ରାଉରକେଲା ମଧୁସୂଦନପାଲି ତେଲୁଗୁ ବସ୍ତିରେ ବିସ୍ଫୋରଣ, ୬ ଆହତ

ରାଉରକେଲା (କେନ୍ୟୁଜ୍) : ମଧୁସୂଦନପାଲି ତେଲୁଗୁ ବସ୍ତିରେ ବିସ୍ଫୋରଣ । ଏଥିରେ ୬ ଜଣ ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ IGHରେ ଭର୍ତ୍ତି କରାଯାଇଛି । ଭଙ୍ଗା ଘର ତଳେ କିଛି ଲୋକ ଫସି ରହିଥିବା ସନ୍ଦେହ କରାଯାଇଛି । ବିସ୍ଫୋରଣରେ ୧୦ରୁ ଅଧିକ ଘର ଭାଙ୍ଗିଯାଇଛି । କିଛି ଘରର ଛପର ମଧ୍ୟ ଉଡିଯାଇଛି । ସେହିପରି କିଛି ଘରେ ନିଆଁ ଲାଗିଯାଇଛି । ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.