ସ୍ପେଶାଲ

ମଦ ପାଇଁ ଥିବା ସ୍ପିରିଟ୍ ସବୁ କଣ ହ୍ୟାଣ୍ଡ ସାନିଟାଇଜରରେ ବଦଳି ଯାଇଛି ? ‘ସମସ୍ତଙ୍କ ଗଳା ଶୁଖି ଯାଉଛି, ସମସ୍ତଙ୍କୁ ପରା ଶୋଷ ଲାଗୁଛି’ ?

ଆଜ୍ଞା ! ମଦ ପାଇଁ କେମିତି ବିକଳ ହେଉଛନ୍ତି ଆମ ଲୋକେ ସେକଥା ତ ଆପଣମାନେ କାଲି ଠାରୁ ଜାଣି ସାରିଛନ୍ତି । ଆଖିରେ ଦେଖିଛନ୍ତି ଯେ ସରକାର ଦେଉଥିବା ଖାଦ୍ୟ ସାମଗ୍ରୀ ପାଇଁ ଯେତିକି ଭିଡ଼ ନଥିଲା ତା ଠାରୁ ଅଧିକ ଗହଳି ଥିଲା ମଦ ଦୋକାନ ଆଗରେ । ତେବେ ଓଡ଼ିଶାରେ କାହିଁକି ମଦ ଦୋକାନ ଖୋଲିଲା ନାହିଁ ? ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଦୋକାନ ଖୋଲି ନଥିବାରୁ ମଦ ବିରୋଧୀମାନେ ଭାରି ଖୁସି । ଘରର ମହିଳାମାନେ ତା ଠାରୁ ଆହୁରି ଖୁସି ।

ହେଲେ ଆମେ ଏଠି କହି ରଖୁଛୁ ଯେ ଓଡ଼ିଶାରେ ଏହି ଦୋକାନ ଖୋଲିଲେ ପ୍ରକୃତରେ ଭିଡ଼ ଲାଗିବ କି ନାହିଁ । କାରଣ ଆମକୁ ସୂଚନା ମିଳିଛି ଯେ କିଛି ଅଞ୍ଚଳରେ ମଦୁଆମାନେ ନିୟମିତ ମଦ ଯୋଗାଡ଼ କରି ନେଉଥିଲେ । କିଭଳି ଭାବେ ସେକଥା କହିଲେ ହୁଏତ ଆମ ଉପରେ କ୍ରୋଧ ଦୃଷ୍ଟି ପଡ଼ି ପାରେ । ଅବଶ୍ୟ ମଦ ଯୋଗାଡ଼ କରି ନେଉଥିବା ଲୋକେ ଆମକୁ କହିଛନ୍ତି କିଭଳି ଭାବେ ସେମାନେ ଗଳାବାଟ କାଢ଼ି ନେଇଥିଲେ ।

ଦୋକାନ ନଖୋଲିବା ନେଇ ଆଉ ଗୋଟିଏ କଥା ମଧ୍ୟ ଶୁଣା ଯାଉଛି । କୁଆଡ଼େ ଗଳା ବାଟରେ ମଦ ସରି ଯାଇଥିବାରୁ ଦୋକାନ ଖୋଲିଲେ ଥିବ କଣ ଯେ ? ସେପଟେ ବଟଲିଂ ପ୍ଲାଣ୍ଟରେ ମଧ୍ୟ ସ୍ପିରିଟ୍‌ର ଅଭାବ ରହିଛି । କାରଣ ସ୍ପିରିଟ୍ ସବୁ କୁଆଡ଼େ ହ୍ୟାଣ୍ଡ ସାନିଟାଇଜରରେ ବଦଳି ଯାଇଛି ।

ଅବଶ୍ୟ ଏକଥା ସତ ଯେ ମଦ ଦୋକାନୀ ସଂଘର ମୁଖ୍ୟ ଯିଏ ସିଏ ବି ବାରଣ କରିଛନ୍ତି ଏବେ ଦୋକାନ ଖୋଲିବାକୁ । କାରଣ ମଦୁଆଙ୍କୁ ନିୟନ୍ତ୍ରଣ କରବା କାଠିକର ପାଠ । ଦୋକାନ ଖୋଲିବା ପୂର୍ବରୁ ଯାହା ସେ କହିଥିଲେ ଏବେ ତାହା ସତ ହୋଇଛି । ତଥାପି ଦିଲ୍ଲୀ ସରକାରଙ୍କ ଭଳି ଯଦି ମଦ ଉପରେ ଏକାଥରେ ୫୦ ପ୍ରତିଶତ କରୋନା ଟ୍ୟାକ୍ସ ବସାଇ ଦିଆଯିବ ହୁଏତ ଦୋକାନ ଆଗରେ ଲାଗୁଥିବା ଧାଡ଼ି ଟିକେ ଛୋଟ ହୋଇଯାଇ ପାରେ ।
ଏବେ ଏବେ ଖବର ହେଉଛି ରାଜ୍ୟ ସରକାର ମଦ ଦୋକାନ ଖୋଲିବାକୁ ଆଗ୍ରହୀ ନୁହନ୍ତି । ତେଣୁ ମଦ ଦୋକାନ ଖୋଲିବା ନିଷ୍ପତ୍ତି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଉପରେ ଛାଡ଼ିଛନ୍ତି । ଦେଖିବାକୁ ବାକି ରହିଲା ବିଲେଇ ବେକରେ ଘଣ୍ଟି ବାନ୍ଧୁଛି କିଏ ? ତେବେ ପ୍ରଶାସନ ସିନା ଡରୁଛି ହେଲେ ମଦୁଆଙ୍କ ପାଇଁ ଭୟ ନାହିଁ । କାରଣ ଏବେ ମୁହଁରେ ମାସ୍କ ଲଗାଇ ଦେଲେ କେହି ଚିହ୍ନି ପାରିବେ ନାହିଁ । ସେ ମିଡିଆ ଫଟୋ ଉଠାଉ କି ଭିଜୁଆଲ । ଟିଭିରେ ଦେଖାଉ କି ଖବର କାଗଜରେ ବାହାରୁ ଚିନ୍ତା ନାହିଁ । କାରଣ ‘ସମସ୍ତଙ୍କ ଗଳା ଶୁଖି ଯାଉଛି ଆଉ ସମସ୍ତଙ୍କୁ ପରା ଶୋଷ ଲାଗୁଛି’ ?

 

KNews Bureau

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

3 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

33 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

40 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago