Categories: ସ୍ପେଶାଲ

ବିଚିତ୍ର ବିଜନେସ, ନିଜର ଦୁର୍ଗନ୍ଧିତ ମୋଜା ଏବଂ ଜୋତା ବିକ୍ରି କରି ମହିଳା ପାଲଟିଛନ୍ତି ଲକ୍ଷପତି

ଲଣ୍ଡନ : ଦୁନିଆରେ ଆପଣ ଅନେକ ଅଦ୍ଭୁତ ଘଟଣା ବିଷୟରେ ଶୁଣିଥିବେ। କିନ୍ତୁ ଏଭଳି ଘଟଣା ବିଷୟରେ କେବେ ମଧ୍ୟ ଶୁଣିନଥିବେ। ସାଧାରଣତଃ ସମସ୍ତ ବ୍ଯକ୍ତି ନିଜର  ବ୍ଯବହାର୍ଯ୍ଯ ପୋଷାକ ଏବଂ ଜୋତାକୁ ଅନଲାଇନରେ ବିକ୍ରି କରି କିଛି ପରିମାଣରେ ଟଙ୍କା ରୋଜଗାର କରିଥାନ୍ତି। କିନ୍ତୁ ନିକଟରେ ଏକ ଖବର ଆସିଥିଲା ଯାହା ଉପରେ ସାଧାରଣତଃ କିଏ ବିଶ୍ବାସ କରିପାରିବେ ନାହିଁ। ଜଣେ ମହିଳା ନିଜର ବ୍ଯବହୃତ ର୍ଦୁଗନ୍ଧ ଜୋତା ଏବଂ ମୋଜାକୁ ବିକ୍ରି କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା।

ଲଣ୍ଡନରେ ରହୁଥିବା ରକ୍ସି ସାଇକ୍ସଙ୍କର ଦୁର୍ଗନ୍ଧ ମୋଜା କିଣିବାକୁ ପାଇଁ ଲାଗିଥାଏ ଲମ୍ବା ଲାଇନ୍। ଏହା ପଛରେ ରହିଛି ତାଙ୍କର ସୁନ୍ଦର ପାଦ। ରକ୍ସିଙ୍କ ପାଦର ପ୍ରଶଂସକ ଇଣ୍ଟରନେଟରେ ଅନେକ ଲୋକ ରହିଛନ୍ତି ଏଣୁ ସେହିମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କିଣୁଛନ୍ତି ତାଙ୍କର ଜୋତା ଏବଂ ମୋଜା। ସେ ଇନଷ୍ଟାଗ୍ରାମ ଜରିଆରେ ତାଙ୍କର ବ୍ଯବହତ ମୋଜାକୁ ବିକ୍ରି କରିଥାନ୍ତି। ଏହି ଅଦ୍ଭୁତ ପ୍ରକାର ବିଜନେସର ଆଇଡ଼ିଆ ତାଙ୍କ ମୁଣ୍ଡରେ ସେତେଳେଳେ ଆସିଥିଲା ଯେତେବେଳେ କିଛି ସାଙ୍ଗମାନେ ତାଙ୍କ ସୁନ୍ଦର ପାଦର ପ୍ରଶଂସା କରିଥିଲେ।

ସାଙ୍ଗମାନଙ୍କ ନିକଟରୁ ପ୍ରଶଂସିତ ହେବା ପରେ ରକ୍ସି ତାଙ୍କ ପାଦ ପାଇଁ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟରେ ସେ ତାଙ୍କ ପାଦର ଫଟୋ ପୋଷ୍ଟ କରୁଥିଲେ। ବହୁତ କମ ସମୟ ମଧ୍ୟରେ ତାଙ୍କର ସେହି ପେଜ ହୋଇଗଲା ପପୁଲାର। ଯାହାପରେ ସେ ସେଠାରେ ତାଙ୍କର ମୋଜା ଏବଂ ଜୋତା ବିକ୍ରି କରିବା ଆରମ୍ଭ କଲେ । ଏବେ ତାଙ୍କର ଗୋଟିଏ ଯୋଡ଼ି ମୋଜା ୧୮୦୦ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଜୋତା ୧୮,୦୦୦ ଟଙ୍କାରେ ବିକ୍ରି ହୋଇଥାଏ। ସେ ଏହାକୁ ବିକ୍ରି କରି ମାସକୁ ପ୍ରାୟ ରୋଜଗାର କରିଥାନ୍ତି ୭ଲକ୍ଷ ଟଙ୍କା।

ପ୍ରୋପର୍ଟି ଇନଭେଷ୍ଟର ଭାବେ କାର୍ଯ୍ଯରତ ରକ୍ସିଙ୍କୁ ଏହି ବିସନେସ କରିବାର ପ୍ରାୟ ୪ ବର୍ଷ ବିତିଗଲାଣି। ସେ ଏହି ବିଜନେସ ଆଗକୁ ମଧ୍ୟ ଚାଲୁରଖିବା କଥା କହିଥିବା ବେଳେ ତାଙ୍କର ଏନେଇ ଅନେକ ୱେବସାଇଟ ମାନଙ୍କ ସହ ପାଟର୍ନରସିପ୍ ମଧ୍ୟ ରହିଛି। ସେ ଏହି କାମକୁ ଜୀବନ ଥିଲା ପର୍ଯ୍ଯନ୍ତ କରିବେ ବୋଲି କହିଛନ୍ତି।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

9 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

13 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

16 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

29 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

46 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago