କାହିଁକି ହଳଦିଆ ରଙ୍ଗକୁ ବସନ୍ତ ପଞ୍ଚମୀ ଦିନ ଶୁଭ ବୋଲି ଧରାଯାଏ ଜାଣନ୍ତୁ. . .

ହିନ୍ଦୁ ଧର୍ମରେ ହଳଦିଆ ରଙ୍ଗକୁ ଶୁଭ ରଙ୍ଗ ବୋଲି ଧରାଯାଏ। ହଳଦିଆ ରଙ୍ଗକୁ ସୁଦ୍ଧ ଏବଂ ସାତ୍ତ୍ବିକର ପ୍ରତିକ ବୋଲି କୁହାଯାଏ। ଏହା ନିର୍ମଳତାକୁ ମଧ୍ୟ ଦର୍ଶାଇଥାଏ। ଏହାକୁ ବିବେକର ପ୍ରତିକ ବୋଲି ମଧ୍ୟ ଧରାଯାଏ। ଏହା ସହିତ ଧଳା ରଙ୍ଗରେ ଜଡିତ ଥିବା ଶାନ୍ତି ମଧ୍ୟ ସାମିଲ ଅଛି।

ଜାଣନ୍ତୁ ବସନ୍ତ ପଞ୍ଚମୀରେ ହଳଦିଆ ରଙ୍ଗର ଖାସ ମହତ୍ତ୍ବ

ବସନ୍ତ ପଞ୍ଚମୀ ଦିନ ହଳଦିଆ ରଙ୍ଗର ଖାସ ମହତ୍ତ୍ବ ରହିଛି। ବସନ୍ତ ଋତୁରେ ସୋରିଷ ଫସଲ କାରଣରୁ ଧରିତ୍ରୀ ହଳଦିଆ ଦେଖାଯାଇଥାଏ। ଏହାକୁ ଧ୍ୟାନରେ ରଖି ଏହି ଦିନରେ ଲୋକମାନେ ହଳଦିଆ ରଙ୍ଗର କପଡା ପିନ୍ଧି ବସନ୍ତ ପଞ୍ଚମୀର ସ୍ବାଗତ କରିଥାନ୍ତି। ଏହି ଦିନରେ ସୂର୍ଯ୍ୟ ଉତ୍ତରାୟଣ ହୋଇଥାଏ, ଯାହା ଏହା ଦର୍ଶାଇଥାଏ ଯେ ଆମେ ସୂର୍ଯ୍ୟ ଭଳି ଗମ୍ଭୀର ଏବଂ ପ୍ରଖର ହେବା ଆବଶ୍ୟକ।

saraswati pujaସବୁ ଋତୁ ମଧ୍ୟରୁ ବସନ୍ତ ଋତୁ ଏମିତି ଏକ ଋତୁ ଯାହାକୁ ସମସ୍ତେ ଅପେକ୍ଷା କରିଥାନ୍ତି। ଏହି ଋତୁରେ ମାଟିର ଉର୍ବରତା ବଢ଼ିଥାଏ ଏବଂ ଫସଲ ପାଚିଥାଏ। ବସନ୍ତକୁ ଋତୁ ମାନଙ୍କର ରାଜା ବୋଲି କୁହାଯାଏ। ବସନ୍ତ ପଞ୍ଚମୀ ବା ପ୍ରକ୍ରୁତିର ଉତ୍ସବ ଦିନ ମା ସରସ୍ବତିଙ୍କର ଆରାଧନା କରି ବାୟୁର ପ୍ରବାହ,ପ୍ରକ୍ରୁତିର ହଳଦିଆ ଓଢ଼ଣୀ ସହିତ ନୂଆ ଉତ୍ସାହ ସଞ୍ଚାରର ସନ୍ଦେଶ ଆଣିଥାଏ।

ନିଶ୍ଚୟ ପଢ଼ନ୍ତୁ : ଭୁଲରେ ମଧ୍ୟ ସରସ୍ବତୀ ପୂଜାରେ କରନ୍ତୁ ନାହିଁ ଏହି ୫ଟି କାମ , ହୋଇଥାଏ ଅଶୁଭ

ବସନ୍ତ ପଞ୍ଚମୀ ଦିନ କେବଳ କପଡା ନୂହେଁ ବରଂ ଖାଦ୍ୟରେ ମଧ୍ୟ ହଳଦିଆ ରଙ୍ଗର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। ଏଥିରେ ହଳଦିଆ ରଙ୍ଗର ଚାଉଳ, ପୁରି,ଲଡ୍ଡୁ ଏଂ କେସର କ୍ଷୀରି ମଧ୍ୟ ସାମିଲ ଅଛି।

ଏକ ରିସର୍ଚ୍ଚରୁ ଜଣାପଡିଛି ହଳଦିଆ ରଙ୍ଗର କପଡା ପିନ୍ଧିଲେ ମସ୍ତିଷ୍କରେ ଭାବିବା ଏବଂ ବିଚାର କରୁଥିବା ଅଂଶ ସକ୍ରୀୟ ହୋଇଉଠେ। ଏହା ଦ୍ବାରା ମଣିଷ ଭିତରେ ଶକ୍ତି ଜାଗ୍ରତ ହୋଇଯାଇଥାଏ। ହଳଦିଆ ରଙ୍ଗ ମଣିଷକୁ ଶାନ୍ତି ଏବଂ ସୁଖ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.