ଦିଲ୍ଲୀ: ଆଖି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ପହଞ୍ଚିଲା ୧୬ ଦମକଳ ଗାଡ଼ି

ଦିଲ୍ଲୀ ଲାଜପତ ନଗରରେ ଏକ ଶିଶୁ ହସ୍ପିଟାଲରେ ଭୟଙ୍କର ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଆଇ ସେଭେନ ହସ୍ପିଟାଲରେ ହଠାତ୍‌ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଦିଲ୍ଲୀ ଅଗ୍ନିଶମ ବାହିନୀଙ୍କୁ ଘଟଣାସ୍ଥଳକୁ ଡକାଯାଇଛି । ଅଗ୍ନିକାଣ୍ଡ ବିଷୟରେ ସୂଚନା ପାଇବା ପରେ ପାଖାପାଖି ୧୬ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି । ନିଆଁ ଏତେ ଭୟଙ୍କର ଭାବେ ଲାଗିଛି ଯେ ବିଲ୍ଡିଂରୁ ବହୁ ଉଚ୍ଚ ପର୍ଯ୍ୟନ୍ତ କଳା ଧୂଆଁ ଉଠୁଛି ।

ନିକଟରେ ମଧ୍ୟ ଏହିପରି ଅଗ୍ନିକାଣ୍ଡ ଦିଲ୍ଲୀର ଏକ ବେବି କେୟାର ସେଣ୍ଟରରେ ଘଟିଥିଲା । ଏଠାରେ ଭୟଙ୍କର ଭାବରେ ନିଆଁ ଲାଗି ୭ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ଅଧିକାରୀଙ୍କ ମୁତାବକ, ହସ୍ପିଟାଲରୁ ମୋଟ ୧୨ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.