ଜୁଲାଇ ୧୮ରେ JEE ମେନ୍

ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖରୁ JEE ମେନ୍ । ଅଗଷ୍ଟରେ ହେବ JEE ଆଡଭାନସ୍ ପରୀକ୍ଷା । ତାରିଖ ଖୁବଶୀଘ୍ର ଘୋଷଣା ହେବ । ଜୁଲାଇ ୨୬ ତାରିଖରେ ନ୍ୟାସନାଲ୍ ଏଲିଜିବିଲିଟ୍ କମ୍ ଏଣ୍ଟ୍ରାନ୍ ଏକ୍ସାମ୍ ବା NEET । ସର୍ବଭାରତୀୟ ସ୍ତରରେ ମେଡିକାଲ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହେବ NEET । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ । ଆଇଆଇଟି ଜେଇଇ ପରୀକ୍ଷା ଜୁଲାଇ ୧୮, ୨୦, ୨୧, ୨୨ ଓ ୨୩ ତାରିଖରେ ଅନୁଷ୍ଠିତ ହେବ । ସେହିପରି ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ସ୍ଥଗିତ ଥିବା ପରୀକ୍ଷା ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । କରୋନା ଲକ୍ଡାଉନ୍ ଯୋଗୁ ଚଳିତବର୍ଷ ପ୍ରବେଶିକା ପରୀକ୍ଷାରେ ବିଳମ୍ବ ହୋଇଛି । ଏହାକୁ ନେଇ ଲାଗି ରହିଥିଲା ସସପେନ୍ସ ।