Below header

ଅନ୍ତିମ ବିଦାୟ : କର୍ନେଲ ସ୍ୱାମୀଙ୍କୁ ସାଲ୍ୟୁଟ କଲେ ପତ୍ନୀ, କହିଲେ ଆମେ ଗର୍ବିତ

ଜମ୍ମୁ କଶ୍ମୀର ହନ୍ଦଓ୍ଵାଡାରେ ହୋଇଥିବା ଏନକାଉଣ୍ଟରରେ ସହିଦ ହୋଇଥିବା କର୍ନେଲ ଆଶୁତୋଷ ଶର୍ମା ଏବଂ ମେଜର ଅନୁଜ ସୁଦଙ୍କ ଅନ୍ତିମ ସଂସ୍କାରରେ ଗାର୍ଡ ଅଫ୍ ଅନର ଦିଆଯାଇଛି । ବରିଷ୍ଠ ନେତା ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ସହିଦ ଯବାନଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି । କର୍ନେଲ ଆଶୁତୋଷଙ୍କୁ ଜୟପୁର ମିଲେଟ୍ରି ଷ୍ଟେସନରେ ଅନ୍ତିମ ବିଦାୟ ସମୟରେ ତାଙ୍କ ପତ୍ନୀ ପଲ୍ଲବୀ ସାଲ୍ୟୁଟ କରିଥିଲେ। ଏହାସହ ତାଙ୍କ ପତିଙ୍କ ଯୋଗୁଁ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି ମଧ୍ୟ କହିଥିଲେ।

ସୂଚନାଯୋଗ୍ୟ, ଗତକାଲି ହୋଇଥିବା ଆକ୍ରମଣରେ ତିନି ଜଣ ଯବାନ ସହିଦ ହୋଇଥିଲେ । ଯବାନଙ୍କ ପାଲଟା ଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେହିପରି ଏନକାଉଣ୍ଟର ବେଳେ ଜଣେ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ମଧ୍ୟ ଆତଙ୍କବାଦୀମାନେ ସିଆଇଏସ୍ଏଫ୍ କ୍ୟାମ୍ପ ଉପରକୁ ଗ୍ରେନେଡ୍ ଆକ୍ରମଣ କରିଥିଲେ । ଏଥିରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ହିନ୍ଦଓ୍ଵାରାରେ ମଧ୍ୟ ରବିବାର ଦିନ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆକ୍ରମଣରେ ୫ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.