ୱାନପ୍ଲସ୍ ସ୍ମାର୍ଟଫୋନ ପରେ ବଜାରରେ ଲଞ୍ଚ କରିବାକୁ ଯାଉଛି ସ୍ମାର୍ଟଟିଭି

ନୂଆଦିଲ୍ଲୀ : ନିଜର ପ୍ଳାଗସିପ୍ ସ୍ମାର୍ଟଫୋନ ପାଇଁ ଦୁନିଆରେ ନିଜର ଭିନ୍ନ ପରିଚୟ ପ୍ରସ୍ତୁତ କରିଥିବା ୱାନପ୍ଲସ କମ୍ପାନି ଏବେ ସ୍ମାର୍ଟଟିଭି ଲଞ୍ଚ କରିବାକୁ ଯାଉଛି। କମ୍ପାନି ଏହା ବିଷୟରେ ବ୍ଲଗ ଜରିଆରେ ଘୋଷଣା କରିଛି। ୱାନପ୍ଲସର ଫାଉଣ୍ଡର ଏବଂ ସିଇଓ ପିଟ ଲାଓ କମ୍ପାନିର ଏହି ବିଭାଗର ଦାୟିତ୍ବ ନେବାକୁ ଯାଉଛନ୍ତି। ପୋଷ୍ଠରେ ଲାଓ କହିଛନ୍ତି, ୱାନପ୍ଲସ  ନିଜର ଚେଷ୍ଠା ଦ୍ବାରା ଆଗକୁ ବଢ଼ିବାରେ ଲାଗିଛି। ଏଣୁ କମ୍ପାନି କନେକଟେଡ଼୍ ହ୍ଯୁମାନ ଏକ୍ସପେରିଏନ୍ସକୁ ବଢ଼ାଇବାକୁ ପ୍ରୟାସ କରୁଛି। ଏପରି କୁହାଯାଉଛି କି କମ୍ପାନି ତାହାର ସ୍ମାର୍ଟଫୋନର ଫର୍ମୁଲା ଟିଭିରେ ବ୍ଯବହାର କରିବାକୁ ଯାଉଛି।

one

ଲାଓଙ୍କ ଅନୁଯାୟୀ, ସ୍ମାର୍ଟଟିଭିରେ ସୋ ଏବଂ ପିଲ୍ମକୁ ଛାଡ଼ି ମଧ୍ୟ ଅନେକ ସୁବିଧା ରହିବ। ଏହି ଟିଭିର ନାମ ଇଣ୍ଟେଲିଜେନ୍ସି କନେକ୍ଟିଭିଟି ଦିଆଯାଇଛି। ଆସନ୍ତା ୫ବର୍ଷରେ ୱାନପ୍ଳସ ପାଇଁ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଇଛି। ତାଙ୍କ କହିବା ଅନୁଯାୟୀ, ଟିଭିଟିକୁ ବାସ୍ତବରେ ବହୁତ ସ୍ମାର୍ଟ କରାଯାଇଛି। ଏଥିରେ ୫ଜି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଆଦିରେ କାମ କରାଯାଇଛି। ତେବେ ଏପର୍ଯ୍ଯନ୍ତ ଟିଭିର ଫିଚର ଏବଂ ମୂଲ୍ଯ ବିଷୟରେ କିଛି କୁହାଯାଇନାହିଁ।

ଆହୁରି ପଢ଼ନ୍ତୁ : ଓଃ !! ଏଥିପାଇଁ ତାହାଲେ ମିଳିନଥାଏ ଚୋରି ସ୍ମାର୍ଟଫୋନ୍ ….

ତେବେ ଆପଣଙ୍କୁ କହିବାକୁ ଚାହିଁବୁ, ୱାନପ୍ଲସର ଆରମ୍ଭ ୨୦୧୩ ମସିହାରେ ହୋଇଥିବା ବେଳେ ଏପର୍ଯ୍ଯନ୍ତ କମ୍ପାନି ୮ଟି ସ୍ମାର୍ଟଫୋନ୍ ଲଞ୍ଚ କରିସାରିଲାଣି। କହିବାକୁ ଗଲେ ସ୍ମାର୍ଟଫୋନ ମାର୍କେଟରେ ନିଜର ଏକ ଭିନ୍ନ ପରିଚୟ ନିର୍ମାଣ କରିସାରିଛି ୱାନପ୍ଲସ। ତେବେ ଏବେ ଦେଖିବା ବାକି ରହିଲା ୱାନପ୍ଲସର ଟିଭିକୁ ସ୍ମାର୍ଟଟିଭି ବଜାରେ କିପରି ପ୍ରତିକ୍ରିୟା ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.