କରୋନା କବ୍‌ଜାରେ ଆଇନ ମନ୍ତ୍ରଣାଳୟ: ଡେପୁଟି ସେକ୍ରେଟାରୀ କରୋନା ପଜେଟିଭ, ସିଲ୍‌ ହେଲା ଶାସ୍ତ୍ରୀ ଭବନ ବିଲିଡିଂ

କରୋନା ସମଗ୍ର ଦେଶକୁ କବଳିତ କରିଥିବା ବେଳେ ଏବେ ଏହା ଭାରତର ବଡ ବଡ କାର୍ଯ୍ୟାଳୟକୁ କବ୍‌ଜା କରିବାରେ ଲାଗିଛି। ପ୍ରଥମେ ରାଷ୍ଟ୍ରପତି ଭବନ, ତା’ ପରେ ସିଆରପିଏଫ୍‌ କାର୍ଯ୍ୟାଳୟ , ନିତି ଆୟୋଗ, କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଆଉ ଏବେ ଆଇନ ମନ୍ତ୍ରଣାଳୟ। ଖବର ମୁତାବକ, ଆଇନ ମନ୍ତ୍ରଣାଳୟର ଜଣେ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଶାସ୍ତ୍ରୀ ଭବନର ଗୋଟିଏ ମହଲାକୁ ଆଶିଂକ ଭାବେ ସିଲ୍ କରାଯାଇଥିବା ସୂଚନା ମିଳିଛି। ଏହି ସରକାରୀ କୋଠାରେ ଆଉ କିଛି ମନ୍ତ୍ରଣାଳୟର କାର୍ଯ୍ୟାଳୟ ମଧ୍ୟ ରହିଛି। ସରକାରୀ ଭାବେ ଏହି ଦ୍ୱିତୀୟ କୋଠାକୁ କରୋନା ସଂକ୍ରମଣ ଯୋଗୁ ସିଲ୍ କରାଯାଇଛି।

Coronavirus lockdown

ଗତ ମାସରେ ନୀତି ଆୟୋଗର କୋଠାକୁ ସିଲ୍ କରାଯାଇଥିଲା। ଦୁଇ ଜଣ ସରକାରୀ ଅଧିକାରୀଙ୍କ ସୂଚନା ମୁତାବକ, ଯେଉଁ ଅଧିକାରୀ ଜଣକ କରୋନାରେ ସଂକ୍ରମିତ ହୋଇଛନ୍ତି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଏବେ ଖୋଜା ଚାଲିଛି। ଶାସ୍ତ୍ରୀ ଭବନର ଚତୁର୍ଥ ମହଲାରେ ଥିବା ‘ଏ’ ଓ୍ବିଙ୍ଗକୁ ସିଲ୍ କରାଯାଇଥିବା କେତେଜଣ ଅଧିକାରୀ ସୂଚନା ଦେଇଛନ୍ତି। ଏହାକୁ ସାନିଟାଇଜ କରାଯିବା ସହ ଏହାର କିଛି କବାଟ ଓ ଲିପ୍ଟ ମଧ୍ୟ କିଛି ଦିନ ପାଇଁ ବନ୍ଦ ରହିବ ବୋଳି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.