ବିଚିତ୍ର ବିଜନେସ, ନିଜର ଦୁର୍ଗନ୍ଧିତ ମୋଜା ଏବଂ ଜୋତା ବିକ୍ରି କରି ମହିଳା ପାଲଟିଛନ୍ତି ଲକ୍ଷପତି

ଲଣ୍ଡନ : ଦୁନିଆରେ ଆପଣ ଅନେକ ଅଦ୍ଭୁତ ଘଟଣା ବିଷୟରେ ଶୁଣିଥିବେ। କିନ୍ତୁ ଏଭଳି ଘଟଣା ବିଷୟରେ କେବେ ମଧ୍ୟ ଶୁଣିନଥିବେ। ସାଧାରଣତଃ ସମସ୍ତ ବ୍ଯକ୍ତି ନିଜର ବ୍ଯବହାର୍ଯ୍ଯ ପୋଷାକ ଏବଂ ଜୋତାକୁ ଅନଲାଇନରେ ବିକ୍ରି କରି କିଛି ପରିମାଣରେ ଟଙ୍କା ରୋଜଗାର କରିଥାନ୍ତି। କିନ୍ତୁ ନିକଟରେ ଏକ ଖବର ଆସିଥିଲା ଯାହା ଉପରେ ସାଧାରଣତଃ କିଏ ବିଶ୍ବାସ କରିପାରିବେ ନାହିଁ। ଜଣେ ମହିଳା ନିଜର ବ୍ଯବହୃତ ର୍ଦୁଗନ୍ଧ ଜୋତା ଏବଂ ମୋଜାକୁ ବିକ୍ରି କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା।
ଲଣ୍ଡନରେ ରହୁଥିବା ରକ୍ସି ସାଇକ୍ସଙ୍କର ଦୁର୍ଗନ୍ଧ ମୋଜା କିଣିବାକୁ ପାଇଁ ଲାଗିଥାଏ ଲମ୍ବା ଲାଇନ୍। ଏହା ପଛରେ ରହିଛି ତାଙ୍କର ସୁନ୍ଦର ପାଦ। ରକ୍ସିଙ୍କ ପାଦର ପ୍ରଶଂସକ ଇଣ୍ଟରନେଟରେ ଅନେକ ଲୋକ ରହିଛନ୍ତି ଏଣୁ ସେହିମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କିଣୁଛନ୍ତି ତାଙ୍କର ଜୋତା ଏବଂ ମୋଜା। ସେ ଇନଷ୍ଟାଗ୍ରାମ ଜରିଆରେ ତାଙ୍କର ବ୍ଯବହତ ମୋଜାକୁ ବିକ୍ରି କରିଥାନ୍ତି। ଏହି ଅଦ୍ଭୁତ ପ୍ରକାର ବିଜନେସର ଆଇଡ଼ିଆ ତାଙ୍କ ମୁଣ୍ଡରେ ସେତେଳେଳେ ଆସିଥିଲା ଯେତେବେଳେ କିଛି ସାଙ୍ଗମାନେ ତାଙ୍କ ସୁନ୍ଦର ପାଦର ପ୍ରଶଂସା କରିଥିଲେ।
ସାଙ୍ଗମାନଙ୍କ ନିକଟରୁ ପ୍ରଶଂସିତ ହେବା ପରେ ରକ୍ସି ତାଙ୍କ ପାଦ ପାଇଁ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟରେ ସେ ତାଙ୍କ ପାଦର ଫଟୋ ପୋଷ୍ଟ କରୁଥିଲେ। ବହୁତ କମ ସମୟ ମଧ୍ୟରେ ତାଙ୍କର ସେହି ପେଜ ହୋଇଗଲା ପପୁଲାର। ଯାହାପରେ ସେ ସେଠାରେ ତାଙ୍କର ମୋଜା ଏବଂ ଜୋତା ବିକ୍ରି କରିବା ଆରମ୍ଭ କଲେ । ଏବେ ତାଙ୍କର ଗୋଟିଏ ଯୋଡ଼ି ମୋଜା ୧୮୦୦ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଜୋତା ୧୮,୦୦୦ ଟଙ୍କାରେ ବିକ୍ରି ହୋଇଥାଏ। ସେ ଏହାକୁ ବିକ୍ରି କରି ମାସକୁ ପ୍ରାୟ ରୋଜଗାର କରିଥାନ୍ତି ୭ଲକ୍ଷ ଟଙ୍କା।
ପ୍ରୋପର୍ଟି ଇନଭେଷ୍ଟର ଭାବେ କାର୍ଯ୍ଯରତ ରକ୍ସିଙ୍କୁ ଏହି ବିସନେସ କରିବାର ପ୍ରାୟ ୪ ବର୍ଷ ବିତିଗଲାଣି। ସେ ଏହି ବିଜନେସ ଆଗକୁ ମଧ୍ୟ ଚାଲୁରଖିବା କଥା କହିଥିବା ବେଳେ ତାଙ୍କର ଏନେଇ ଅନେକ ୱେବସାଇଟ ମାନଙ୍କ ସହ ପାଟର୍ନରସିପ୍ ମଧ୍ୟ ରହିଛି। ସେ ଏହି କାମକୁ ଜୀବନ ଥିଲା ପର୍ଯ୍ଯନ୍ତ କରିବେ ବୋଲି କହିଛନ୍ତି।