ଭୁଲରେ ବି ଛିଙ୍କକୁ ଅଟକାଇବାକୁ କରନ୍ତୁ ନାହିଁ ଚେଷ୍ଟା , ଫାଟି ଯାଇପାରେ ଇୟର ଡ୍ରମ୍

ଛିଙ୍କ ଆସିବା ଏକ କ୍ରିୟା ଅଟେ । ଯାହା ସମ୍ପୂର୍ଣ୍ଣ ପ୍ରାକୃତିକ । ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ, ଛିଙ୍କ ଆସିବା ଆମ ସୁସ୍ଥ ଜୀବନ ପାଇଁ ନିହାତୀ ଜରୁରୀ । ଯେତେବେଳେ କୌଣସି ତତ୍ତ୍ବ ଆମ ଶରୀରରେ ନାକ ମାଧ୍ଯମରେ ପ୍ରବେଶ କରିଥାଏ, ସେତେବେଳେ ଆମକୁ ଛିଙ୍କ ଆସିଥାଏ । ବାହାର ତତ୍ତ୍ବ ଛିଙ୍କ ଆସିବାକାରଣରୁ ଆମ ଶରୀର ମଧ୍ଯକୁ ପ୍ରବେଶ କରିପାରିନଥାଏ ।

sneezeଛିଙ୍କ ଆସିବା ସମୟରେ ନାକର ଛିଦ୍ରରେ ବହୁତ ଶିଘ୍ର ପୱନ ବାହାରକୁ ଆସିଥାଏ ଏବଂ ଯଦି ଆପଣ ଛିଙ୍କକୁ ଅଟକାଇବେ ତେବେ ଏହାର ସମସ୍ତ ପ୍ରବାହ ଆପଣଙ୍କ ଅନ୍ଯ ଅଙ୍ଗକୁ ଚାଲିଯାଏଥାଏ । ଛିଙ୍କ କଟକାଇବା ଦ୍ବାରା ସବୁ ଜୋର ଆମ କାନ ଉପରେ ପଡିଥାଏ । ଯାହାଫଳରେ ଆମ ଇୟର ଡ୍ରମ ଫାଟି ଯାଇପାରେ ।

Someone_Sneezingଛିଙ୍କ ଅଟକାଇବା ଦ୍ବାରା ଏହାର କୁପ୍ରଭାବ ଆଖି ଉପରେ ମଧ୍ଯ ପଡିଥାଏ । ଏହାଦ୍ବାରା ଆଖିରେ ରକ୍ତ ବାହିକା ଗୁଡିକ କ୍ଷତି ପହଁଞ୍ଚିଥାଏ । କେବଳ ଏହା ନୁହେଁ ଛିଙ୍କ ଅଟକାଇବା ଦ୍ବାରା ଆମ ବେକରେ ମଧ୍ଯ ରକା ରହିଯାଇପାରେ । କିଛି କିଛି ସମୟରେ ଛିଙ୍କ ଅଟକାଇବା ହାର୍ଟଆଟାକ୍ ପରି ବଡ ରୋଗର ସମସ୍ଯା ଭୋଗିବାକୁ ପଡିପାରେ ।

 

 

Leave A Reply

Your email address will not be published.