ଲକ୍ ଡାଉନ୍ ଦେଲା ଏତେ ବଡ ଦୁଃଖ: ୩ ପୁଅ ଥାଇବି ବାପାକୁ ଦେଇପାରିଲେ ନାହିଁ ମୁଖାଗ୍ନି

ଚାନ୍ଦବାଲି: ସବୁ ବାପା ମାଙ୍କ ଇଚ୍ଛା ମୁଖାଗ୍ନି ମୋ ପୁଅ ଦେଉ । ହେଲେ ବିଧିର ବିଧାନ କେ କରିବ ଆନ । ଯଦି ସମସ୍ତଙ୍କର ସବୁ ଇଚ୍ଛା ପୂରଣ ହୋଇଯାନ୍ତା ତେବେ ଭଗବାନଙ୍କୁ ଡାକିବାର କିଛି କାରଣ ହିଁ ନଥାନ୍ତା । ବର୍ତ୍ତମାନ ସାରା ବିଶ୍ବରେ ବିପତ୍ତି ପଡିଛି । ମହାମାରୀ କବଳରେ ଏବେ ବିଶ୍ବବାସୀ । ଯାତାୟତ ଏକ ପ୍ରକାରର ଠପ୍ ହୋଇଯାଇଛି। ମହାମାରୀ କରୋନା ଦାଉରେ ଧନୀ ଠୁ ଗରିବ ସମସ୍ତେ ଜର୍ଜରିତ। ଏହି ମସୟରେ ଆମ ଦେଶକୁ ମହାମାରୀ କରୋନା ସଙ୍କଟରୁ ଉଦ୍ଧାର କରିବା ପାଇଁ ସରକାର ଘୋଷଣା କରିଛନ୍ତି ଲକ୍ ଡାଉନ୍ । ଆଉ ଏହି ଲକ୍ ଡାଉନରେ ଘଟିଯାଇଛି ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ଯାହା ଆଖିରୁ ଲୁହ ଖସାଇଦେବ । ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡି ପଞ୍ଚାୟତରେ ସାନପଙ୍କି ଗାଁ ରେ ।

ଲକ ଡାଉନ କଟକଣା ଯୋଗୁ ବିଦେଶରୁ ଫେରି ପାରିଲାନାହିଁ ପୁଅ । ୩ ପୁଅ ଥାଇ ବି କେହି ଜଣେ ବି ବୁଢା ବାପାର ଶେଷ ଯାତ୍ରାରେ ସାମିଲ ହୋଇପାରିଲେ ନାହିଁ । କେବଳ ବାପାର ମରିବା ଖବର ଶୁଣିଲେ ଆଉ ଛାତିକୁ ପଥର କରି ରଖିଗଲେ । କେତେ ଦୁଃଖର କଥା କହିଲେ ୩ ଜଣ ପୁଅ ଥାଇ ବି କେହି ଜଣେ ବାପା ମୁହଁରେ ମୁଖାଗ୍ନି ଦେଇପାରିଲେନାହିଁ ।

ସୂଚନା ମୁତାବକ ଆରଡି ପଞ୍ଚାୟତ ସାନପଙ୍କି ଗାଁର ନବ କିଶୋର ସାହୁ, ବୟସ ପାଖାପାଖି ୬୫ ବର୍ଷ । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ । ହେଲେ ହଠାତ୍ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ବାପାର ମୃତ୍ୟୁ ଖବର ପାଇ ବି ୩ ପୁଅ ସୁଦୂର ବାଙ୍ଗାଲୋରରେ ଥିବାରୁ ଗାଁ କୁ ଆସିପାରିଲେନାହିଁ । ପୂର୍ବରୁ ବୁଢା ବାପାର ଦେହ ଅସୁସ୍ଥ ଥିବା ଖବର ପୁଅମାନେ ପାଇ ବି ଲକ ଡାଉନ କଟକଣା ଯୋଗୁ ବାପାକୁ ଦେଖିବାକୁ ଆସିପାରିନଥିଲେ । ଏବେ ବାପା ମଲାପରେ ବାପା ମୁହଁରେ ନିଆଁ ଟିକେ ବି ଦେଇପାରିଲାନାହି ପୁଅମାନେ । ତେବେ ନିଜର ଭାଇ, ସାହି ମିଶି ବୃଦ୍ଧଙ୍କ ଅନ୍ତିମ କ୍ରିୟା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.