ତ୍ରିକୋଣୀୟ ପ୍ରେମ କାହାଣୀ, ଗିରଫ ହେଲେ ଡାକ୍ତର

ବ୍ରହ୍ମପୁର (କେନ୍ୟୁଜ୍) : ବିଷ୍ଣୁ ପ୍ରସାଦ ଗୌଡ ହତ୍ୟା ମାମଲାରେ ତଦନ୍ତକୁ ଜୋରଦାର କରିଛି ପୋଲିସ । ଗିରଫ ଡାକ୍ତର ହୃଷୀକେଶ ତ୍ରିପାଠୀଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା । ବିଷ୍ଣୁଙ୍କୁ କିଭଳି ହତ୍ୟା କରାଯାଇଥିଲା । ଏଥିରେ ଆଉ କିଏ ସଂପୃକ୍ତ କି ? ସେ ନେଇ ପୋଲିସ ଅଧିକ ତନାଘନା ଚଳାଇଛି । ଡାକ୍ତରଙ୍କ ପ୍ରେମିକା ନର୍ସଙ୍କୁ ଭଲ ପାଉଥିଲେ ବିଷ୍ଣୁ । ସେହି କାରଣରୁ ତାଙ୍କୁ ହତ୍ୟା କରି କୂଅରେ ପୋତି ଦେଇଥିଲେ ଡାକ୍ତର । ମୃତକ ବିଷ୍ଣୁ ପ୍ରସାଦ ଗତ ୧୯ ତାରିଖରୁ ନିଖୋଜ ଥିଲେ । ସେହି ଦିନ ହିଁ ତାଙ୍କୁ ହତ୍ୟା କରାଯାଇଥିଲା । ଗତ ବୁଧବାର କୂଅ ଭିତରୁ ବିଷ୍ଣୁ ପ୍ରସାଦଙ୍କ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । ପୂର୍ବରୁ ହତ୍ୟାକାଣ୍ଡରେ ସାମିଲ ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.