ମଦ ପାଇଁ ଥିବା ସ୍ପିରିଟ୍ ସବୁ କଣ ହ୍ୟାଣ୍ଡ ସାନିଟାଇଜରରେ ବଦଳି ଯାଇଛି ? ‘ସମସ୍ତଙ୍କ ଗଳା ଶୁଖି ଯାଉଛି, ସମସ୍ତଙ୍କୁ ପରା ଶୋଷ ଲାଗୁଛି’ ?

ଆଜ୍ଞା ! ମଦ ପାଇଁ କେମିତି ବିକଳ ହେଉଛନ୍ତି ଆମ ଲୋକେ ସେକଥା ତ ଆପଣମାନେ କାଲି ଠାରୁ ଜାଣି ସାରିଛନ୍ତି । ଆଖିରେ ଦେଖିଛନ୍ତି ଯେ ସରକାର ଦେଉଥିବା ଖାଦ୍ୟ ସାମଗ୍ରୀ ପାଇଁ ଯେତିକି ଭିଡ଼ ନଥିଲା ତା ଠାରୁ ଅଧିକ ଗହଳି ଥିଲା ମଦ ଦୋକାନ ଆଗରେ । ତେବେ ଓଡ଼ିଶାରେ କାହିଁକି ମଦ ଦୋକାନ ଖୋଲିଲା ନାହିଁ ? ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଦୋକାନ ଖୋଲି ନଥିବାରୁ ମଦ ବିରୋଧୀମାନେ ଭାରି ଖୁସି । ଘରର ମହିଳାମାନେ ତା ଠାରୁ ଆହୁରି ଖୁସି ।

WINE-2

ହେଲେ ଆମେ ଏଠି କହି ରଖୁଛୁ ଯେ ଓଡ଼ିଶାରେ ଏହି ଦୋକାନ ଖୋଲିଲେ ପ୍ରକୃତରେ ଭିଡ଼ ଲାଗିବ କି ନାହିଁ । କାରଣ ଆମକୁ ସୂଚନା ମିଳିଛି ଯେ କିଛି ଅଞ୍ଚଳରେ ମଦୁଆମାନେ ନିୟମିତ ମଦ ଯୋଗାଡ଼ କରି ନେଉଥିଲେ । କିଭଳି ଭାବେ ସେକଥା କହିଲେ ହୁଏତ ଆମ ଉପରେ କ୍ରୋଧ ଦୃଷ୍ଟି ପଡ଼ି ପାରେ । ଅବଶ୍ୟ ମଦ ଯୋଗାଡ଼ କରି ନେଉଥିବା ଲୋକେ ଆମକୁ କହିଛନ୍ତି କିଭଳି ଭାବେ ସେମାନେ ଗଳାବାଟ କାଢ଼ି ନେଇଥିଲେ ।

ଦୋକାନ ନଖୋଲିବା ନେଇ ଆଉ ଗୋଟିଏ କଥା ମଧ୍ୟ ଶୁଣା ଯାଉଛି । କୁଆଡ଼େ ଗଳା ବାଟରେ ମଦ ସରି ଯାଇଥିବାରୁ ଦୋକାନ ଖୋଲିଲେ ଥିବ କଣ ଯେ ? ସେପଟେ ବଟଲିଂ ପ୍ଲାଣ୍ଟରେ ମଧ୍ୟ ସ୍ପିରିଟ୍‌ର ଅଭାବ ରହିଛି । କାରଣ ସ୍ପିରିଟ୍ ସବୁ କୁଆଡ଼େ ହ୍ୟାଣ୍ଡ ସାନିଟାଇଜରରେ ବଦଳି ଯାଇଛି ।

WINE-1ଅବଶ୍ୟ ଏକଥା ସତ ଯେ ମଦ ଦୋକାନୀ ସଂଘର ମୁଖ୍ୟ ଯିଏ ସିଏ ବି ବାରଣ କରିଛନ୍ତି ଏବେ ଦୋକାନ ଖୋଲିବାକୁ । କାରଣ ମଦୁଆଙ୍କୁ ନିୟନ୍ତ୍ରଣ କରବା କାଠିକର ପାଠ । ଦୋକାନ ଖୋଲିବା ପୂର୍ବରୁ ଯାହା ସେ କହିଥିଲେ ଏବେ ତାହା ସତ ହୋଇଛି । ତଥାପି ଦିଲ୍ଲୀ ସରକାରଙ୍କ ଭଳି ଯଦି ମଦ ଉପରେ ଏକାଥରେ ୫୦ ପ୍ରତିଶତ କରୋନା ଟ୍ୟାକ୍ସ ବସାଇ ଦିଆଯିବ ହୁଏତ ଦୋକାନ ଆଗରେ ଲାଗୁଥିବା ଧାଡ଼ି ଟିକେ ଛୋଟ ହୋଇଯାଇ ପାରେ ।
ଏବେ ଏବେ ଖବର ହେଉଛି ରାଜ୍ୟ ସରକାର ମଦ ଦୋକାନ ଖୋଲିବାକୁ ଆଗ୍ରହୀ ନୁହନ୍ତି । ତେଣୁ ମଦ ଦୋକାନ ଖୋଲିବା ନିଷ୍ପତ୍ତି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଉପରେ ଛାଡ଼ିଛନ୍ତି । ଦେଖିବାକୁ ବାକି ରହିଲା ବିଲେଇ ବେକରେ ଘଣ୍ଟି ବାନ୍ଧୁଛି କିଏ ? ତେବେ ପ୍ରଶାସନ ସିନା ଡରୁଛି ହେଲେ ମଦୁଆଙ୍କ ପାଇଁ ଭୟ ନାହିଁ । କାରଣ ଏବେ ମୁହଁରେ ମାସ୍କ ଲଗାଇ ଦେଲେ କେହି ଚିହ୍ନି ପାରିବେ ନାହିଁ । ସେ ମିଡିଆ ଫଟୋ ଉଠାଉ କି ଭିଜୁଆଲ । ଟିଭିରେ ଦେଖାଉ କି ଖବର କାଗଜରେ ବାହାରୁ ଚିନ୍ତା ନାହିଁ । କାରଣ ‘ସମସ୍ତଙ୍କ ଗଳା ଶୁଖି ଯାଉଛି ଆଉ ସମସ୍ତଙ୍କୁ ପରା ଶୋଷ ଲାଗୁଛି’ ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.