Categories: ସ୍ପେଶାଲ

କାହିଁକି ହଳଦିଆ ରଙ୍ଗକୁ ବସନ୍ତ ପଞ୍ଚମୀ ଦିନ ଶୁଭ ବୋଲି ଧରାଯାଏ ଜାଣନ୍ତୁ. . .

ହିନ୍ଦୁ ଧର୍ମରେ ହଳଦିଆ ରଙ୍ଗକୁ ଶୁଭ ରଙ୍ଗ ବୋଲି ଧରାଯାଏ। ହଳଦିଆ ରଙ୍ଗକୁ ସୁଦ୍ଧ ଏବଂ ସାତ୍ତ୍ବିକର ପ୍ରତିକ ବୋଲି କୁହାଯାଏ। ଏହା ନିର୍ମଳତାକୁ ମଧ୍ୟ ଦର୍ଶାଇଥାଏ। ଏହାକୁ ବିବେକର ପ୍ରତିକ ବୋଲି ମଧ୍ୟ ଧରାଯାଏ। ଏହା ସହିତ ଧଳା ରଙ୍ଗରେ ଜଡିତ ଥିବା ଶାନ୍ତି ମଧ୍ୟ ସାମିଲ ଅଛି।

ଜାଣନ୍ତୁ ବସନ୍ତ ପଞ୍ଚମୀରେ ହଳଦିଆ ରଙ୍ଗର ଖାସ ମହତ୍ତ୍ବ

ବସନ୍ତ ପଞ୍ଚମୀ ଦିନ ହଳଦିଆ ରଙ୍ଗର ଖାସ ମହତ୍ତ୍ବ ରହିଛି। ବସନ୍ତ ଋତୁରେ ସୋରିଷ ଫସଲ କାରଣରୁ ଧରିତ୍ରୀ ହଳଦିଆ ଦେଖାଯାଇଥାଏ। ଏହାକୁ ଧ୍ୟାନରେ ରଖି ଏହି ଦିନରେ ଲୋକମାନେ ହଳଦିଆ ରଙ୍ଗର କପଡା ପିନ୍ଧି ବସନ୍ତ ପଞ୍ଚମୀର ସ୍ବାଗତ କରିଥାନ୍ତି। ଏହି ଦିନରେ ସୂର୍ଯ୍ୟ ଉତ୍ତରାୟଣ ହୋଇଥାଏ, ଯାହା ଏହା ଦର୍ଶାଇଥାଏ ଯେ ଆମେ ସୂର୍ଯ୍ୟ ଭଳି ଗମ୍ଭୀର ଏବଂ ପ୍ରଖର ହେବା ଆବଶ୍ୟକ।

ସବୁ ଋତୁ ମଧ୍ୟରୁ ବସନ୍ତ ଋତୁ ଏମିତି ଏକ ଋତୁ ଯାହାକୁ ସମସ୍ତେ ଅପେକ୍ଷା କରିଥାନ୍ତି। ଏହି ଋତୁରେ ମାଟିର ଉର୍ବରତା ବଢ଼ିଥାଏ ଏବଂ ଫସଲ ପାଚିଥାଏ। ବସନ୍ତକୁ ଋତୁ ମାନଙ୍କର ରାଜା ବୋଲି କୁହାଯାଏ। ବସନ୍ତ ପଞ୍ଚମୀ ବା ପ୍ରକ୍ରୁତିର ଉତ୍ସବ ଦିନ ମା ସରସ୍ବତିଙ୍କର ଆରାଧନା କରି ବାୟୁର ପ୍ରବାହ,ପ୍ରକ୍ରୁତିର ହଳଦିଆ ଓଢ଼ଣୀ ସହିତ ନୂଆ ଉତ୍ସାହ ସଞ୍ଚାରର ସନ୍ଦେଶ ଆଣିଥାଏ।

ନିଶ୍ଚୟ ପଢ଼ନ୍ତୁ : ଭୁଲରେ ମଧ୍ୟ ସରସ୍ବତୀ ପୂଜାରେ କରନ୍ତୁ ନାହିଁ ଏହି ୫ଟି କାମ , ହୋଇଥାଏ ଅଶୁଭ

ବସନ୍ତ ପଞ୍ଚମୀ ଦିନ କେବଳ କପଡା ନୂହେଁ ବରଂ ଖାଦ୍ୟରେ ମଧ୍ୟ ହଳଦିଆ ରଙ୍ଗର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। ଏଥିରେ ହଳଦିଆ ରଙ୍ଗର ଚାଉଳ, ପୁରି,ଲଡ୍ଡୁ ଏଂ କେସର କ୍ଷୀରି ମଧ୍ୟ ସାମିଲ ଅଛି।

ଏକ ରିସର୍ଚ୍ଚରୁ ଜଣାପଡିଛି ହଳଦିଆ ରଙ୍ଗର କପଡା ପିନ୍ଧିଲେ ମସ୍ତିଷ୍କରେ ଭାବିବା ଏବଂ ବିଚାର କରୁଥିବା ଅଂଶ ସକ୍ରୀୟ ହୋଇଉଠେ। ଏହା ଦ୍ବାରା ମଣିଷ ଭିତରେ ଶକ୍ତି ଜାଗ୍ରତ ହୋଇଯାଇଥାଏ। ହଳଦିଆ ରଙ୍ଗ ମଣିଷକୁ ଶାନ୍ତି ଏବଂ ସୁଖ ଦେଇଥାଏ।

Pritiparna

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

11 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

21 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

30 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

45 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

54 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 hour ago