Below header

ଅଭୁତ ଶିଶୁ : ଲୋକେ କରୁଛନ୍ତି ପୂଜାର୍ଚ୍ଚନା

ନୂଆଦିଲ୍ଲୀ : ପିଲାଟିଏ ଜନ୍ମ ନେଇଛି । ପରିବାରରେ କିନ୍ତୁ ଖୁସି ନାହିଁ । ତବେ ପାଖ ପଡ଼ିଶା ଓ ବାହାର ଲୋକ କହୁଛନ୍ତି ଈଶ୍ବର ଚମତ୍କାର । କାରଣ ପିଲାଟିର ୪ଟି ଗୋଡ଼ । ସେପଟେ ଡାକ୍ତରଙ୍କ କହିବା ହେଲା ପିଲାର ଅବସ୍ଥା ଗୁରୁତର ଏବଂ ଏଭଳି ଅସାଧାରଣ ପିଲା ଡାକ୍ତରୀ ବିଜ୍ଞାନ ପାଇଁ ସମସ୍ୟା ।

ଉତ୍ତର ପ୍ରଦେଶ ଗୋରଖପୁର ଅନ୍ତର୍ଗତ ଜିଗନି ଗାଁର ଜଣେ ଦିନ ମଜୁରିଆ ଘରେ ଏଭଳି ଅଭୁତ ପିଲାଟି ଜନ୍ମ ନେଇଛି । ଯାହାର ଚାରି ଗୋଡ଼ ସହ ଦୁଇଟି ଯୌନାଙ୍ଗ ମଧ୍ୟ ରହିଛି । ପାଖପଡ଼ିଶା ଲୋକ ପିଲାଟିକୁ ଭଗବାନଙ୍କ ସ୍ବରୂପ ମନେ କରି ପୂଜାର୍ଚ୍ଚନାରେ ଲାଗିଛନ୍ତି । ହେଲେ ତାର ବାପା ଭୁଲନ ନିଷାଦ ଓ ମା ରମ୍ଭା ଚିନ୍ତାରେ ଯେ କିଭଳି ଭାବେ ତାର ଚିକିତ୍ସା କରିବେ । କାରଣ ସେମାନଙ୍କ ପାଖରେ ଆଦୌ ଆର୍ଥିକ ସମ୍ବଳ ନାହିଁ । ସ୍ଥାନୀୟ ଡାକ୍ତରଖାନାର ଡାକ୍ତର ପିଲାଟିକୁ ବଡ଼ ହସପିଟାଲକୁ ଯିବା ପାଇଁ କହିଛନ୍ତି । ଭୁଲନ ଏବେ କଣ କରିବେ କିଛି ଭାବି ପାରୁ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.