ଜାଣିଛନ୍ତି ପ୍ରତିବର୍ଷ ସେପ୍ଟେମ୍ବର ୧୭ କାହିଁକି ହୋଇଥାଏ ବିଶ୍ବକର୍ମା ପୂଜା ?  

ହିନ୍ଦୁ ଧର୍ମ ଅନୁସାରେ ବିଶ୍ବକର୍ମା ହେଉଛନ୍ତି ନିର୍ମାଣ ଏବଂ ସୃଜନଶୀଳତାର ଦେବତା । ବିଶ୍ବାସ ରହିଛି ମହାପ୍ରଭୁ  ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ପୃଥିବୀ ସମେତ ସାରା ବିଶ୍ବ ବ୍ରହ୍ମାଣ୍ଡର ନିର୍ମାଣ କରିଥିଲେ । ଏହା ସହିତ ସ୍ବର୍ଗଲୋକ, ହସ୍ତିନାପୁର, ଇନ୍ଦ୍ରପସ୍ଥ, ସ୍ବର୍ଣ୍ଣ ଲଙ୍କା ଆଦି ମଧ୍ୟ ନିର୍ମାଣ କରିଥିଲେ । ଏମିତିକି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ବିଗ୍ରହ ମଧ୍ୟ ବିଶ୍ବକର୍ମା ନିର୍ମାଣ କରିଥିଲେ ବୋଲି କଥିତ ଅଛି ।

ସେ ନିର୍ମାଣ ଦେବତା ହୋଇଥିବାରୁ ତାଙ୍କ ପୂଜା ଦିନ ଶିଳ୍ପାନୁଷ୍ଠାନଗୁଡ଼ିକରେ ତାଙ୍କୁ ପୂଜାର୍ଚ୍ଚନା କରାଯାଏ । ବିଶେଷ କରି ମେସିନ୍ ଏବଂ ଯନ୍ତ୍ରପାତିଗୁଡ଼ିକୁ ପୂଜା କରାଯାଏ । ବିଶ୍ବାସ ରହିଛି, ଭକ୍ତି ଓ ନିଷ୍ଠାର ସହ ବିଶ୍ବକର୍ମାଙ୍କୁ ପୂଜା କଲେ ପରିବାରରେ ସୁଖ, ସମୃଦ୍ଧି ବଢ଼ିଥାଏ  । ହେଲେ କେବେ ଚିନ୍ତା କରିଛନ୍ତି ପ୍ରତିବର୍ଷ ୧୭ ସେପ୍ଟେମ୍ବରରେ କାହିଁକି ପଡିଥାଏ ବିଶ୍ବକର୍ମା ପୂଜା  ।

biswokarmaହିନ୍ଦୁ ଧର୍ମ ଅନୁସାରେ, ଭଗବାନ୍ ବିଶ୍ବକର୍ମାଙ୍କ ଜୟନ୍ତୀକୁ ନେଇ କିଛି ମାନ୍ଯତା ରହିଛି । କିଛି ଜ୍ଯୋତିଷଙ୍କ ଅନୁଯାୟୀ ଭଗବାନ୍ ବିଶ୍ବକର୍ମାଙ୍କ ଜନ୍ମ ଆଶ୍ବିନ କୃଷ୍ଣପକ୍ଷର ପ୍ରତିପଦା ତିଥିରେ ହୋଇଥିଲା । ସେମିତି କିଛି ଲୋକଙ୍କ କହିବା ଅନୁଯାୟୀ ଭାଦ୍ରପଦ ଅନ୍ତିମ ତିଥି ବିଶ୍ବକର୍ମାଙ୍କ ପୂଜା ପାଇଁ ସର୍ବଶ୍ରେଷ୍ଠ ।

ବିଶ୍ବକର୍ମାଙ୍କ ପୂଜା ସୂର୍ଯ୍ଯଙ୍କ ପାରଗମନ ଆଧାରରେ ହୋଇଥାଏ । ଭାରତରେ କୌଣସି ବି ବ୍ରତ ବା ପର୍ବପର୍ବାଣୀର ନିର୍ଦ୍ଧାରଣ ଚନ୍ଦ୍ର କ୍ଯାଲେଣ୍ଡର ମୂତାବକ ହୋଇଥାଏ । କିନ୍ତୁ ବିଶ୍ବକର୍ମାଙ୍କ ପୂଜାର ତିଥି ସୂର୍ଯ୍ଯଙ୍କୁ ଦେଖି ହୋଇଥାଏ । ଯାହା ଫଳରେ ପ୍ରତିବର୍ଷ ୧୭ ସେପ୍ଟେମ୍ବରରେ ପଡିଥାଏ ଏହି ପୂଜା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.