Below header

ଦିଲ୍ଲୀରେ ପ୍ରବଳ କୁଆପଥର ବର୍ଷା, କଶ୍ମୀରର ଭ୍ରମ ସୃଷ୍ଟି କଲା

ନୂଆଦିଲ୍ଲୀ : ପାଣିପାଗ ବିଭାଗର ପୂର୍ବନୁମାନ ଅନୁସାରେ ଦିଲ୍ଲୀରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ହୋଇଛି । ସ୍ଥିତି ଏଭଳି ଥିଲା ଯେ ଚାରିଆଡ଼େ ବରଫ ବର୍ଷିଲା ଭଳି ଜଣାପଡୁଥିଲା । ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଏହି ସ୍ଥିତି ଦେଖିବାକୁ ମିଳିଥିଲା । ସ୍ଥାନୀୟ ବାସିନ୍ଦା ଏହି ପାଗର ଫଟୋ ଏବଂ ଭିଡିଓ ଇନଷ୍ଟାଗ୍ରାମ୍‌ରେ ଛାଡ଼ିଛନ୍ତି । ବିଶେଷ କରି ନୋଇଡା ଅଞ୍ଚଳରେ ସବୁଠାରୁ ଅଧିକ କୁଆପଥର ବର୍ଷିଛି । ଫଳରେ ଗତକାଲି ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ସହ ଅନେକ ଟ୍ରେନ୍‌ ଓ ବିମାନ ଛାଡ଼ିବାରେ ବିଳମ୍ବ ହୋଇଥିଲା । ଏଭଳି ସ୍ଥିତି ପରେ ଆଜି ସକାଳେ ଦିଲ୍ଲୀର ତାପମାତ୍ରା ଥିଲା ୭ ଡିଗ୍ରୀ ସେଲସିୟସ୍‌ ।

DELHI RAIN-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.