଆସନ୍ତୁ ଜାଣିବା, ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ଉଭୟ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ଆଣ୍ଟି ଏଜିଙ୍ଗ୍‌ ଫୁଡସ୍‌।

ବ୍ରୋକୋଲି

ଏଥିରେ ଭିଟା କେରୋଟିନ୍‌ ଏବଂ ଆଇସୋଥିଓସାୟନେଟ୍‌ ନାମକ ପୋଷକ ତତ୍ତ୍ୱ ମିଳିଥାଏ। ଏହି କାରଣରୁ ବ୍ରୋକୋଲି କ୍ୟାନସର ନିରାକରଣ ସହ ଆଣ୍ଟି ଏଜିଙ୍ଗ୍‌ ପ୍ରିକ୍ରିୟାରେ ମଧ୍ୟ ସହାୟକ ହୋଇଥାଏ।

ଲେମ୍ବୁ-କମଳା

ଭିଟାମିନ୍‌ ସି ଯୁକ୍ତ ଫଳ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ। ଆଲର୍ଜିକୁ କମ୍‌ କରିବା, ତ୍ୱଚାରେ ଚମକ ପାଇଁ ସଂତରା, ମୌସମୀ, ଲେମ୍ବୁ ଆଦି ଭିଟାମିନ୍‌ ସିର ଉତ୍ତମ ମାଧ୍ୟମ ଅଟେ। ଆଣ୍ଟିଅକ୍ସିଡେଣ୍ଟସ୍‌ର ଉପସ୍ଥିତି ଯୋଗୁ କ୍ୟାନସର ଉତ୍ପନ୍ନ କରୁଥିବା ତତ୍ତ୍ୱ ସହ ଲଢ଼ିବାର କ୍ଷମତା ପ୍ରଦାନ କରିଥାଏ।

ଡାଳିମ୍ବ

ଏନିମିଆ ଅର୍ଥାତ୍‌ ଶରୀରରେ ରକ୍ତର ପରିମାଣ କମ୍‌ ହେଲେ ହେମୋଗ୍ଲୋବିନ୍‌ର ସ୍ତର ବଢ଼ାଇବାରେ ଡାଳିମ୍ବ ସହାୟକ ହୋଇଥାଏ। ଡାଳିମ୍ବ ଖାଇଲେ ତ୍ୱଚା ସୁସ୍ଥ ରହିଥାଏ। ଏଥିରୁ ମିଳୁଥିବା ସୂକ୍ଷ୍ମ ପୋଷକ ତତ୍ତ୍ୱ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ସଶକ୍ତ କରିଥାଏ।

ଗଜା

ବୟସ ବଢ଼ିବାର ପ୍ରକ୍ରିୟାକୁ କମ୍‌ କରିବା ପାଇଁ ଗଜା ଏକ ଭଲ ବିକଳ୍ପ ଅଟେ। ଗଜା ସେବନ ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ଏବଂ ଅନେକ ରୋଗରୁ ରକ୍ଷା ମିଳିଥାଏ।

ଏହାସହ ପଢ଼ନ୍ତୁ: ପୁରି, ପରଟା ସହିତ ପରଷନ୍ତୁ ଗରମ ଗରମ ବାଇଗଣ, କିନ୍ତୁ କିଛି ଏଭଳି ଷ୍ଟାଇଲ୍‌ରେ

ରସୁଣ

ରସୁଣ ଖାଇବାରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏହା ଆଣ୍ଟି ଏଜିଙ୍ଗ୍‌ ପ୍ରକ୍ରିୟାରେ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। ଏଥିରେ ୬.୩ ପ୍ରତିଶତ ପ୍ରୋଟିନ୍‌ ଏବଂ ୧ ପ୍ରତିଶତ ଖଣିଜ ପଦାର୍ଥ ରହିଛି।

Roshni

Recent Posts

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

4 mins ago

ପୃଥିବୀ କେତେ ବର୍ଷ ପୁରୁଣା, ଉତ୍ତର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ବୈଜ୍ଞାନିକମାନେ ପୃଥିବୀରେ ନୂତନ ଅନୁସନ୍ଧାନ ଜାରି ରଖିଛନ୍ତି, ଯାହା ମାଧ୍ୟମରେ ଆମେ ଏହାର ଅନନ୍ୟ ରହସ୍ୟ ବିଷୟରେ ନୂଆ…

10 mins ago

ଜାପାନରେ କାୟା ବିସ୍ତାର କରୁଛି ମାରାତ୍ମକ ରୋଗ, STSS ବ୍ୟାକ୍ଟେରିଆ ଯୋଗୁ ୪୮ ଘଣ୍ଟା ମଧ୍ୟରେ ହୁଏ ରୋଗୀର ମୃତ୍ୟୁ

ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ ।…

26 mins ago

ଇଣ୍ଡିଆନ୍‌ କୋର୍ଷ୍ଟ ଗାର୍ଡରେ ୩୨୦ ପଦବୀ ଖାଲି, ୧୨ଶ ପାସ୍‌ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ବମ୍ପର ପଦବୀରେ ଭର୍ତ୍ତି ହେଉଛି…

32 mins ago

କେଶ ଝଡିବା ଏବଂ ରୁପି ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଖରା ଓ ଗରମ ଯୋଗୁ ଘରୁ ବାହାରକୁ ଯିବା ବହୁତ କଷ୍ଟକର ହୋଇଯାଇଛି । ଏହା ସହ ଖରାରେ…

39 mins ago

ଅସ୍ତରଙ୍ଗ ଜାହାନିଆରେ ଜମିଥିଲା ହଜାର ହଜାର ପର୍ଯ୍ୟଟକଙ୍କ ଭିଡ, ଝାଉଁ ଜଙ୍ଗଲରେ ମଜା କହିଲେ ନସରେ

କାକଟପୁର(କେନ୍ୟୁଜ): ଓଡ଼ିଶାର ପାରମ୍ପରିକ ପର୍ବ ରଜ । ଏଥିପାଇଁ ଗାଁ ଠାରୁ ସହର ସବୁଠାରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା…

48 mins ago