ସିଦ୍ଧାର୍ଥ ମଲହୋତ୍ରାଙ୍କ ଉପରେ ଚୋରି ଅଭିଯୋଗ ଆଣିଲେ କିଙ୍ଗ ଖାନ୍

ସିଦ୍ଧାର୍ଥ ମଲହୋତ୍ରାଙ୍କ ଉପରେ ଲାଗିଲା ଚୋରିର ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି କିଙ୍ଗ ଖାନ ଶାହରୁଖ । ସେ ଏନେଇ ସୋସିଆଲ ମିଡିଆରେ ଟ୍ଵିଟ୍ କରିଛନ୍ତି । ସିଦ୍ଧାର୍ଥଙ୍କ ଘରର ଇଣ୍ଟେରିୟର ଡିଜାଇନ ଶାହରୁଖଙ୍କ ପତ୍ନୀ ଗୌରି ଖାନ୍ କରିଛନ୍ତି । ଗୌରି ଟ୍ଵିଟ୍ କରି ସିଦ୍ଧାର୍ଥଙ୍କ ଘରର କିଛି ଝଲକ ସୋସିଆଲ ମିଡିଆରେ ସେୟାର କରିଥିଲେ ।
ସିଦ୍ଧାର୍ଥଙ୍କ ଘରେ ଲାଗିଥିବା ଦୋଳିକୁ ଦେଖି ଶାହରୁଖ ଏହା ତାଙ୍କର ବୋଲି କହିଥିଲେ । ପତ୍ନୀ ଗୌରି ଓ ସିଦ୍ଧାର୍ଥଙ୍କ ଉପରେ ଦୋଳି ଚୋରି କରିଥିବାର ଅଭିଯୋଗ ଆଣିଛନ୍ତି କିଙ୍ଗ ଖାନ । ତାହା ପୁଣି ସୋସିଆଲ ମିଡିଆରେ । ସିଦ୍ଧାର୍ଥ ଏହାର ଜବାବରେ କହିଛନ୍ତି ଗ୍ରେଟ୍ ଟେଷ୍ଟ୍ ଶାହରୁଖ ଖାନ୍ । ଆପଣ କେବେବି ଆସିକି ଦୋଳି ଝୁଲିପାରିବେ ।