Below header

ଯାଜପୁର ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ, ଗୋଇଠା ମାଡରେ ମୃତ୍ୟୁ

ଯାଜପୁର (କେନ୍ୟୁଜ୍) : ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ। ମୃତକ ହେଲେ ଯାଜପୁର ଜିଲ୍ଲା ଜାରକା ଶଅର ସାହିର ସନାତନ ସାମଲ । ଶଙ୍ଖାରଢିହ ବଜାରରେ ସନାତନଙ୍କ ସହ ଗିରିମଣ୍ଡଳଙ୍କର ବଚସା ହୋଇଥିଲା । ଏଥିରେ ଉତ୍ତେଜିତ ହୋଇ ଗିରି ମଣ୍ଡଳ ସନାତନଙ୍କ ତଳି ପେଟକୁ ଗୋଇଠା ମାରିଥିଲେ । ଗୁରୁତର ଅବସ୍ଥାରେ ସନାତନଙ୍କୁ ଧର୍ମଶାଳା ମେଡିକାଲକୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

murderଏନେଇ ସ୍ଥାନୀୟ ଲୋକେ ଓ ସନାତନଙ୍କ ପରିବାର ୧୬ ନଂ ଜାତୀୟ ରାଜପଥ ଶଙ୍ଖାଡିହଠାରେ ମୃତଦେହକୁ ରଖି ରାସ୍ତା ଅବରୋଧ କରିଥିଲେ । ଅଭିଯୁକ୍ତକୁ ଗିରଫ ସହ କ୍ଷତିପୂରଣ ଦାବି କରିଥିଲେ । ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଅଭିଯୁକ୍ତ ଗିରି ମଣ୍ଡଳକୁ ଥାନାରେ ଅଟକ ରଖିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.