Categories: ରାଜ୍ୟ

ଯାଜପୁର ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ, ଗୋଇଠା ମାଡରେ ମୃତ୍ୟୁ

ଯାଜପୁର (କେନ୍ୟୁଜ୍) : ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ। ମୃତକ ହେଲେ ଯାଜପୁର ଜିଲ୍ଲା ଜାରକା ଶଅର ସାହିର ସନାତନ ସାମଲ । ଶଙ୍ଖାରଢିହ ବଜାରରେ ସନାତନଙ୍କ ସହ ଗିରିମଣ୍ଡଳଙ୍କର ବଚସା ହୋଇଥିଲା । ଏଥିରେ ଉତ୍ତେଜିତ ହୋଇ ଗିରି ମଣ୍ଡଳ ସନାତନଙ୍କ ତଳି ପେଟକୁ ଗୋଇଠା ମାରିଥିଲେ । ଗୁରୁତର ଅବସ୍ଥାରେ ସନାତନଙ୍କୁ ଧର୍ମଶାଳା ମେଡିକାଲକୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ସ୍ଥାନୀୟ ଲୋକେ ଓ ସନାତନଙ୍କ ପରିବାର ୧୬ ନଂ ଜାତୀୟ ରାଜପଥ ଶଙ୍ଖାଡିହଠାରେ ମୃତଦେହକୁ ରଖି ରାସ୍ତା ଅବରୋଧ କରିଥିଲେ । ଅଭିଯୁକ୍ତକୁ ଗିରଫ ସହ କ୍ଷତିପୂରଣ ଦାବି କରିଥିଲେ । ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଅଭିଯୁକ୍ତ ଗିରି ମଣ୍ଡଳକୁ ଥାନାରେ ଅଟକ ରଖିଛି ପୋଲିସ ।

KNews Bureau

Recent Posts

ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗ୍ରାମର…

5 mins ago

୩୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ବୌଦ୍ଧ ହରଭଙ୍ଗା : ବୌଦ୍ଧ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ୍ ୟୁନିଟ୍ ପକ୍ଷରୁ ମହାନଦୀ ୫୭ ନମ୍ବର ଜାତୀୟ ରାଜପଥର…

15 mins ago

ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ , ବୃଦ୍ଧା ପୋଡ଼ି ଗୁରୁତର

ବୌଦ୍ଧ/ହରଭଂଗା : ବିଳମ୍ବିତ ରାତ୍ରରେ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଗୋଟିଏ…

29 mins ago

ଆମେରିକାର ଓ୍ଵାଟର ପାର୍କରେ ଫୁଟିଲା ଗୁଳି, ୨ ଶିଶୁଙ୍କ ସମେତ ୮ ଜଣ ଆହତ

ଆମେରିକାରେ ପୁଣି ଫୁଟିଲା ଗୁଳି । ମିଶିଗନର ସବୁଠୁ ବଡ଼ ସହର ଡେଟ୍ରୋଇଟ୍ ନିକଟରେ ଥିବା ଏକ ୱାଟର ପାର୍କରେ…

35 mins ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦିନ ମଜୁରିଆଙ୍କ ଜୀବନ, ଗାଁ ଲୋକଙ୍କ କ୍ଷତି ପୂରଣ ଦାବି

ଆଳି(କେନ୍ୟୁଜ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତି ପୂରଣ ଦାବିରେ କଟକ-ଚାନ୍ଦବାଲି…

58 mins ago

ବିପଦରେ ଗଜରାଜ, ପାଣି ପିଇବାକୁ ଆସି ନାଳରେ ଫସିଗଲେ ୩ ହାତୀ

ନରସିଂହପୁର : କଟକ ଜିଲ୍ଲା ବଡ଼ମ୍ବା ,ନରସିଂହପୁରରେ ବିଭିନ୍ନ ସମୟ ରେ ବିପଦରେ ଗଜରାଜ ଦେଖିବାକୁ ମିଳିଛି । କେତେବେଳେ…

60 mins ago