କାହିଁକି ମଦୁଆଙ୍କ ଉପରେ ପୁଷ୍ପ ବୃଷ୍ଟି କଲେ ଏହି ବ୍ୟକ୍ତି, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ଦେଶ ରାଜଧାନୀ ଦିଲ୍ଲୀରେ ଆଜି ଠାରୁ ମଦ ଦର ୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦିଲ୍ଲୀ ସରକାର ମଦ ବିକ୍ରି ଉପରେ “ସ୍ପେଶାଲ କରୋନା ଟ୍ୟାକ୍ସ” ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ୟାବିନେଟ ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ଲାଗୁହୋଇଥିବା ଏହି ସ୍ପେଶାଲ ଫିସ ଏମଆରପି ଦର ଉପରେ ହିଁ ଲାଗୁ କରାଯିବ । ଏହି କାରଣରୁ ଲକ ଡାଉନ ସମୟରେ ମଦ ମୂଲ୍ୟ ପୂର୍ବ ତୁଳନାରେ ଅନେକ ପରିମାଣରେ ବଢିଯାଇଛି ।

କହି ରଖିବା ଉଚିତ ହେବଯେ, ମାର୍ଚ୍ଚ ୨୪ ତାରିଖରୁ ଦେଶବ୍ୟାପୀ ଲାଗୁ ହୋଇଥିବା ଲକ ଡାଉନ କାରଣରୁ ସମସ୍ତ ମଦ ଦୋକାନ ଗୁଡିକୁ ବନ୍ଦ କରାଯାଇଥିଲା । ଅନ୍ୟ ପକ୍ଷରେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବା ପରେ ଦିଲ୍ଲୀର ଅଧିକାଂଶ ମଦ ଦୋକାନ ସାମ୍ନାରେ ଲୋକଙ୍କ ଲମ୍ବା ଲମ୍ବା ଲାଇନ ଲାଗୁଥିବା ଦେଖାଯାଇଛି । ଏମିତିକି ଦିଲ୍ଲୀର ଚନ୍ଦେର ନଗର ସ୍ଥିତ ଅଂଚଳରେ ଥିବା ମଦ ଦୋକାନ ସାମ୍ନାରେ

ଧାଡ଼ିରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଜଣେ ବ୍ୟକ୍ତି ଫୁଲ ପାଖୁଡା ମାନ ବୃଷ୍ଟି କରୁଥିବା ପରି ଏକ ଦୃଶ୍ୟ ସାମ୍ନା କୁ ଆସିଛି । ଧାଡିରେ ଛିଡା ହୋଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ବ୍ୟକ୍ତି ଜଣଙ୍କ ଏହା ମଧ୍ୟ କହିଛନ୍ତିକି, ତମେମାନେ ହିଁ ଆମ ଦେଶର ପ୍ରକୃତ ଅର୍ଥନୀତି । ସରକାରଙ୍କ ପାଖରେ ଏବେକା ସମୟରେ ଆଦୌ ପଇସା ନାହିଁ । ତମେ ମାନେ କେବଳ ଏପରି ଦୁଃସ୍ଥିତିକୁ ସୁଧାରି ପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.