ସ୍ପେଶାଲ

ଟାଇଟନିକ ଜାହାଜକୁ ଆଜିପର୍ଯ୍ୟନ୍ତ ସମୁଦ୍ରରୁ କଢାଯାଉନାହିଁ କାହିଁକି ? କ’ଣ ରହିଛି ରହସ୍ୟ

ଆପଣ ଟାଇଟାନିକ୍ ବିଷୟରେ ବହୁତ ପଢ଼ିଥିବେ ଏବଂ ଶୁଣିଥିବେ ନିଶ୍ଚୟ। ଆମେ ଫିଲ୍ମ ବିଷୟରେ କହୁ ନାହୁଁ ପ୍ରକୃତ ଟାଇଟାନିକ୍ ଜାହାଜ ବିଷୟରେ କହୁଛୁ ଯାହା ଉପରେ ଫିଲ୍ମ ତିଆରି କରାଯାଇଥିଲା, ବିଶ୍ଵର ସବୁଠାରୁ ବଡ଼ ଜାହାଜ ଭାବେ ପରିଚିତ ଟାଇଟାନିକ୍ ବୁଡ଼ିବାର 108 ବର୍ଷ ବିତିଗଲାଣି । ପ୍ରାୟତଃ ସମସ୍ତେ ଜାଣନ୍ତି ଯେ ସମୁଦ୍ରରେ ଏହାର ଅଂଶାବଶେଷ କେଉଁଠାରେ ଅଛି କିନ୍ତୁ ଆଜି ପର୍ଯ୍ୟନ୍ତ ସମୁଦ୍ରରୁ ତାର ଭଗ୍ନ ଖଣ୍ଡକୁ ବାହାର କରାଯାଉ ନାହିଁ କିନ୍ତୁ କାହିଁକି ତାହା ଆପଣ ଜାଣନ୍ତି କି ?

୧୦୮ ବର୍ଷ ପୂର୍ବେ ୧୯୧୨ ମସିହା ଏପ୍ରିଲ ୧୦ ତାରିଖରେ ଦୁନିଆର ସବୁଠାରୁ ବଡ ଜାହାଜ ଟାଇଟାନିକର ନିଜର ଯାତ୍ରା ଆରମ୍ଭ କରିଥିଲା ବ୍ରିଟେନରୁ ନ୍ୟୁୟର୍କ । କିନ୍ତୁ ୧୪ ଏପ୍ରିଲରେ ଉତ୍ତର ଆଟଲାଣ୍ଟିକ ମହାସାଗରରେ ଏକ ହିମଖଣ୍ଡ ସହିତ ଧକ୍କା ଖାଇବା ପରେ ଦୁଇଖଣ୍ଡ ହୋଇଯାଇଥିଲା ଏବଂ ପ୍ରାୟ 4 କିଲୋମିଟର ଗଭୀରରେ ବୁଡିଯାଇଥିଲା ଓ ଏଥିରେ ୧୫୦୦ ଲୋକ ପ୍ରାଣ ହରାଇଥିଲେ। ସେତେବେଳର ଏହା ସବୁଠାରୁ ବଡ ସମୁଦ୍ର ଦୁର୍ଘଟଣା ବୋଲି କୁହାଯାଏ । ପାଖାପାଖି ୭୦ ବର୍ଷ ପର୍ଯ୍ୟନ୍ତ ଏହି ଜାହାଜ ସେମିତି ସମୁଦ୍ର ଭିତରେ ପଡି ରହିଥିଲା। ୧୯୮୫ରେ ପ୍ରଥମ ଥର ପାଇଁ ଏହି ଜାହାଜର ଅଂଶବିଶେଷକୁ ଗବେଷକ ରବର୍ଟ ବଲାର୍ଡ ଏବଂ ତାଙ୍କ ଟିମ୍‌ ଖୋଜି ବାହାର କରିଥିଲେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଜାହାଜ ଯେଉଁଠାରେ ବୁଡିଥିଲା, ସେଠାରେ ଖରାବେଳେ ମଧ୍ୟ ଅନ୍ଧକାର ରହିଥାଏ ଏବଂ ସେହିସ୍ଥାନରେ ସମୁଦ୍ର ଗଭୀରର ତାପମାତ୍ରା ମାତ୍ର ଏକ ଡିଗ୍ରୀ ସେଲସିୟସ ରହିଥାଏ। ସେଥିପାଇଁ ଏହି ସ୍ଥାନକୁ ଯିବାକୁ ସମସ୍ତେ ଡରୁଥିବା ବେଳେ ସେଠାକୁ ଯାଇ ଏହି ବଡ ଓଜନିଆ ଜାହାଜକୁ ବାହାରକୁ ଆଣିବା କେବଳ ମୁସ୍କିଲ ନୁହେଁ ବରଂ ଅସମ୍ଭବ ଅଟେ । ତାସହିତ ସମୁଦ୍ର ଭିତରେ ଟାଇଟନିକର ଅଂଶାବିଶେଷ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିବ ନାହିଁ କାହିଁକିନା ଏହା ଅତି ଦ୍ରୁତ ଗତିରେ ମିଳେଇବାରେ ଲାଗିଛି ।

ବିଶେଷଜ୍ଞଙ୍କ ଅନୁଯାୟୀ ଆସନ୍ତା 20-30 ବର୍ଷ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଭାବେ ମିଳେଇ ଯିବ ଏବଂ ସମୁଦ୍ରରେ ମିଶିଯିବ । ସମୁଦ୍ରରେ ଥିବା ବ୍ୟାକ୍ଟେରିଆ ଲୁହାରେ ନିର୍ମିତ ଏହି ଜାହାଜକୁ ଦ୍ରୁତଗତିରେ ନଷ୍ଟ କରୁଛନ୍ତି। ବିବିସିର ଏକ ରିପୋର୍ଟ ମୁତାବକ, ଜଙ୍କ ଉତ୍ପନ୍ନ କରୁଥିବା ଏହି ବ୍ୟାକ୍ଟେରିଆ ପ୍ରତିଦିନ ଜାହାଜରୁ ୧୮୦ କିଲୋ ଲୁହା ଖାଇଯାଉଛନ୍ତି। ଯେଉଁଥିପାଇଁ ବର୍ତ୍ତମାନ ବୈଜ୍ଞାନିକ ମାନେ ବିଶ୍ୱାସ କରୁଛନ୍ତି ଯେ ଟାଇଟାନିକର ଆୟୁଷ ଆଉ ଖୁବ କମ ଦିନ..

 

Swagatika

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

3 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

6 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

9 hours ago