Categories: ସ୍ପେଶାଲ

ଜାଣିଛନ୍ତି ପ୍ରତିବର୍ଷ ସେପ୍ଟେମ୍ବର ୧୭ କାହିଁକି ହୋଇଥାଏ ବିଶ୍ବକର୍ମା ପୂଜା ?

ହିନ୍ଦୁ ଧର୍ମ ଅନୁସାରେ ବିଶ୍ବକର୍ମା ହେଉଛନ୍ତି ନିର୍ମାଣ ଏବଂ ସୃଜନଶୀଳତାର ଦେବତା । ବିଶ୍ବାସ ରହିଛି ମହାପ୍ରଭୁ  ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ପୃଥିବୀ ସମେତ ସାରା ବିଶ୍ବ ବ୍ରହ୍ମାଣ୍ଡର ନିର୍ମାଣ କରିଥିଲେ । ଏହା ସହିତ ସ୍ବର୍ଗଲୋକ, ହସ୍ତିନାପୁର, ଇନ୍ଦ୍ରପସ୍ଥ, ସ୍ବର୍ଣ୍ଣ ଲଙ୍କା ଆଦି ମଧ୍ୟ ନିର୍ମାଣ କରିଥିଲେ । ଏମିତିକି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ବିଗ୍ରହ ମଧ୍ୟ ବିଶ୍ବକର୍ମା ନିର୍ମାଣ କରିଥିଲେ ବୋଲି କଥିତ ଅଛି ।

ସେ ନିର୍ମାଣ ଦେବତା ହୋଇଥିବାରୁ ତାଙ୍କ ପୂଜା ଦିନ ଶିଳ୍ପାନୁଷ୍ଠାନଗୁଡ଼ିକରେ ତାଙ୍କୁ ପୂଜାର୍ଚ୍ଚନା କରାଯାଏ । ବିଶେଷ କରି ମେସିନ୍ ଏବଂ ଯନ୍ତ୍ରପାତିଗୁଡ଼ିକୁ ପୂଜା କରାଯାଏ । ବିଶ୍ବାସ ରହିଛି, ଭକ୍ତି ଓ ନିଷ୍ଠାର ସହ ବିଶ୍ବକର୍ମାଙ୍କୁ ପୂଜା କଲେ ପରିବାରରେ ସୁଖ, ସମୃଦ୍ଧି ବଢ଼ିଥାଏ  । ହେଲେ କେବେ ଚିନ୍ତା କରିଛନ୍ତି ପ୍ରତିବର୍ଷ ୧୭ ସେପ୍ଟେମ୍ବରରେ କାହିଁକି ପଡିଥାଏ ବିଶ୍ବକର୍ମା ପୂଜା  ।

ହିନ୍ଦୁ ଧର୍ମ ଅନୁସାରେ, ଭଗବାନ୍ ବିଶ୍ବକର୍ମାଙ୍କ ଜୟନ୍ତୀକୁ ନେଇ କିଛି ମାନ୍ଯତା ରହିଛି । କିଛି ଜ୍ଯୋତିଷଙ୍କ ଅନୁଯାୟୀ ଭଗବାନ୍ ବିଶ୍ବକର୍ମାଙ୍କ ଜନ୍ମ ଆଶ୍ବିନ କୃଷ୍ଣପକ୍ଷର ପ୍ରତିପଦା ତିଥିରେ ହୋଇଥିଲା । ସେମିତି କିଛି ଲୋକଙ୍କ କହିବା ଅନୁଯାୟୀ ଭାଦ୍ରପଦ ଅନ୍ତିମ ତିଥି ବିଶ୍ବକର୍ମାଙ୍କ ପୂଜା ପାଇଁ ସର୍ବଶ୍ରେଷ୍ଠ ।

ବିଶ୍ବକର୍ମାଙ୍କ ପୂଜା ସୂର୍ଯ୍ଯଙ୍କ ପାରଗମନ ଆଧାରରେ ହୋଇଥାଏ । ଭାରତରେ କୌଣସି ବି ବ୍ରତ ବା ପର୍ବପର୍ବାଣୀର ନିର୍ଦ୍ଧାରଣ ଚନ୍ଦ୍ର କ୍ଯାଲେଣ୍ଡର ମୂତାବକ ହୋଇଥାଏ । କିନ୍ତୁ ବିଶ୍ବକର୍ମାଙ୍କ ପୂଜାର ତିଥି ସୂର୍ଯ୍ଯଙ୍କୁ ଦେଖି ହୋଇଥାଏ । ଯାହା ଫଳରେ ପ୍ରତିବର୍ଷ ୧୭ ସେପ୍ଟେମ୍ବରରେ ପଡିଥାଏ ଏହି ପୂଜା ।

KNews Bureau

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

7 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

14 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

15 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

33 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

58 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

1 hour ago